Posted inଜାତୀୟ

କଂଗ୍ରେସ ବିଧାୟକଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ଗହଣା: ବାନ୍ଧିଲା ପୋଲିସ

ବେଙ୍ଗାଲୁରୁ,୨୩।୮: ଅନଲାଇନ ଗେମିଂ ଉପରେ ଆଇନ ହେବା ମାତ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନଲାଇନ ବେଟିଂ ଏବଂ ଗେମିଂ ରାକେଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇଡି କର୍ନାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗ୍ୟାଙ୍ଗଟକରୁ ଗିରଫ କରିଛି। ସୂତ୍ର ଅନୁଯାୟୀ, କେନ୍ଦ୍ରୀୟ ସଂସ୍ଥା ବେଙ୍ଗାଲୁରୁ, ଚିତ୍ରଦୁର୍ଗ, ମୁମ୍ବାଇ, ଗୋଆ ଏବଂ ଗ୍ୟାଙ୍ଗଟକ ସମେତ ୩୧ଟି ସ୍ଥାନରେ ଚଢାଉ କରିଛି। ଗୋଆର ପାଞ୍ଚଟି ବଡ଼ କାସିନୋରେ ମଧ୍ୟ ଚଢାଉ କରାଯାଇଛି।

ଚଢାଉରେ ୧୨ କୋଟି ଟଙ୍କା ନଗଦ (୧ କୋଟି ବିଦେଶୀ ମୁଦ୍ରା ସମେତ), ୬ କୋଟି ସୁନା, ୧୦ କିଲୋ ରୂପା ଏବଂ ୪ଟି ଲଗଜରୀ କାର ମିଳିଛି। ଏହା ସହିତ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଏବଂ ୨ଟି ଲକର ଫ୍ରିଜ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ, ବିଧାୟକ ଏବଂ ତାଙ୍କ ଭାଇ ଅନଲାଇନ ବେଟିଂ ସାଇଟ King567 ଏବଂ Raja567 ଚଳାଉଥିଲେ। ଦୁବାଇରୁ କମ୍ପାନୀଗୁଡ଼ିକ ମାଧ୍ୟମରେ ଟଙ୍କା ଦେଣନେଣ ହେଉଥିଲା ଏବଂ ଅବୈଧ ରୋଜଗାରକୁ ଧଳା ଦେଖାଇବାକୁ ଚେଷ୍ଟା କରାଯାଉଥିଲା। ବିଧାୟକ ଏକ କାସିନୋ ଲିଜ କରିବାକୁ ଗ୍ୟାଙ୍ଗଟକ ଆସିଥିଲେ। ସେତେବେଳେ ଇଡି ତାଙ୍କୁ ଧରିଥିଲା। ବର୍ତ୍ତମାନ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ବେଙ୍ଗାଲୁରୁ କୋର୍ଟକୁ ନିଆଯାଇଛି।

ସରକାରୀ ସୂତ୍ର ଏହି ସୂଚନା ଦେଇଛନ୍ତି। ବୀରେନ୍ଦ୍ର ପପ୍ପି ଚିତ୍ରଦୁର୍ଗ ବିଧାନସଭା ଆସନର ବିଧାୟକ। ଏହି କାର୍ଯ୍ୟାନୁଷ୍ଠାନ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ (PMLA) ର ବ୍ୟବସ୍ଥା ଅନୁଯାୟୀ କରାଯାଉଛି। ସୂତ୍ର ଅନୁସାରେ ଅନଲାଇନ ବେଟିଂ ଏବଂ ଗେମିଂ ସମ୍ପର୍କରେ ବିଧାୟକ ଏବଂ ଅନ୍ୟ କିଛି ଲୋକଙ୍କ ଘର ଖୋଜା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri