ଛିଡ଼ାହୋଇଥିବା ଟ୍ରକ୍‌ ପଛରେ ପିଟିହେଲା ବସ୍‌: ୨ ଚାଳକ ଗୁରୁତର

ଜମନକିରା,୧ା୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଜାତୀୟ ରାଜପଥ ୫୩ନଂ. ବାଇପାସ୍‌ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଭାଗ ପକ୍ଷରୁ କରାଯାଇଥିବା ନୂତନ ରାସ୍ତାର ଭିତ୍ତିପ୍ରସ୍ତର ଠିକ୍‌ ନଥିବା ଯୋଗୁ ଏଭଳି ଅସୁବିଧା ହେଉଥିବା ନେଇ ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି। ଏଭଳି ଦୁଇଟି ଘଟଣା ୨ଦିନ ଅନ୍ତରରେ ଘଟିଯାଇଛି। ଗତ ୨୯ ତାରିଖରେ ସିରିଜ ଟ୍ରକ୍‌ ଦୁର୍ଘଟଣାରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦୁଝରରୁ ବଲାଙ୍ଗୀରକୁ ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌ (ଓଡି ୦୯ ୟୁ ୬୫୨୪) ଜମନକିରା ରାଜରାସ୍ତା ବାଇପାସ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ (ଓଡି ୦୯ କ୍ୟୁ ୪୧୯୮)କୁ ପଛରେ ବାଡ଼େଇ ହୋଇଥିଲା। ଫଳରେ ଦୁଇଜଣ ଚାଳକ ବିମ୍ବାଧର ମହନ୍ତ (୪୨), ଅନ୍ୟ ଚାଳକ ତ୍ରିଲୋଚନ ମହାନ୍ତ (୪୫) ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଉଭୟ ଚାଳକଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ବସରେ ଥିବା ପ୍ରାୟ ୧୩/୧୪ଜଣ ଯାତ୍ରୀ ସୁରକ୍ଷିତ ଥିବା ନେଇ ପୋଲିସ ଅଧିକାରୀ ସୁଧାଂଶୁ ଶେଖର ପାତ୍ର ପ୍ରକାଶ କରିଛନ୍ତି। ଏ ନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଛି। ତେବେ ଏହି ନୂତନ ରାସ୍ତାରେ ବାରମ୍ବାର ଦୁର୍ଘଟଣାକୁ ରୋକିବା ଲାଗି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।
ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ଏଆଇ ପିଡି କେ.ଏନ. ରାଓଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri