Categories: ବାଣିଜ୍ୟ

ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଜୁକରବର୍ଗ

ନୂଆଦିଲ୍ଲୀ,୬।୪: ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ସେ ଏଲନ ମସ୍କଙ୍କୁ ପଛରେ ପକାଇ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି। ନଭେମ୍ବର ୨୦୨୦ ପରେ ପ୍ରଥମ ଥର ମାର୍କ ଜୁକରବର୍ଗ ଏଲନଙ୍କଠାରୁ ଆଗରେ ଅଛନ୍ତି। ଶୁକ୍ରବାର ସେ ଏହି ସଫଳତା ହାସଲ କରିଥିଲେ।

ବ୍ଲୁମବର୍ଗ ବିଲିୟନେୟର ଇଣ୍ଡେକ୍ସ ମୁତାବକ, ଜୁକରବର୍ଗଙ୍କ ସମ୍ପତ୍ତି ଶୁକ୍ରବାର ୫.୬୫ ବିଲିୟନ ଡଲାର ବୃଦ୍ଧି ପାଇଛି। ଏବେ ମୋଟ ସମ୍ପତ୍ତି ୧୮୭ ବିଲିୟନ ଡଲାର(ଭାରତୀୟ ମୂଲ୍ୟ ୧୫୫୭୬୫୪.୮୩୫୦ କୋଟି ଟଙ୍କା) ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୫୮.୯ ଆରବ ଡଲାର ବୃଦ୍ଧି ପାଇଛି। ମେଟାର ଶେୟାର ମୂଲ୍ୟ ବୃଦ୍ଧି ପରେ ଏଭଳି ସ୍ଥିତି ଉପୁଜିଛି।

କହିରଖୁଛୁ, ଟେସ୍‌ଲାର ସିଇଓ ଏଲନ ମସ୍କ ମାର୍ଚ୍ଚ ଯାଏ ଦୁନିଆର ଧନୀ ତାଲିକା ଶୀର୍ଷରେ ଥିଲେ। ହେଲେ ଏବେ ସେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

Share