ପୋତିହେଲାଣି ଆଲକଟା ବନ୍ଧ, ପୁନରୁଦ୍ଧାର ଦାବି

ଛତ୍ରପୁର, ୧୮।୧୦ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଏକ ପୁରୁଣା ସହର ହୋଇଥିବା ବେଳେ ଜିଲା ମୁଖ୍ୟାଳୟ ଏଠାରେ ରହିଛି। କିନ୍ତୁ ସହରର କଳେବର ବଢ଼ିଥିବା ବେଳେ ଏଠାରେ ଥିବା ବନ୍ଧଗୁଡିକର ବିକାଶ ହୋଇପାରିନାହିଁ। ଛତ୍ରପୁର ଏନଏସି ଅଧୀନରେ ଥିବା ଆଲକଟା ବନ୍ଧ ବିକାଶର ବାସ୍ତବତାକୁ ପଦାକୁ ଆଣିଛି। ବହୁ ବର୍ଷ ହେଲା ଏହି ବନ୍ଧ ପୋତି ହୋଇ ପଡିଥିଲେ ବି ଏନଏସି ପକ୍ଷରୁ ଏହାକୁ ପଦକ୍ଷେପ ନିଆଯାଇ ନାହିଁ । ଫଳରେ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେବାରୁ ନିକଟରେ ଥିବା ସାହେବ ଜେନାପଲ୍ଲୀ, ଶାନ୍ତିନଗର ଓ ବାସନାପଲ୍ଲୀ ଅଞ୍ଚଳର ଲୋକେ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଛତ୍ରପୁର ନିକଟ ଅଭିମନ୍ୟୁପୁର ରାଜସ୍ବ ଗ୍ରାମର ୨ ଏକର ୪୦୦ ଡେସିମିଲି ସ୍ଥାନରେ ଏହି ପୁରାତନ ପୋଖରୀ (ବନ୍ଧ) ରହିଛି। ୧୪ ନଂ. ୱାର୍ଡରେ ଥିବା ଏହି ପୋଖରୀ ଲୋକଙ୍କ ସ୍ନାନ ଶୌଚର ମାଧ୍ୟମ ପାଲଟିଥିଲା। ଏଥିସହିତ ଜଳସେଚନ ପାଇଁ ବର୍ଷାଜଳକୁ ଆଲକଟ କରି ରଖାଯିବାରୁ ଏହି ପୋଖରୀ କାଳକ୍ରମେ ଆଲକଟା ବନ୍ଧ ନାମରେ ପରିଚିତ ହେଲା । ହେଲେ ସହରର କଳେବର ବୃଦ୍ଧି ପାଇବା ପରେ ଉକ୍ତ ପୋଖରୀ ପାର୍ଶ୍ୱରେ ସହରର ଆବର୍ଜନା ଜଳ ନିଷ୍କାସନ ପାଇଁ ଏକ ନାଳ ନିର୍ମାଣ କରାଗଲା, ଯାହାର ନାମ ରହିଲା ରଜାନାଳ। ଦାସିରୀ ଜଗନ୍ନାଥ ମନ୍ଦିର ଦେଇ ଯାଇଥିବା ଏହି ନାଳ ଦ୍ୱାରା ପୁତି ଗୋପାଳପୁର, ଅପର ବସଷ୍ଟାଣ୍ଡ, ସହରର ବିଭିନ୍ନ ଗଳିକନ୍ଦିର ଆବର୍ଜନା ଜଳ ନିଷ୍କାସିତ ହୋଇ ଚିକଲଖଣ୍ଡି ନିକଟରେ ଜମିକୁ ଯାଇଥାଏ। ତେବେ ବନ୍ୟା ସମୟରେ ଏହି ନାଳର ଉଦବୃତ୍ତ ଜଳ ଏହି ପୋଖରୀକୁ ଯାଇଥାଏ। ଦୀର୍ଘଦିନ ହେଲା ଏପରି ଲାଗି ରହିବାରୁ ଧୀରେ ଧୀରେ ଏହି ପୋଖରୀ ଆବର୍ଜନାରେ ପୋତି ହୋଇପଡିଛି। ଉକ୍ତ ଜଳ ବ୍ୟବହାର ଉପଯୋଗୀ ନ ହେବା ଓ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଏହି ବନ୍ଧକୁ ହାଣି ପାଣି ନିଷ୍କାସିତ କରିଥିଲେ। ଏବେ ଏହି ପୋଖରୀ ଘାସ, ଲଟାବୁଦାରେ ପରିପୂର୍ଣ୍ଣ ହୋଇଥିବାରୁ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ଅନେକ ଦାବି ହେବା ପରେ ବି ଏନଏସି ଆଖିବୁଜିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହି ପୋଖରୀର ପୁନରୁଦ୍ଧାର ଜରୁରୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri