Posted inଫୁରସତ

ବୁରୁଣ୍ଡି ସବୁଠୁ ଗରିବ ଦେଶ

ଜିଟେଗା: ପୂର୍ବ ଆଫ୍ରିକାର ଏକ ଛୋଟ ଦେଶ ବୁରୁଣ୍ଡି ବିଶ୍ୱର ସବୁଠୁ ଗରିବ ଦେଶ ଭାବେ ପରିଚିତ। ଏହି ଦେଶର ଲୋକ ସଂଖ୍ୟା ୨୦୨୧ ସୁଦ୍ଧା ୧.୨୬ କୋଟି। ଏଠାରେ ଲୋକଙ୍କ ବାର୍ଷିକ ଆମଦାନୀ ୧୮୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୪,୮୮୫ ଟଙ୍କା। ରିପୋର୍ଟ ମୁତାବକ ଏଠାରେ ପ୍ରତି ୩ ଜଣରେ ଜଣେ ବେରୋଜଗାର ଏବଂ ଘର ଚଳାଇବାକୁ ସକ୍ଷମ ନୁହନ୍ତି। ଇଂଲଣ୍ଡ ଏବଂ ଆମେରିକା କବଳରୁ ମୁକ୍ତ ହେବା ପରେ ଏମାନଙ୍କ ଅବସ୍ଥା ଭଲ ଥିଲା। ହେଲେ ୧୯୯୩ରୁ ପରିସ୍ଥିତି ବଦଳିଗଲା। ସେବେଠାରୁ ଏଠାରେ ୨୦୦୫ ପର୍ଯ୍ୟନ୍ତ ଗୃହଯୁଦ୍ଧ ଲାଗିରହିଥିଲା। ଫଳରେ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ପୂରା ଗରିବ ହୋଇଗଲା। ଏପର୍ଯ୍ୟନ୍ତ ବୁରୁଣ୍ଡି ଏକ ଗରିବ ଦେଶ ଭାବେ ସୂଚିତ କରାଯାଉଛି। ଏଠାରେ ଜନ୍ମ ନେଉଥିବା ୧୦୦୦ ଶିଶୁଙ୍କ ମଧ୍ୟରୁ ୮୭ ଶିଶୁ ମୃତ୍ୟୁର ଶିକାର ହୁଅନ୍ତି। ଲୋକେ ଏଠାରେ ପେଟପୂରା ଖାଇପାରନ୍ତିନି। ସାକ୍ଷରତା ହାର ମଧ୍ୟ ଏହି ଦେଶରେ ବହୁତ କମ୍‌। ଏହି ଦେଶରେ ଜଗିଂ ବ୍ୟାନ କରାଯାଇଛି। ଏହା ଶୁଣିବାକୁ ଅଜବ ଲାଗିବ, ହେଲେ ଏହା ସତ। ଦେଶର ଏପରି ଅବସ୍ଥା ସମୟରେ ଲୋକେ ସମୂହ ଭାବେ ଏକ ପାହାଡ଼କୁ ଜଗିଂ କରିବାକୁ ଯାଉଥିଲେ। ଏହା ଦେଖି ସେଠାକାର ରାଷ୍ଟ୍ରପତିଙ୍କୁ ଲାଗିଲା ଯେ ଲୋକେ ହିଂସା କରିବାକୁ ଉଦ୍ୟମ କରୁଛନ୍ତି। ସେଥିପାଇଁ ୨୦୧୪ରୁ ଜଗିଂକୁ ବ୍ୟାନ କରିଦେଲେ। ଦେଶ ପ୍ରଥମ ଥର ପାଇଁ ୧୯୯୬ରେ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଭେନୁସ୍ତେ ନିଓନଗାବୋ ୫ହଜାର ମିଟର ଦୌଡ଼ରେ ଏହି ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri