ଭୁବନେଶ୍ୱର କ୍ରାଉନ ହୋଟେଲରେ ଆରମ୍ଭ ହେଲା ‘ବ୍ରାଣ୍ଡେଡ୍‌ ସେଲ୍‌’; ବେଶ ଶସ୍ତାରେ ମିଳୁଛି…

ଭୁବନେଶ୍ୱର,୨।୨ (ଅଭୟ ଦାଶ): ପ୍ରଥମ ଥର ପାଇଁ ଭୁବନେଶ୍ୱରର କ୍ରାଉନ ହୋଟେଲରେ ଏକ ୪ ଦିନିଆ ‘ବ୍ରାଣ୍ଡେଡ୍‌ ସେଲ୍‌’ର ଶୁଭାରମ୍ଭ କରାଯାଇଛି। ଶନିବାରଠାରୁ ଏହା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ସେଲ୍‌ ୨୦୨୫ ଫେବୃଆରୀ ୪ ପର୍ଯ୍ୟନ୍ତ ଜାରି ରହିବ ଏବଂ ପ୍ରତିଦିନ ସକାଳ ୧୦ ଘଟିକାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଏହି ସେଲ୍‌ ଖୋଲା ରହିଛି। ଏପରିକି ଗାର୍ମେଣ୍ଟ ଉଦ୍ୟୋଗରେ ଚାଲିଥିବା ମାନ୍ଦାବସ୍ଥା କାରଣରୁ ଫ୍ୟାକ୍ଟ୍ରିରୁ ମୂଲ୍ୟବାନ୍‌ ଗାର୍ମେଣ୍ଟସ ଏବଂ ଜୋତାର ଆକର୍ଷଣୀୟ କଲେକ୍ସନ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। ସେହିଭଳି ୨୦୨୪ର ବକ୍ସ ପ୍ୟାକ୍‌ କଲେକ୍ସନଗୁଡିକୁ ଗ୍ରାହକ ୮୦% ରିହାତି ଦରରେ ପାଇପାରିବେ। ଏପରିକି ୨୦୦୦ ରୁ ୯୦୦୦ ଟଙ୍କା ମୂଲ୍ୟର ମେନ୍‌ସ ଶାର୍ଟ ମାତ୍ର ୧୨୦୦ ଟଙ୍କାରେ ମିଳୁଥିଲାବେଳେ ୨୦୦୦ରୁ ୪୦୦୦ଟଙ୍କାର ଲେଡିଜ କୁର୍ତ୍ତି ମାତ୍ର ୬୦୦ ଟଙ୍କା, ୧୫୦୦ରୁ ୨୦୦୦ ଟଙ୍କାର କିଡ୍‌ସ ଗାର୍ମେଣ୍ଟସ ୬୦୦ ଟଙ୍କା ମଧ୍ୟରେ ମିଳୁଛି। ସେହିପରି ୨୦୦୦ରୁ ୬୦୦୦ ଟଙ୍କାର ଲେଡିସ ମିକ୍ସ ଗାର୍ମେଣ୍ଟସ ମାତ୍ର ୩୦୦ରୁ ୬୦୦ ଟଙ୍କା, ୨୦୦୦ରୁ ୬୦୦୦ ଟଙ୍କାର ମେନ୍‌ସ ଟି-ଶାର୍ଟ ମାତ୍ର ୬୦୦ରୁ ୮୦୦ ଟଙ୍କା, ୩୯୦୦ରୁ ୯୮୦୦ ଟଙ୍କାର ମେନ୍‌ସ ବ୍ରାଣ୍ଡେଡ୍‌ ଜିନ୍‌ସ ମାତ୍ର ୧୫୦୦ ଟଙ୍କା ଏବଂ ୨୦୦୦ରୁ ୪୦୦୦ ଟଙ୍କାର ଲେଡିଜ ବ୍ରାଣ୍ଡେଡ୍‌ ଜିନ୍ସ ମାତ୍ର ୬୦୦ ଟଙ୍କାରେ ବିକ୍ରି ହେଉଛି। ଏପରିକି ସୁଲଭ ମୂଲ୍ୟରେ ୪୫ରୁ ଅଧିକ କାଉଣ୍ଟର ଜରିଆରେ ୩୦ ହଜାରରୁ ଅଧିକ ଗାର୍ମେଣ୍ଟସ ପ୍ରଦର୍ଶିତ ହେଉଛି। ଅପରପକ୍ଷରେ ପୁରୁଷଙ୍କ ପାଇଁ ବିଭିନ୍ନ ଭେରାଇଟିର ମିଶ୍ରିତ ବ୍ରାଣ୍ଡେଡ୍‌ ଜୋତା ମାତ୍ର ୧୮୦୦ ଟଙ୍କାରେ ମିଳୁଛି। ଏହାର ମୂଳ ମୂଲ୍ୟ ୨୦୦୦ରୁ ୧୨,୦୦୦ ଟଙ୍କା ଥିଲାବେଳେ ଏହି ସେଲ୍‌ ଜରିଆରେ ଗ୍ରାହକ କେବଳ ୮୦୦ରୁ ୧୮୦୦ ଟଙ୍କାରେ ପାଇପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri