ଫଟୋ କପି ଦୋକାନରୁ ଛିଡ଼ା କଲେ ୧୦୦୦ କୋଟିର କମ୍ପାନୀ, ବେଶ ଅଦ୍ଭୁତ ବିଶାଲ ମେଗାମାର୍ଟ ପ୍ରତିଷ୍ଠାତାଙ୍କ ଏହି କାହାଣୀ…

ନୂଆଦିଲ୍ଲୀ,୧୩।୩: ବିଶାଲ ମେଗା ମାର୍ଟ ଏକ ହାଇପର୍‌ମାର୍କେଟ ଷ୍ଟୋର୍‌ ଚେନ୍‌। ସାରା ଦେଶରେ ଏହାର ୫୫୦ରୁ ଅଧିକ ଷ୍ଟୋର ରହିଛି। ରାମ ଚନ୍ଦ୍ର ଅଗ୍ରଓ୍ବାଲ ହେଉଛନ୍ତି ବିଶାଲର ପ୍ରତିଷ୍ଠାତା। ପିଲାଦିନରୁ ସେ ପୋଲିଓ ଆକ୍ରାନ୍ତ। ହେଲେ ନିଜର ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି।

Know how Ram Chandra Agarwal became owner of 'Vishal Mega Mart' from a  photocopy shop | NewsTrack English 1

୧୯୮୬ରେ ରାମଚନ୍ଦ୍ର ଋଣ କରି ଫଟୋକପି ଦୋକାନ ଖୋଲିଥିଲେ। ହେଲେ ତାଙ୍କ ମନ ବୁଝି ନ ଥିଲା। କିଛି ବଡ଼ କରିବାର ଆଶା ନେଇ ସେ ୧୯୮୭ରେ କୋଲକାତା ଲାଲ ବଜାରରେ ଡ୍ରେସ୍‌ ଦୋକାନ ଖୋଲିଥିଲେ। ପରେ ୨୦୦୧ରେ ସେ ଦିଲ୍ଲୀ ଆସି ବିଶାଲ ରିଟେଲ ନାମକ ରିଟେଲ କମ୍ପାନୀ ଆରମ୍ଭ କରିଥିଲେ।

success story of Vishal Megamart | ११०० काेटींच्या विशाल मेगामार्टची फक्त  ११ काेटींत विक्री, या भांडवलातून उभी राहिली ८०० काेटींची कंपनी - Divya  Marathi

ବ୍ୟବସାୟ ବଢ଼ିବା ପରେ ସେ ୨୦୦୨ରେ ବିଶାଲ ମେଗାମାର୍ଟ ନାମରେ ଦିଲ୍ଲୀରେ ଏକ ହାଇପରମାର୍କେଟ କମ୍ପାନୀ ଆରମ୍ଭ କରିଥିଲେ। କମ୍ପାନୀର ଅଭିବୃଦ୍ଧି ଲାଗି ସେ ଋଣ ନେଇଥିଲେ। ୨୦୦୮ରେ ତାଙ୍କୁ ମାନ୍ଦାବସ୍ଥା ଯୋଗୁ ୭୫୦ କୋଟିର କ୍ଷତି ହୋଇଥିଲା। ତାଙ୍କ କମ୍ପାନୀ ଦେବାଳିଆ ହୋଇଯାଇଥିଲା,ଏହାକୁ ଶ୍ରୀରାମ ଗ୍ରୁପ୍‌ କିଣି ନେଇଥିଲା।

Success Story: कभी लोन लेकर खोली थी दुकान, आज 1000 करोड़ की कंपनी का मालिक

୨୦୧୧ରେ ଅଗ୍ରଓ୍ବାଲ ଭି୨ ନାମକ ରିଟେଲ ନାମକ ନୂଆ କମ୍ପାନୀ ଛିଡ଼ା କରିଥିଲେ। ଏହାର ମୂଲ୍ୟ ଏବେ ୧୦୦୦ କୋଟି ଟଙ୍କା। ହେଲେ ତାଙ୍କ ହାତରୁ ବିଶାଲ ମେଗା ମାର୍ଟ ବାହାରି ଯାଇଥିଲା। ଏହାର ସବୁଠାରୁ ବଡ଼ ଶେୟାର ହୋଲ୍ଡର ଏବେ ସ୍ବିଜରଲ୍ୟାଣ୍ଡର ପାଟନର୍ସ ଗ୍ରୁପ୍‌ ଏବଂ ଭାରତର କେଦାରା କ୍ୟାପିଟାଲ ଅଟେ।
ବିଶାଲ ମେଗା ମାର୍ଟର ମୂଲ୍ୟ ପ୍ରାୟ ୪୧୫୦୦ କୋଟି ଟଙ୍କା ଅଟେ। ଏବେ ଏହା ଆଇପିଓ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହାର ମୁକାବିଲା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ, ଟାଟା ଗ୍ରୁପ୍‌ର ଟ୍ରେଣ୍ଟ, ଆଭିନ୍ୟୁ ସୁପରମାର୍ଟସ ସହ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri