ବିଲ୍ଡରଙ୍କ ଚାପରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୩।୩(ବ୍ୟୁରୋ): ବ୍ୟବସାୟ ପାଇଁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ। ହେଲେ କରୋନା ଓ ଲକ୍‌ଡାଉନ ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଥିଲା। ଫଳରେ ନିଜ ଘରକୁ ବିକ୍ରି କରିବା ପାଇଁ ଜଣେ ବିଲ୍ଡରଙ୍କଠାରୁ ଅଗ୍ରିମ ଟଙ୍କା ଆଣିଥିଲେ। ହେଲେ ଉକ୍ତ ବିଲ୍ଡର ଜଣକ ଉକ୍ତ ଘରେ ତାଲା ପକାଇ ଦେବାରୁ ଶେଷରେ ବ୍ୟବସାୟୀ ଜଣକ ମାନସିକ ଚାପରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଏମିତି ଏକ ଘଟଣା ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ମୃତ ବ୍ୟକ୍ତିଙ୍କ ନାମ ରିକି ଓ ତାଙ୍କ ଘର ପୁରୀରେ ବୋଲି ପୋଲିସ ଜାଣିବାକୁ ପାଇଛି। ତାଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ରିକି ପ୍ରେସ୍‌ କଲୋନୀ ଅଞ୍ଚଳରେ ପୁରୁଣା ଗାଡ଼ି ଓ ହୋଟେଲ ବ୍ୟବସାୟ କରୁଥିଲେ। ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଏକ ପାର୍ଲର ରହିଛି। ଏଥିସହିତ ଏୟାରଫିଲ୍ଡ ଅଞ୍ଚଳରେ ତାଙ୍କର ଏକ ଘର ରହିଛି। କରୋନା ସମୟରୁ ଗାଡ଼ି ଓ ହୋଟେଲ ବ୍ୟବସାୟ ଠିକ୍‌ରେ ଚାଲୁ ନ ଥିବାରୁ ସେ ଅତ୍ୟଧିକ ଋଣରେ ବୁଡି ରହିଥିଲେ। ସେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା କରଜ କରିଥିଲେ। ସେମାନେ ରିକିଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ। ଶେଷରେ ରିକି ନିଜ ଘର ବିକ୍ରି କରିବାକୁ ଜଣେ ବିଲ୍ଡରଙ୍କ ନିକଟରୁ ୩୫ଲକ୍ଷ ଟଙ୍କା ଅଗ୍ରୀମ ଆଣି କରଜ ଶୁଝିଥିଲେ। ହେଲେ ଘରର କାଗଜପତ୍ରରେ ତ୍ରୁଟି ରହିଥିଲା। ତ୍ରୁଟି ସୁଧାରିବାକୁ ସେ ବିଡିଏ ଅଫିସକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନ ଥିଲା। ଫଳରେ ବିଲ୍ଡର ଜଣକ ତାଙ୍କୁ ଦେଇଥିବା ଟଙ୍କା ଫେରସ୍ତ ଦାବି କରିବା ସହ ନ ପାଇବାରୁ ଉକ୍ତ ଘରେ ତାଲା ପକାଇଦେଇଥିଲେ। ଏଥିରେ ମାନସିକ ଚାପରେ ଆସି ରିକି ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ଓ ପାଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri