ପୋତି ହୋଇଛି ମାଛଧରା ଜେଟି ମୁହାଣ: ଗାଁ ଆଡକୁ ମାଡି ଆସୁଛି ସମୁଦ୍ର

ଛତ୍ରପୁର, ୪।୩(ସନ୍ତୋଷ ପାଢ଼ୀ/(ଦିଲ୍ଲୀପ ସାମଲ)): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ମସ୍ଥ୍ୟ ବିଭାଗର ମାଛଧରା ଜେଟିର ସମୁଦ୍ର ମୁହାଣ ପୋତି ହୋଇଯାଇଛି । ଦୀର୍ଘବର୍ଷ ଧରି ଏପରି ସ୍ଥିତି ଲାଗି ରହିଛି । ଏଥିଲାଗି ମତ୍ସ୍ୟଜୀବୀମାନେ ମଧ୍ୟ ସମୁଦ୍ର କୂଳକୁ ମାଛ ଧରି ଡଙ୍ଗାରେ ଆସି ପାରୁନାହାନ୍ତି । ଲହଡାରେ ଡଙ୍ଗା ଭାଙ୍ଗିବା ସହ ମାଛ ନଷ୍ଟ ହେଉଛି। ଏଥିସହ ଏହି ଦୁର୍ଘଟଣାରେ ମତ୍ସ୍ୟଜୀବୀମାନେ ଆହତ ହେଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ଏପରିକି ସେମାନଙ୍କ ଜୀବନଜୀବିକା ବିଶେଷ ପ୍ରଭାବିତ ହୋଇଛି।

ଏହାଫଳରେ ବହୁ ମତ୍ସ୍ୟଜୀବୀ ପେଟପାଟଣା ପାଇଁ ଗାଁ ଛାଡି ସୁଦୂର ଗୋଆ, କେରଳ, ବମ୍ବେ, ମାଡ୍ରାସ ଆଦି ସ୍ଥାନକୁ ଯାଇ ସେଠାରେ ଫିସିଂ ହାରବରରେ କାମ କରିବାକୁ ପଡୁଛି। ଏବେ ଯେଉଁ ମାଛଧରା ଜେଟି ଗୋପାଳପୁର ପୋର୍ଟ ପରିସରରେ ଅଛି। ମୁହାଣ ପୋତି ହୋଇଯିବାରୁ ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ଡଙ୍ଗାଗୁଡିକୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ଅସୁବିଧା ହେଉଛି।

ଗୋପାଳପୁର ପୋର୍ଟକୁ ଏହି ମୁହାଣକୁ ଖନନ କରିବା ପାଇଁ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମୟରେ ସରକାର ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଏହା ଖନନ କରାଯାଉନି। ବାରମ୍ବାର ଏନେଇ ପ୍ରତିଶ୍ରୁତି ମିଳୁଛି। ଏଥିସହ ଏଠାରେ ସମୁଦ୍ର କୁଳ ଖାଉଥିବାରୁ ଲୋକେ ବିପଦର ସମ୍ମୁଖୀନ ହେବାରେ ଲାଗିଛନ୍ତି। ସମୁଦ୍ର କୁଳ ଖାଇ ଏହା ଆର୍ଯ୍ୟପଲି ପଂଚାୟତର ବିଭିନ୍ନ ଗାଁ ଆଡ଼କୁ ମାଡି ଆସୁଥିବା ଦେଖିବାକୁ ମିଳିଛି। ଏହାର ନିରାକରଣ ଲାଗି ସମୁଦ୍ରରେ ପଥର ବନ୍ଧେଇର ଜରୁରୀ ହୋଇପଡିଛି। ମାଛଧରା ଜେଟିର ସମୁଦ୍ର ମୁହାଣ ଖନନ କରିବା ଏବଂ ଉପକୂଳ ସୁରକ୍ଷା ପାଇଁ ସମୁଦ୍ରରେ ପଥର ବନ୍ଧେଇ କରିବାକୁ ସାନ ଆର୍ଯ୍ୟପଲିର ଶ୍ରୀ ମୁତ୍ୟାଲୁ ପୋଲ୍ଲାମ୍ମା ଗ୍ରାମ୍ୟ କମିଟି ପକ୍ଷରୁ ଦାବି ହୋଇଛି । ଏହାର ସମାଧାନ ନ ହେଲେ ଗୋପାଳପୁର ପୋର୍ଟ ଫାଟକରେ ତାଲା ପକାଇବା ସହ ରାସ୍ତାରୋକୋ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ମଙ୍ଗଳବାର ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri