Categories: ବାଣିଜ୍ୟ

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର କାର୍ଯ୍ୟସୂଚୀରେ ଉଲ୍ଲେଖ କରାଯାଇଛି। ଏପରିକି ୨୦୨୪-୨୫ଆର୍ଥିକ ବର୍ଷରେ ଆର୍‌ବିଆଇର ପ୍ରଥମ ଏମ୍‌ପିସି ବୈଠକ ୨୦୨୪ ଏପ୍ରିଲ ୩ ରୁ ୫ ମଧ୍ୟରେ ଅନୁଷ୍ଠିତ ହେବ। ଆର୍‌ବିଆଇ ସୂଚନାନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୬ଟି ମୁଦ୍ରାନୀତି କମିଟି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରଥମ ବୈଠକ ଏପ୍ରିଲ ୩ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦ୍ୱିତୀୟ ବୈଠକ ଜୁନ୍‌ ୫ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତୃତୀୟ ବୈଠକ ଅଗଷ୍ଟ ୬ ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚତୁର୍ଥ ବୈଠକ ଅକ୍ଟୋବର ୭ରୁ ୯ ମଧ୍ୟରେ ଅନୁଷ୍ଠିତ ହେବ। ପଞ୍ଚମ ବୈଠକ ଡିସେମ୍ବର ୪ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨୦୨୪-୨୫ଆର୍ଥିକ ବର୍ଷର ଷଷ୍ଠ ତଥା ଶେଷ ମୁଦ୍ରାନୀତି କମିଟି ବୈଠକ ନୂତନ ବର୍ଷ ୨୦୨୫ ଫେବୃଆରୀ ୫ରୁ ୭ ମଧ୍ୟରେ ଅନୁଷ୍ଠିତ ହେବ ।

Share