Categories: ଫୁରସତ

ବୁରୁଣ୍ଡି ସବୁଠୁ ଗରିବ ଦେଶ

ଜିଟେଗା: ପୂର୍ବ ଆଫ୍ରିକାର ଏକ ଛୋଟ ଦେଶ ବୁରୁଣ୍ଡି ବିଶ୍ୱର ସବୁଠୁ ଗରିବ ଦେଶ ଭାବେ ପରିଚିତ। ଏହି ଦେଶର ଲୋକ ସଂଖ୍ୟା ୨୦୨୧ ସୁଦ୍ଧା ୧.୨୬ କୋଟି। ଏଠାରେ ଲୋକଙ୍କ ବାର୍ଷିକ ଆମଦାନୀ ୧୮୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୪,୮୮୫ ଟଙ୍କା। ରିପୋର୍ଟ ମୁତାବକ ଏଠାରେ ପ୍ରତି ୩ ଜଣରେ ଜଣେ ବେରୋଜଗାର ଏବଂ ଘର ଚଳାଇବାକୁ ସକ୍ଷମ ନୁହନ୍ତି। ଇଂଲଣ୍ଡ ଏବଂ ଆମେରିକା କବଳରୁ ମୁକ୍ତ ହେବା ପରେ ଏମାନଙ୍କ ଅବସ୍ଥା ଭଲ ଥିଲା। ହେଲେ ୧୯୯୩ରୁ ପରିସ୍ଥିତି ବଦଳିଗଲା। ସେବେଠାରୁ ଏଠାରେ ୨୦୦୫ ପର୍ଯ୍ୟନ୍ତ ଗୃହଯୁଦ୍ଧ ଲାଗିରହିଥିଲା। ଫଳରେ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ପୂରା ଗରିବ ହୋଇଗଲା। ଏପର୍ଯ୍ୟନ୍ତ ବୁରୁଣ୍ଡି ଏକ ଗରିବ ଦେଶ ଭାବେ ସୂଚିତ କରାଯାଉଛି। ଏଠାରେ ଜନ୍ମ ନେଉଥିବା ୧୦୦୦ ଶିଶୁଙ୍କ ମଧ୍ୟରୁ ୮୭ ଶିଶୁ ମୃତ୍ୟୁର ଶିକାର ହୁଅନ୍ତି। ଲୋକେ ଏଠାରେ ପେଟପୂରା ଖାଇପାରନ୍ତିନି। ସାକ୍ଷରତା ହାର ମଧ୍ୟ ଏହି ଦେଶରେ ବହୁତ କମ୍‌। ଏହି ଦେଶରେ ଜଗିଂ ବ୍ୟାନ କରାଯାଇଛି। ଏହା ଶୁଣିବାକୁ ଅଜବ ଲାଗିବ, ହେଲେ ଏହା ସତ। ଦେଶର ଏପରି ଅବସ୍ଥା ସମୟରେ ଲୋକେ ସମୂହ ଭାବେ ଏକ ପାହାଡ଼କୁ ଜଗିଂ କରିବାକୁ ଯାଉଥିଲେ। ଏହା ଦେଖି ସେଠାକାର ରାଷ୍ଟ୍ରପତିଙ୍କୁ ଲାଗିଲା ଯେ ଲୋକେ ହିଂସା କରିବାକୁ ଉଦ୍ୟମ କରୁଛନ୍ତି। ସେଥିପାଇଁ ୨୦୧୪ରୁ ଜଗିଂକୁ ବ୍ୟାନ କରିଦେଲେ। ଦେଶ ପ୍ରଥମ ଥର ପାଇଁ ୧୯୯୬ରେ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଭେନୁସ୍ତେ ନିଓନଗାବୋ ୫ହଜାର ମିଟର ଦୌଡ଼ରେ ଏହି ପଦକ ହାସଲ କରିଥିଲେ।

Share