ଚାଳକଙ୍କୁ ଦୁର୍ବ୍ୟବହାର କରି ବସ୍‌ ଭଙ୍ଗାରୁଜା

ଦିଗପହଣ୍ଡି,୩।୧(ଅଶେଷ ନାଥ ମିଶ୍ର): ରାଜ୍ୟ ପରିବହନ ନିଗମର ଏକ ସରକାରୀ ଯାତ୍ରୀବାହୀ ବସ୍‌କୁ ଅଟକାଇ ଚାଳକଙ୍କୁ ଦୁର୍ବ୍ୟବହାର ସହ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଚାଳକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ମୁତାବକ, ଗତ ୩୧ ତାରିଖ ବୁଧବାର ବିଳମ୍ବିତ ରାତିରେ ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡଠାରେ କିଛି ଯୁବକ ଜିରୋ ନାଇଟ ସେଲିବ୍ରେଟ୍‌ କରୁଥିଲେ । ସେତିକିବେଳେ ଭୁବନେଶ୍ବରରୁ ଭାୟା ଦିଗପହଣ୍ଡି ଦେଇ କୋରାପୁଟ ଅଭିମୁଖେ ଯାଉଥିବା ସରକାରୀ ବସ୍‌(ନଂ. ଓଡି ୦୨ ସିଟି- ୪୨୦୪)କୁ ଯୁବକମାନେ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଚାଳକ ବସ୍‌ ନ ରଖି ଦ୍ରୁତ ଗତିରେ ଚାଲି ଯାଇଥିଲେ।

ହେଲେ ଯୁବକମାନେ ଏକ କାର୍‌ (ନଂ. ଓଡି ୦୭ ଏଏନ୍‌-୬୨୪୬ )ଯୋଗେ ବସ୍‌କୁ ପିଛା କରି ଦିଗପହଣ୍ଡି ପୁଞ୍ଜିକଂୟା ଛକଠାରୁ ଅଳ୍ପ ଦୂରରେ ଅଟକାଇ ଥିଲେ। ପରେ ଯୁବକମାନେ ଚାଳକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ନିଶାସକ୍ତ ଯୁବକମାନେ ବସକୁ ଟେକା, ପଥର ମାଡ଼ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ସମ୍ମୁଖ ଭାଗ କାଚ୍‌ ଭାଙ୍ଗି ଫେରାର ହୋଇଯାଇଥିଲେ।

ହେଲେ ବସଟି କୋରାପୁଟ ଅଭିମୁଖେ ଯାତ୍ରା କରିଥିବା ବେଳେ ଶୁକ୍ରବାର କୋରାପୁଟରୁ ଭୁବନେଶ୍ବର ଫେରିବା ବାଟରେ ଦିଗପହଣ୍ଡି ଥାନାରେ ପହଞ୍ଚି ଚାଳକ ରଘୁନାଥ ସାହୁ ୫ଜଣ ଯୁବକଙ୍କ ନାଁରେ ଏତଲା ଦେଇଥିଲେ।

ଅଭିଯୁକ୍ତ ଯୁବକଙ୍କ ପରିଚୟ ଜଣାପଡି ନ ଥିବା ବେଳେ ଚାଳକଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧/୨୬) ରୁଜୁ କରିଛି। ଏଏସ୍‌ଆଇ ମନୋଜ ସିଂଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ଚତୁର୍ଥୀ କରିବାକୁ ରାଜି ହେଲେନି ନବବଧୂ, ଶାଶୁ କଲେ ଏମିତି କାମ, ଭିଡିଓ ଦେଖିଲେ…

ଲକ୍ଷ୍ନୌ,୨୭।୨: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। କିଛି ଲୋକଙ୍କୁ ହସାଇଥାଏ, ଆଉ କିଛି ସେମାନଙ୍କୁ ଚକିତ କରିଦିଏ। କେତେବେଳେ ଏପରି ଭିଡିଓ ସାମ୍ନାକୁ…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଏମପି କେ. କବିତା ନିର୍ଦ୍ଦୋଷରେ ଖଲାସ, କୋର୍ଟ ରାୟ ଉପରେ କହିଲେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ଏକ କୋର୍ଟ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଦୋଷମୁକ୍ତ କରିଛନ୍ତି।…

ଏଥର ଚତୁର୍ଥ ଆସନ ଲଢ଼ିବ ବିଜେଡି, ସାରଦା ଜେନା କହିଲେ ବର୍ତ୍ତମାନ ଦଳର ସବୁ ବିଧାୟକ…

ଭୁବନେଶ୍ୱର,୨୭ା୨: ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜେଡି ବିଧାୟକ ସାରଦା ଜେନା ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଚତୁର୍ଥ ଆସନ ଲଢ଼ିବ।…

ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ, ଲକ୍ଷଲକ୍ଷ ଇଣ୍ଡିଆନ ରେଲେଓ଼୍ବରେ ହେବ…

ନୂଆଦିଲ୍ଲୀ,୨୭।୨: ରେଳ ମନ୍ତ୍ରଣାଳୟ ପେନସନଭୋଗୀଙ୍କୁ ସାଇବର ଠକେଇ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇ ଏକ ସରକାରୀ ପରାମର୍ଶ ଜାରି କରିଛି। ସମ୍ପ୍ରତି, ଅନେକ ମାମଲା ସାମ୍ନାକୁ…

ବଦ୍‌ଲା ନେଲେ ତାଲିବାନ ସରକାର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଡ୍ରୋନ ଆକ୍ରମଣ!

ଇସଲାମାବାଦ୍‌,୨୭।୨: ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛନ୍ତି। ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଉପ ମୁଖପାତ୍ର ହମଦୁଲ୍ଲା ଫିତରତ ଦାବି କରିଛନ୍ତି, ଫୈଜାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଦିନ ଦ୍ୱିପ୍ରହରେ ହେଲମେଟ୍‌ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦେଖନ୍ତୁ ଭିଡିଓ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ ): ଆଉ ଦୁଇ ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା । ବର୍ତ୍ତମାନ ସାହି ଗୁଡିକରେ ଏହି…

ଜନଶୁଣାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅଧାରୁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଜଳେଶ୍ୱର,୨୭ା୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri