ସାନ ପୁଅଙ୍କ ଉପରେ ଖୁସି ହୋଇ ବଡ଼ ନିଷ୍ପତ୍ତି ନେଲେ ମୁକେଶ ଅମ୍ବାନୀ! ୫ ବର୍ଷ ଲାଗି ଅନନ୍ତଙ୍କୁ ଦେଇଦେଲେ ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 2022 ମସିହାରେ ହିଁ ତାଙ୍କ ୩ ପିଲାଙ୍କ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ୟବସାୟର ଦାୟିତ୍ୱ ବାଣ୍ଟି ଦେଇଥିଲେ। ଝିଅ ଈଶା ଅମ୍ବାନୀଙ୍କୁ ଖୁଚୁରା ବ୍ୟବସାୟର ଦାୟିତ୍ୱ, ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ଟେଲିକମ୍‌ ଏବଂ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ଶକ୍ତି କ୍ଷେତ୍ରର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ନିକଟରେ ମୁକେଶ ଅମ୍ବାନୀ ଖୁସିରେ ତାଙ୍କ ସାନ ପୁଅକୁ ନୂତନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।
ଏବେ କମ୍ପାନୀ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ମଣ୍ଡଳୀ ଅନନ୍ତ ଏମ୍‌. ଅମ୍ବାନୀଙ୍କୁ ମେ’୧, ୨୦୨୫ରୁ ପାଞ୍ଚ ବର୍ଷ ପାଇଁ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏପର୍ଯ୍ୟନ୍ତ ସେ କମ୍ପାନୀ ସହିତ ଜଣେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଜଡିତ ଥିଲେ। ଅନନ୍ତ ଅମ୍ବାନୀ ମାର୍ଚ୍ଚ ୨୦୨୦ରୁ ଜିଓ ପ୍ଲାଟଫର୍ମ ଲିମିଟେଡର ବୋର୍ଡରେ ଅଛନ୍ତି। ମଇ ୨୦୨୨ରୁ ସେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ବୋର୍ଡରେ ମଧ୍ୟ ଯୋଗଦାନ ଦେବା ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ଜୁନ ୨୦୨୧ଠାରୁ ରିଲାଏନ୍ସ ନ୍ୟୁ ଏନର୍ଜି ଲିମିଟେଡ୍‌ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡ୍‌ର ବୋର୍ଡରେ ଅଛନ୍ତି। ସେପ୍ଟେମ୍ବର ୨୦୨୨ଠାରୁ ସେ ରିଲାଏନ୍ସ ଫାଉଣ୍ଡେସନର ବୋର୍ଡରେ ମଧ୍ୟ ଅଛନ୍ତି। ବ୍ରାଉନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଅନନ୍ତ କମ୍ପାନୀର ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ନେତୃତ୍ୱ ଅଭିଜ୍ଞତା ହାସଲ କରିଛନ୍ତି।
ଏହି ନିଷ୍ପତ୍ତି ଅମ୍ବାନୀ ପରିବାରର ଉତ୍ତରାଧିକାର ଯୋଜନାର ଏକ ଅଂଶ, ଯାହା ଅଧୀନରେ ପରବର୍ତ୍ତୀ ପିଢ଼ିକୁ ରଣନୈତିକ ଦାୟିତ୍ୱ ହସ୍ତାନ୍ତର କରାଯାଉଛି। ବାର୍ଷିକ ସାଧାରଣ ସଭାରେ ମଧ୍ୟ ମୁକେଶ ଅମ୍ବାନୀ ଅନନ୍ତଙ୍କ ନେତୃତ୍ୱ କ୍ଷମତା ଏବଂ ଶକ୍ତି କ୍ଷେତ୍ର ପ୍ରତି ତାଙ୍କର ବୁଝାମଣାକୁ ପ୍ରଶଂସା କରିଥିଲେ।
ଜାନୁଆରୀ-ମାର୍ଚ୍ଚ ୨୦୨୫ତ୍ରୈମାସିକର ଫଳାଫଳ ପ୍ରକାଶ କରି RIL ଏକ ନୂତନ ରେକର୍ଡ ସ୍ଥାପନ କରିଛି। ରିଲାଏନ୍ସ ପ୍ରଥମ ଭାରତୀୟ କମ୍ପାନୀ ହୋଇଛି ଯାହାର ମୋଟ ଇକ୍ୱିଟି  10 ଲକ୍ଷ କୋଟି ଅତିକ୍ରମ କରିଛି।
କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସର ଡିଜିଟାଲ ସେବାଗୁଡ଼ିକ ଏହି ତ୍ରୈମାସିକରେ ରେକର୍ଡ ରାଜସ୍ବ ଏବଂ ଲାଭ ସୃଷ୍ଟି କରିଛି। ଉନ୍ନତ ଉପଭୋକ୍ତା ସମ୍ପର୍କ ଏବଂ ଦୃଢ଼ ଗ୍ରାହକ ମିଶ୍ରଣ ଯୋଗୁ ରୋଜଗାର ବୃଦ୍ଧି ପାଇଛି।
RIL ର ନିର୍ଦ୍ଦେଶକ ମଣ୍ଡଳୀ  ୨୫,000 କୋଟି ପର୍ଯ୍ୟନ୍ତ ପାଣ୍ଠି ସଂଗ୍ରହ କରିବାକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ତାଲିକାଭୁକ୍ତ କିମ୍ବା ଅଣତାଲିକାଭୁକ୍ତ, ସୁରକ୍ଷିତ କିମ୍ବା ଅସୁରକ୍ଷିତ, ଅଣ-ପରିବର୍ତ୍ତନୀୟ ଡିବେଞ୍ଚର ମାଧ୍ୟମରେ ପ୍ରାଇଭେଟ ପ୍ଲେସମେଣ୍ଟ ମାଧ୍ୟମରେ ଗୋଟିଏ କିମ୍ବା ଅଧିକ ପର୍ଯ୍ୟାୟରେ ରାଶି ସଂଗ୍ରହ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri