ନୂଆ ଘରୋଇ ବସଷ୍ଟାଣ୍ଡରୁ ଗଡ଼ିଲା ବସ୍‌

ବରଗଡ଼ ଅଫିସ,୨୦।୭: ବରଗଡ଼ ନୂଆ ଘରୋଇ ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ଶୁଭାରମ୍ଭ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ସମାରୋହରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ରାହୁଲ ଜୈନଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଅତିଥିଭାବେ ଯୋଗ ଦେଇଥିଲେ । ଶୁଭାରମ୍ଭ ପରେ ପ୍ରଥମ ବସ୍‌ଟି ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ଅବସରରେ ଅତିଥିମାନେ ଏକ କେକ ମଧ୍ୟ କାଟିଥିଲେ। ବରଗଡ଼ ଘରୋଇ ବସ ମାଲିକ ସଂଘର ମୁଖ୍ୟ ଉପଦେଷ୍ଟା ଇଂ ଦେବବ୍ରତ ମିଶ୍ର, ସଭାପତି ଭୀଷ୍ମଦେବ ଦୋରା, ଶେଖ ନଜିମୁଦ୍ଦିନଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।