Posted inଖେଳ

ବିଶ୍ୱକପ ୨୦୨୩: କେବଳ ଭାରତ-ଅଷ୍ଟ୍ରେଲିଆ ନୁହେଁ, ପାକିସ୍ତାନ ନେଦରଲ୍ୟାଣ୍ଡ ସମେତ ସମସ୍ତ ୧୦ ଟିମକୁ ମିଳିବ ବମ୍ପର ପ୍ରାଇଜ ମନି

ନୂଆଦିଲ୍ଲୀ,୧୭।୧୧: ଆଇସିସି ଦ୍ୱାରା ଆୟୋଜିତ ବିଶ୍ୱକପ ୨୦୨୩ ନଭେମ୍ବର ୧୯ରାତିରେ ଶେଷ ହେବ। ଏହି ବିଶ୍ୱକପର ଅନ୍ତିମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଜିତିଥିବା ଦଳ ବିଶ୍ୱ ଚାମ୍ପିଅନ ହୋଇଥିବାବେଳେ ହାରିଥିବା ଦଳ ରନର୍‌ ଅପ ଭାବରେ ବିବେଚିତ ହେବ। ଏହି ବିଶ୍ୱକପ ଶେଷ ହେବା ପରେ କାହାକୁ କେତେ ପୁରସ୍କାର ରାଶି ଦିଆଯିବ ତାହା ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ ରହିଛି।

ଆଇସିସି ବିଶ୍ୱକପ ୨୦୨୩ର ବିଜେତା ଦଳକୁ ୪ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍‌ ପ୍ରାୟ ୩୩ କୋଟି ଟଙ୍କା ପୁରସ୍କାର ଦିଆଯିବ।
ଏହି ବିଶ୍ୱକପ ରନର୍‌ ଅପ ଦଳକୁ ୨ ମିଲିୟନ ଆମେରିକୀୟ ଡଲାର୍‌ ଅର୍ଥାତ୍‌ ପ୍ରାୟ ୧୬.୬୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଯେଉଁ ଦଳ ଏହି ବିଶ୍ୱକପର ସେମିଫାଇନାଲରୁ ବାହାରିଛନ୍ତି, ଅର୍ଥାତ୍‌ ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା, ସେମାନଙ୍କୁ ୮ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ୍‌ ପ୍ରାୟ ୬.୬୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଏହି ବିଶ୍ୱକପରେ ଲିଗ ପର୍ଯ୍ୟାୟରୁ ହଟାଯାଇଥିବା ଦଳମାନଙ୍କୁ ୧ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ୍‌ ପ୍ରାୟ ୮୩ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଏହା ବ୍ୟତୀତ ଲିଗ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ ଜିତିଥିବା ଦଳକୁ ୪୦,୦୦୦ ଆମେରିକୀୟ ଡଲାର ଅର୍ଥାତ୍‌ ବୋନସ ଭାବରେ ପ୍ରାୟ ୩୩ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଏହି ବିଶ୍ୱକପର ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ବିଶ୍ୱକପରେ ନିଜର ୧୦ ଟି ମ୍ୟାଚ ଜିତି ଭାରତ ଫାଇନାଲରେ ସ୍ଥାନ ପାଇଛି। ଏଥି ସହିତ ଅଷ୍ଟ୍ରେଲିଆକୁ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା, କିନ୍ତୁ ଏହା ପରେ ସେମାନଙ୍କ ଦଳର ଫର୍ମ ଜବରଦସ୍ତ ଥିଲା। ଏଭଳି ପରିସ୍ଥିତିରେ ଏହି ଦୁଇ ଦଳ ମଧ୍ୟରେ ଏକ ବଡ଼ ଫାଇନାଲ ମ୍ୟାଚ ଆଶା କରାଯାଏ।
ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ପୂର୍ବରୁ ଦିନିକିଆ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳିଛନ୍ତି, ଯାହା ୨୦୦୩ର ଅନ୍ତିମ ମ୍ୟାଚ ଥିଲା। ସେହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୨୫ରନରେ ପରାସ୍ତ କରି ବିଶ୍ୱକପ ଜିତିଥିଲା। ବର୍ତ୍ତମାନ ଠିକ ୨୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ପୁଣି ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଏହାର ୨୦ ବର୍ଷର ପରାଜୟର ପ୍ରତିଶୋଧ ନେଇ ପାରିବ କି ନାହିଁ ତାହା ଦେଖିବାକୁ ପଡ଼ିବ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri