୩୮ ପିଲାଙ୍କୁ ଜାଳିଦେଲେ

କାମ୍ପାଲା,୧୮।୬: ଆଇଏସ୍‌ ସଂଗଠନ ସହ ଜଡ଼ିତ ଆତଙ୍କବାଦୀମାନେ ଉଗାଣ୍ଡାର କାସେସେସ୍ଥିତ ଏକ ଘରୋଇ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛନ୍ତି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ୩୮ ଜଣ ଛାତ୍ରଛାତ୍ରୀ ଥିବା ଉଗାଣ୍ଡା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କଙ୍ଗୋ ସୀମାଠାରୁ ୨ କି.ମି. ଦୂରରେ ଏହି ସ୍କୁଲ ଅବସ୍ଥିତ। ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ସ୍କୁଲ ଉପରେ ଆକ୍ରମଣ କରିଥିବାବେଳେ ୬ ଜଣଙ୍କୁ ଅପହରଣ କରିନେଇଛନ୍ତି। ଆଲିଡ୍‌ ଡେମୋକ୍ରାଟିକ୍‌ ଫୋର୍ସେସ୍‌ (ଆଇଡିଏଫ୍‌) ଆତଙ୍କବାଦୀ ଛାତ୍ରୀଛାତ୍ରଙ୍କ ବ୍ୟତୀତ ସ୍କୁଲ ଗାର୍ଡ ଓ ୨ ଜଣ ସ୍ଥାନୀୟ ଲୋକଙ୍କୁ ମଧ୍ୟ ହତ୍ୟା କରିଛନ୍ତି।
ଛାତ୍ରଙ୍କ ହଷ୍ଟେଲରେ ତାଲା ପକାଇ ନିଆଁ ଲଗାଇଥିବାବେଳେ ଛାତ୍ରୀଙ୍କ ହଷ୍ଟେଳରେ ତାଲା ଦେଇ ନ ଥିଲେ। ପ୍ରାଣ ରକ୍ଷା ପାଇଁ ହଷ୍ଟେଲରୁ ବାହାରକୁ ଦୌଡ଼ି ପଳାଉଥିବା ଛାତ୍ରୀଙ୍କୁ ଆତଙ୍କବାଦୀମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଜଳିଯାଇଥିବା ଛାତ୍ରୀଛାତ୍ରଙ୍କ ପରିଚୟ ମିଳିନାହିଁ। ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ମିନିଟ୍‌ରେ ୫ ଜଣ ବିଦ୍ରୋହୀ ସେନା ସ୍କୁଲ ଉପରେ ଆକ୍ରମଣ କରିଥିବା ଉଗାଣ୍ଡା ମିଲିଟାରି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ବିଦ୍ରୋହୀ ସେନା ସ୍କୁଲର ଖାଦ୍ୟ ସଂରକ୍ଷଣ କକ୍ଷରୁ ସାମଗ୍ରୀ ସବୁ ଲୁଟି ନେଇଛନ୍ତି।
ସମ୍ପର୍କରେ ନିକଟସ୍ଥ ବ୍ରିଗେଡ୍‌ ସୂଚନା ପାଇ ସେଠାରେ ପହଞ୍ଚତ୍ଥିଲେ। ୮ ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପହୃତ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ ଉଗାଣ୍ଡା ସେନା ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ଡେମୋକ୍ରାଟିକ୍‌ ରିପବ୍ଲିକ୍‌ କୋଙ୍ଗୋର ପୂର୍ବାଞ୍ଚଳରେ ଏଡିଏଫ୍‌ ବିଦ୍ରୋହୀ ସେନା ସବୁଠୁ ଘାତକ ଆତଙ୍କବାଦୀ ସଙ୍ଗଠନ। ସୋମାଲିଆ ଅଲ-ଶାବାବ ସଙ୍ଗଠନ ପକ୍ଷରୁ ୨୦୧୦ରେ ଉଗାଣ୍ଡାର କାମ୍ପାଲାରେ ହୋଇଥିବା ୨ଟି ପ୍ରାଣଘାତୀ ବିସ୍ଫୋରଣରେ ୭୬ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହାପରେ ଶୁକ୍ରବାର ବିଳମ୍ବିତ ରାତିର ଆକ୍ରମଣ ଉଗାଣ୍ଡାରେ ଦ୍ୱିତୀୟ ବଡ଼ କାଣ୍ଡ ବୋଲି ସେନା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri