ଗୁରୁତର ଅବସ୍ଥାରେ ବ୍ୟବସାୟୀ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ସେନେଇ ଚର୍ଚ୍ଚା

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ରାସ୍ତାର ଏକ ଘାଟିରେ ଜଣେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦାରିଙ୍ଗବାଡ଼ିର କାଳୁ ପ୍ରଧାନ। କାଳୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସେ ଅଚେତ ହୋଇପଡ଼ିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଗୁରୁତର କାଳୁଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ମେଡିକାଲ ନିଆଯାଇଛି। ତେବେ ଘଟଣାଟି ବିଳମ୍ବିତ ରାତିର ହୋଇଥିବା ପୋଲିସ ଆଶଙ୍କା କରୁଥିବା ବେଳେ କାଳୁଙ୍କୁ କେହି ଆକ୍ରମଣ କରିଛି ନା ସେ ବାଇକ୍‌ରେ ଦୁର୍ଘଟଣାର ଶିକାର ହୋଇଛନ୍ତି ତାହା କାଳୁଙ୍କ ଚେତା ଆସିବା ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।