ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ କରିବାକୁ ଯାଉଥିବା ଏହି ପଣ୍ଡିତଜଣଙ୍କ କିଏ? ନିଅନ୍ତି କେତେ ପାଉଣା…

ବିବାହ ବନ୍ଧନରେ ଆବଦ୍ଧ ହେବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ ସେ। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଗୁଜରାଟ ଜାମନଗରରେ ପ୍ରି-ଓ୍ବେଡିଂ ସେଲିବ୍ରେଶନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତନାମା ବ୍ୟକ୍ତିବିଶେଷ ସାମିଲ ହେବେ ବୋଲି ଜଣାପଡ଼ିଛି।

ଅନନ୍ତଙ୍କ ବିବାହରେ ଯୋଗଦେବାକୁ କଳାକାରଙ୍କ ମଧ୍ୟରୁ ରଣବୀର କପୁର, ସଲମାନ ଖାନ୍‌, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ରିହାନା, ରଣବୀର ସିଂହ, ଦୀପିକା ପାଦ୍ୟୁକୋନ, ଅମିତାଭ ବଚ୍ଚନ ଏବଂ ମନୀଷ ମଲହୋତ୍ରା ପ୍ରମୁଖ ପହଞ୍ଚି ସାରିଲେଣି। ଏମାନଙ୍କ ବ୍ୟତିତ ପଣ୍ଡିତ ଚନ୍ଦ୍ରଶେଖର ଶର୍ମାଙ୍କୁ ମଧ୍ୟ ବିମାନବନ୍ଦରରେ ସ୍ପଟ୍‌ କରାଯାଇଛି।

Meet Nita Ambani And Mukesh Ambani's Pandit Ji Chandra Shekar Sharma, Here's All About His Puja Service Cost And Clients | HerZindagi

ଚନ୍ଦ୍ରଶେଖର ହେଉଛନ୍ତି ଭାରତର ବିଖ୍ୟାତ ପଣ୍ଡିତଙ୍କ ମଧ୍ୟରୁ ଜଣେ। ସେ ବଡ଼ ବଡ଼ ସେଲିବ୍ରିଟିଙ୍କ ଘରେ ପୂଜା-ପାଠ ଏବଂ ବିବାହ କରିଥାନ୍ତି। ଏବେ ସେ ଅନନ୍ତଙ୍କ ବିବାହ କରିବେ। ଏଥିଲାଗି ଚନ୍ଦ୍ରଶେଖର ପହଞ୍ଚି ସାରିଥିବା ବେଳେ ଅମ୍ବାନୀଙ୍କ ଟିମ୍‌ର କିଛି ସଦସ୍ୟ ଏବଂ ବ୍ୟବସାୟୀ ତାଙ୍କର ସ୍ବାଗତ କରିଛନ୍ତି।

Pt Chandra Shekar Sharma in Kamaraj Road,Bangalore - Best Astrologers in Bangalore - Justdial

ଏହା ପ୍ରଥମ ଥର ନୁହେଁ ଯେବେ ପଣ୍ଡିତ ଚନ୍ଦ୍ରଶେଖର ଅମ୍ବାନୀଙ୍କ କୌଣସି କାର୍ଯ୍ୟକ୍ରମରେ ଦେଖାଯାଇଛି। ସେ ଅମ୍ବାନୀ ପରିବାରର ଅଧିକାଂଶ କାର୍ଯ୍ୟକ୍ରମରେ ପୂଜାପାଠ କରୁଥିବା ଦେଖାଯାଏ। ଗଣେଶ ଚତୁର୍ଥୀ ହେଉ ଅବା ଆକାଶ ଅମ୍ବାନୀଙ୍କ ବିବାହ, ସବୁ ପୂଜାରେ ସେ ସାମିଲ ହୋଇଛନ୍ତି। ଏହାଛଡ଼ା ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାର ସହ ଏକ ଫଟୋରେ ଦେଖିବାକୁ ମିଳିଥିଲା। ଫଟୋରେ ତାଙ୍କ ସହ ନୀତା ଅମ୍ବାନୀ, ରାଧିକା ମର୍ଚାଣ୍ଟ, ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ଅନ୍ୟ ଲୋକେ ଥିଲେ।

Chandrashekar Sharma - Astrologer in Shivaji Nagar

ଚନ୍ଦ୍ରଶେଖରଙ୍କ ଫେସବୁକ୍‌ ବାୟୋ ଦେଖିଲେ ସେ ଜଣେ ଜ୍ୟୋତିଷ ଏବଂ ପୂଜାରୀ ନୁହନ୍ତି ବରଂ ଜଣେ ପର୍ସନାଲ କୋଚ୍‌ ଏବଂ ଲାଇଫଷ୍ଟାଇଲ୍‌ ମୋଟିଭେଟର ମଧ୍ୟ ହୋଇଥିବା ଜଣାପଡେ। ତେବେ ତାଙ୍କ ପାଉଣା ବିଷୟରେ କହିଲେ ଆଧିକାରୀକ ଓ୍ବେବ୍‌ସାଇଟ୍‌ Pujahoma.com ଅନୁଯାୟୀ, ରାଶିଫଳ ପଢ଼ିବା, ଜାତକ ସୁଝାଇବା ଏବଂ ମୂହୁର୍ତ୍ତ ଚୟନ ଲାଗି ସେ ୧୦୦୦ ଟଙ୍କା ନିଅନ୍ତି। ଦୋକାନ/ଫାକ୍ଟ୍ରିର ଉଦ୍‌ଘାଟନ, ଭୂମି ପୂଜା ଏବଂ ସତ୍ୟନାରାୟଣ ପୂଜା ଲାଗି ୫୦୦୦ ଟଙ୍କା ନିଅନ୍ତି। ରୁଦ୍ରାଭିଷେକ କରିବା ଲାଗି ୧୧ ହଜାର ଏବଂ ବିବାହ କରିବା ଲାଗି ୨୫ ହଜାର ନେଉଥିବା ଜଣାପଡ଼ିଛି। ଏହାଛଡ଼ା ସୁଦର୍ଶନ ହୋମ, ମୃତ୍ୟୁଞ୍ଜୟ ଜପ, ବାସ୍ତୁ ଶାନ୍ତି, ଚଣ୍ଡି ହୋମ, ରୁଦ୍ର ହୋମ ଏବଂ ହୋମ-ବଗଳାମୁଖୀ ଲାଗି ସେ ୫୦ ହଜାର ଟଙ୍କା ଚାର୍ଜ କରିଥାନ୍ତି।

Contact Chandreshekar Sharma | Best Astrologer in Bangalore

ତାଙ୍କ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ତାଙ୍କର କିଛି ଗ୍ରାହକଙ୍କ ନାମ ଉଲ୍ଲେଖ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଟେଲି, ବିକେଟି, ପ୍ରିୟଙ୍କା ଚୋପ୍ରା ଜୋନାସ, ସୋନୁ ନିଗମ, ଉଡ୍‌କ୍ରାଫ୍ଟ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri