ବିନା ଗ୍ୟାରେଣ୍ଟିରେ ଲୋନ୍‌ ନେବାକୁ ଚାହୁଁଛନ୍ତି କି? ସରକାରଙ୍କ ଏହି ଯୋଜନାରେ ମିଳିବ  ୧୦ ଲକ୍ଷ ଟଙ୍କା 

ନୂଆଦିଲ୍ଲୀ,୨୯।୩: ଗତ କିଛି ବର୍ଷ ଧରି ଦେଶରେ ଷ୍ଟାଟ୍‌ଅପ୍‌ର ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ଯୁବଗୋଷ୍ଠୀ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। କ’ଣ ଆପଣ ବି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ହେଲେ ବିନା ଗ୍ୟାରେଣ୍ଟିଂରେ ଆପଣଙ୍କୁ ଲୋନ୍‌ ମିଳୁନାହିଁ? ତେବେ ଏହି ଖବର ଆପଣଙ୍କ ପାଇଁ…
ସ୍ବରୋଜଗାରକୁ ପ୍ରାଧାନ୍ୟ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଆପଣ ୧୦ ଲକ୍ଷ ଯାଏ ଲୋନ୍‌(ଋଣ) ବିନା କୌଣସି ଗ୍ୟାରେଣ୍ଟିରେ ପାଇପାରିବେ। ଆସନ୍ତୁ ଜାଣିବା।
-କ’ଣ ଏହି ଯୋଜନା?
ଭାରତ ସରକାରଙ୍କ ମୁଦ୍ରା ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳରେ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ନଚେତ ବଢ଼ାଇବା ଲାଗି ଋଣ ପ୍ରଦାନ କରାଯାଇଥାଏ। ଯଦି ଆପଣ ନିଜର ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନାର ଲାଭ ଉଠାଇପାରିବେ। ଏହା ଅଧୀନରେ ୩ କାଟାଗୋରୀ ଅନୁଯାୟୀ ଋଣ ମିଳିଥାଏ। ପ୍ରଥମଟି-ଶିଶୁ ଲୋନ୍‌, କିଶୋର ଲୋନ୍‌ ଏବଂ ତରୁଣ ଲୋନ୍‌। ଶିଶୁ ଲୋନ ଅନୁଯାୟୀ ଆପଣଙ୍କୁ ୫୦ହଜାର ଟଙ୍କା ମିଳିଥାଏ। କିଶୋର ଲୋନ୍‌ ଅଧୀନରେ ୫୦ ହଜାରରୁ ୫ ଲକ୍ଷ ଯାଏ ଟଙ୍କା ମିଳିଥାଏ। ସେହିଭଳି ତରୁଣ ଲୋନ୍‌ ନେଲେ ୫ ଲକ୍ଷରୁ ୧୦ ଲକ୍ଷ ଯାଏ ଟଙ୍କା ବିନା ଗ୍ୟାରେଣ୍ଟିରେ ମିଳିଥାଏ।
-କିଭଳି କରିବେ ଆବେଦନ: ଏହି ଯୋଜନାରେ ଋଣ ପାଇବାକୁ ଚାହୁଁଥିଲେ ଆପଣଙ୍କୁ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବ। ଘରେ ବସି ଆପଣ ପ୍ରଧାନମନ୍ତ୍ରୀ ମୁଦ୍ରାର ଆଧିକାରୀକ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ବି ଆବେଦନ କରିପାରିବେ। ଏହି ଯୋଜନାରେ ଆବେଦନ କରିବାକୁ ଆପଣଙ୍କୁ ବ୍ୟବସାୟ ଲୋନ୍‌, ଆପ୍ଲିକେଶନ ଫର୍ମ, ପାସପୋର୍ଟ ସାଇଜ୍‌ ଫଟୋ, କଓ୍ବୋଇସି ଡକ୍ୟୁମେଣ୍ଟ, ଆଇଡେଣ୍ଟି କାର୍ଡ ଏବଂ ଠିକଣା ପ୍ରମାଣ ଦେବାକୁ ପଡ଼ିଥାଏ। ଯଦି ଆପଣ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ୧୦ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି ତେବେ ଏହି ଯେଜନାର ଲାଭ ଉଠାଇପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri