ବଜାର ଚାହିଦାକୁ ଦେଖି ବ୍ୟବସାୟ କରିବା ଉଚିତ

କେନ୍ଦୁଝର ଜିଲା ବଡ଼ବିଲଠାରେ ଏସେନ୍‌ ହିରୋର ନିର୍ଦ୍ଦେଶକ ପ୍ରଦୀପ କୁମାର ଥାକରଙ୍କ ଜନ୍ମ। ସେଠାରେ ସ୍କୁଲ ପଢ଼ା ସାରିବା ପରେ ଭୁବନେଶ୍ୱର ବିଜେବି କଲେଜରୁ ବାଣିଜ୍ୟରେ ସମ୍ମାନ ସହ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ। ଫାଇନାନ୍ସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ ପରେ ଚାକିରି ଜୀବନ ଆରମ୍ଭ କରିଥିଲେ। ମାତ୍ର ସେ ଚାକିରିରେ ବାନ୍ଧି ହୋଇପାରି ନ ଥିଲେ। ପରବର୍ତ୍ତୀ ସମୟରେ ବ୍ୟବସାୟ ଜଗତରେ ପାଦ ଦେଇଥିଲେ। ଖଣି ବ୍ୟବସାୟ, ରିୟଲ ଇଷ୍ଟେଟ୍‌ ଓ ଅଟୋମୋବାଇଲ କ୍ଷେତ୍ରରେ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚିତ ଥାକରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର…

ପ୍ର- ଚାକିରି ଜୀବନରୁ ବ୍ୟବସାୟିକ ଯାତ୍ରା ସମ୍ପର୍କରେ କ’ଣ କହିବେ?
ଉ- ଦିଲ୍ଲୀଠାରେ ମୋଦି ଜେରକ୍ସ କମ୍ପାନୀରେ ଫାଇନାନ୍ସ୍‌ ମ୍ୟାନେଜର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲି। ମାତ୍ର ବ୍ୟବସାୟ ପ୍ରତି ମୋର ବେଶ୍‌ ରୁଚି ଥିଲା। ବଡ଼ବିଲରେ ମୋ ବାପାଙ୍କ ଖଣି ବ୍ୟବସାୟ ଥିଲା। ତେଣୁ ବାପାଙ୍କ ପ୍ରେରଣାରେ ମୁଁ ପାରିବାରିକ ବ୍ୟବସାୟରେ ଯୋଗଦେଲି। ପୂର୍ବରୁ ମୋର ୨ ବଡ଼ଭାଇ ମଧ୍ୟ ଖଣି ଖନନ କାର୍ଯ୍ୟରେ ବାପାଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲେ। ମୁଁ ବ୍ୟବସାୟକୁ ଆଉ ଟିକେ ମେକାନାଇଜ କରି ବଡ଼ ବଡ଼ ଯନ୍ତ୍ର ଲଗାଇ ଅଭିବୃଦ୍ଧି କରାଇଲି। ୧୯୯୭ ମସିହାରେ ଦାମୀ ଖଣିଖୋଳା ମେଶିନ କୋମାସୁ ବଡ଼ବିଲ ଓ କେନ୍ଦୁଝରରେ ବିକ୍ରୟ ଆରମ୍ଭ କଲି। କେନ୍ଦୁଝର ଜିଲା ଖଣି ପରିବ୍ୟାପ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଏହି ମେଶିନର ବିକ୍ରୟ ଓ ସେବା ବେଶ୍‌ ଭଲ ଚାଲିଲା।
ପ୍ର- ଖଣି ବ୍ୟବସାୟ ଥିବା ସତ୍ତ୍ୱେ ରିୟଲ ଇଷ୍ଟେଟ୍‌କୁ ବାଛିଲେ କାହିଁକି?
ଉ- ୨୦୦୩ରେ ବଡ଼ବିଲଠାରେ ଖଣି ବ୍ୟବସାୟ ସହ ସମ୍ପୃକ୍ତ ଓ ଖନନରେ ଯୋଡ଼ି ହୋଇଥିବା ବହୁ ଲୋକ କାର୍ଯ୍ୟରତ ଥାଆନ୍ତି। ମାତ୍ର ଏଠାରେ ବସବାସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ନ ଥିଲା। ଏହାର ଆବଶ୍ୟକତାକୁ ମୁଁ ଉପଲବ୍ଧି କରି ପ୍ରଥମେ ବଡ଼ବିଲଠାରେ ଏସେନ୍‌ କନ୍‌ଷ୍ଟ୍ରକ୍ସନ୍‌ ଆରମ୍ଭ କଲି। ଏହି ପ୍ରକଳ୍ପରେ ୪ଟି ବ୍ଲକରେ ୧୦୦ଟି ଫ୍ଲାଟର ଯୋଜନା ରହିଥିଲା। ସେତେବେଳେ ଫ୍ଲାଟର ଚାହିଦା ଭଲ ଥିବା ହେତୁ ମୁଁ ସଫଳ ହେଲି ଓ ଏହି ଅଭିଜ୍ଞତାକୁ ନେଇ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଲାଇଫ୍‌ ଷ୍ଟାଇଲ୍‌ ଇନ୍‌ଫୋସିଟି ଗ୍ରୀନ୍‌ ନାମରେ ଆଉ ଏକ ପ୍ରକଳ୍ପ ଆରମ୍ଭ କଲି।
ପ୍ର- ବର୍ତ୍ତମାନ ରିଅଲ୍‌ ଇଷ୍ଟେଟ ବ୍ୟବସାୟରେ ଉନ୍ନତି କିପରି ଦେଖୁଛନ୍ତି?
ଉ- ରିଅଲ ଇଷ୍ଟେଟ୍‌ ବ୍ୟବସାୟରେ ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବଡବିଲ, ଝାରସୁଗୁଡ଼ା ଓ ବରଗଡ଼ ଆଦି ଅଞ୍ଚଳରେ ଆମେ ୪୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିପାରିଛୁ। ଏଥିରେ ପ୍ରାୟତଃ ୨୦୦୦ରୁ ଅଧିକ ଫ୍ଲାଟ୍‌ ଆମେ ବିକ୍ରି କରିପାରିଛୁ। ପରେ ଖୁସି ରିୟଲକନ୍‌ ପ୍ରାଇଭେଟ ଲିମିଟେଡ୍‌ ଆରମ୍ଭ କରି ବଡ଼ ପ୍ରକଳ୍ପକୁ ନିର୍ମାଣ କରିବାରେ ନିଷ୍ପତ୍ତି ନେବାକୁ ହେଲା।
ପ୍ର- ଦୁଇ ଦୁଇଟି କ୍ଷେତ୍ରରେ ସଫଳ ହେବା ପରେ ଅଟୋ ମୋବାଇଲ ବ୍ୟବସାୟ କଥା କିପରି ଚିନ୍ତା କଲେ?
ଉ- ପୂର୍ବରୁ ଅଟୋମୋବାଇଲର ଅଭିଜ୍ଞତା ଥିଲା। ଉତ୍ତର ପିଢ଼ିକୁ ନୂଆ ଦିଗ ଦେଖାଇବା ପାଇଁ ଏସେନ୍‌ ଅଟୋ ମୋବାଇଲ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ ପାଇଁ ଚିନ୍ତା କରିଥିଲୁ। ଓଡ଼ିଶାରେ ୨ ଚକିଆଯାନର ବହୁଳ ବ୍ୟବହାର ରହିଛି। ଏଥିରେ ମୋର ବଡ଼ ପୁତୁରା ସୌରଭ ଥାକର୍‌ ମୁଖ୍ୟ ଭୂମିକା ନେଇ ସବୁ ଦେଖାଶୁଣା କରୁଛନ୍ତି। ସେ ମୋଠାରୁ କେବଳ ଆର୍ଥିକ କ୍ଷେତ୍ରରେ ପରାମର୍ଶ ନେଇଥାନ୍ତି। କଟକର ଶିଖରପୁର ଓ ପୁରୀ ଘାଟସ୍ଥିତ ହିରୋ ମୋଟୋ କର୍ପ ଆମନ୍ତ୍ରଣ କ୍ରମେ ହିରୋ ପ୍ରିମିୟା- ଶୋରୁମ ଖୋଲିବାର ନିଷ୍ପତ୍ତି ନେଲୁ। ଏଥିରେ ୧୫୦ ସିସିରୁ ୬୫୦ ସିସି ପର୍ଯ୍ୟନ୍ତ ପ୍ରିମିୟମ୍‌ ଯାନ ପ୍ରତି ବିଶେଷ ଧ୍ୟାନ ଦେଲୁ। ଗୋଟିଏ ସ୍ଥାନରେ ଯୁବବର୍ଗ ଏବଂ ବାଇକ୍‌ ଲଭରଙ୍କ ଆଶା ପୂରଣ କରିବାରେ ସଫଳ ହୋଇପାରିଛୁ।
ପ୍ର- ବ୍ୟବସାୟିକ ସଫଳତା କେତେ ସନ୍ତୋଷ ପ୍ରଦାନ କରିଥାଏ? ଆଗାମୀ ଦିନରେ ବ୍ୟବସାୟ ବଢ଼ାଇବାର ଯୋଜନା ରହିଛି କି?
ଉ- ବ୍ୟବସାୟରେ ଏକ ଛୋଟ ଆରମ୍ଭରୁ ନେଇ ୨୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନର ଯାତ୍ରା ଖୁବ୍‌ ସନ୍ତୋଷଜନକ ରହିଛି। ୯୦ ପ୍ରତିଶତରୁ ଅଧିକ କର୍ମଚାରୀ ଆମ ସହ ଯେବେଠାରୁ ଯୋଡ଼ି ହୋଇଛନ୍ତି ସେବେଠାରୁ ଛାଡ଼ିଯିବାକୁ ଚାହାନ୍ତି ନାହିଁ। ଆମେ ଉଚ୍ଚଶିକ୍ଷିତ କିମ୍ବା କୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ଉପରେ ବିଶ୍ୱାସ ରଖୁନା ବରଂ ଆମ କମ୍ପାନୀରେ ନିଯୁକ୍ତ ହେଉଥିବା କର୍ମଚାରୀଙ୍କୁ ଶିକ୍ଷିତ ଓ ଦକ୍ଷ କରିବା ପାଇଁ ସମୟ ଓ ସୁଯୋଗ ପ୍ରଦାନ କରିଥାଉ। ବ୍ୟବସାୟରେ କେତେ ଲାଭବାନ ହେଲୁ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଆମ କମ୍ପାନୀର କେତେ ଲୋକ ଉତ୍ତମ ଜୀବନଯାପନ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଦିନରେ ଆମେ ଓଡ଼ିଶା ସହିତ ଅନ୍ୟ ରାଜ୍ୟରେ ୨ ଚକିଆ ଓ ୪ ଚକିଆ ଯାନର ଡିଲରଶିପ୍‌ ସ୍ଥାପନ କରିବୁ। ଏହା ବ୍ୟତୀତ ଅନ୍ୟାନ୍ୟ ଜିଲାର ସଦର ମହକୁମାରେ ହାଉସିଂ ପ୍ରୋଜେକ୍ଟ କରିବାର ଲକ୍ଷ୍ୟ ରହିଛି।
ପ୍ର- ନୂତନ ଯୁବପିଢ଼ି ପାଇଁ ଆପଣଙ୍କ ସନ୍ଦେଶ କ’ଣ ରହିବ?
ଉ- ଶୃଙ୍ଖଳିତ କାମ କଲେ ସଫଳତା ନିଶ୍ଚିତ। ନିରବଚ୍ଛିନ୍ନ ପରିଶ୍ରମ ବଜାର ଚାହିଦାକୁ ଆଖି ଆଗରେ ରଖି ବ୍ୟବସାୟ କଲେ, ସଫଳତା ବାଟ କଢ଼ାଇ ନେବ।
ସାକ୍ଷାତ୍‌କାର – ପ୍ରଦୀପ୍ତ ରଥ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri