କଟକଣା କୋହଳ ସତ୍ତ୍ବେ ବସ୍‌ ବନ୍ଦ

କଟକ ଅଫିସ,୬ା୮: କରୋନା କଟକଣା କୋହଳ ସତ୍ତ୍ୱେ ବସ୍‌ ସେବା ବନ୍ଦ ରହିଛି। ମାର୍ଚ୍ଚରୁ ଘରୋଇ ବସ୍‌ଗୁଡ଼ିକ ବାଦାମବାଡ଼ି-ଲିଙ୍କ୍‌ରୋଡ ମୁଖ୍ୟରାସ୍ତା କଡ଼ରେ ପଡ଼ିରହି ଖତ ଖାଉଛି। ସରକାରୀ ବସ୍‌ ସେବାର ମଧ୍ୟ ସମଦଶା। କଟକରୁ କୌଣସି ବସ୍‌ ଗଡୁ ନ ଥିବାରୁ ଘରୋଇ ବସ୍‌ର ମାଲିକଙ୍କୁ ଏହା ବିପୁଳ କ୍ଷତି ଦେଉଥିବା ମାଲିକମାନେ କହିଛନ୍ତି। ମେ’ରେ କଟକରୁ ଭୁବନେଶ୍ୱରକୁ ବସ୍‌ ଚାଲିବା ପରେ ଓଏସ୍‌ଆର୍‌ଟିସିର ମାତ୍ର ଗୋଟିଏ ବସ୍‌ ଚାଲିଥିତ୍ଲା। ଏହି ବସ୍‌ରେ ମାତ୍ର ୨୦ ଜଣ ଯାତ୍ରା କରୁଥିଲେ ବୋଲି କୁହାଯାଇଥିଲା। ବସ୍‌ଟି ୪୦ ସିଟ୍‌ ବିଶିଷ୍ଟ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ପାଇଁ ଏପରି ହୋଇଥିବା ଓଏସ୍‌ଆର୍‌ଟିସି କଟକ ୟୁନିଟ ଇନ୍‌ଚାର୍ଜ ବଳରାମ ମହାନ୍ତି କହିଛନ୍ତି। କିନ୍ତୁ ଜୁଲାଇ ୧୭ରୁ ସରକାରୀ ବସ୍‌ ଗଡ଼ିବା ମଧ୍ୟ ବନ୍ଦ ରହିଛି। ଏବେ ଓଏସ୍‌ଆର୍‌ଟିସିର କୌଣସି ବସ୍‌ ଗଡୁନାହିଁ। ବିଭିନ୍ନ ଜିଲାକୁ ଲୋକେ ଗାଡ଼ି ଭଡ଼ାକରି ଯାଉଛନ୍ତି। ପରବର୍ତ୍ତୀ ଚିଠି ନ ଆସିବା ଯାଏ ମତାମତ ଦେଇହେବ ନାହିଁ ବୋଲି ଓଏସ୍‌ଆର୍‌ଟିସିର ଜଣେ ଅଧିକାରୀ କହିଥିଲେ। ଘରୋଇ ବସ୍‌ ମାଲିକ କପିଳା ବାରିକ କହିଛନ୍ତି, ବସ୍‌ ଏବେ ନଷ୍ଟ ହେବା ଉପରେ। ପଡ଼ିପଡ଼ି ଏହାର ବିଭିନ୍ନ ଯନ୍ତ୍ରାଂଶ ଖରାପ ହେବାକୁ ଲାଗିଲାଣି। କେବେ ଗଡ଼ିବ ତାହା ସ୍ପଷ୍ଟ ହେଉନି। ଏହି ସେବା ପୁଣି ଆରମ୍ଭ ହେବା ବେଳକୁ ଲକ୍ଷ ଲକ୍ଷ ଟଙ୍କା ମରାମତିରେ ଯିବ। ଡ୍ରାଇଭରମାନେ ଗାଁକୁ ଚାଲି ଯାଇଛନ୍ତି। ପ୍ରତି ସପ୍ତାହରେ ସେମାନଙ୍କୁ କିଛି ଖର୍ଚ୍ଚ ଦେବାକୁ ପଡୁଛି। ଗୋଟିଏ ୫୦ ସିଟ୍‌ବିଶିଷ୍ଟ ବସ୍‌ରେ ମାତ୍ର ୨୫ ଜଣଙ୍କୁ ନେଇ ଯାତ୍ରା କଲେ ତେଲ ଖର୍ଚ୍ଚ ଉଠିବ ନାହିଁ ବୋଲି ସେ କହିଛନ୍ତି। ଘରୋଇ ବସ୍‌ ମାଲିକ ସଂଘର କଟକ ସଭାପତି ଅଜୟ ବାରିକ କହିଛନ୍ତି, ବସ୍‌ ସେବାରେ ଏବେ କ୍ଷତି ହିଁ କ୍ଷତି। କିଛି ଘରୋଇ ବସ୍‌ ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri