ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମ୍ମଦାବାଦ, ୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ସଙ୍କଟ ଯୋଗୁ ଜମି ଅଧିଗ୍ରହଣରେ ସମସ୍ୟା ଏବଂ ଟେଣ୍ଡର ରଦ୍ଦ ଯୋଗୁ ସୃଷ୍ଟି ହୋଇଥିବା ଅସୁବିଧା ଲାଗି ଏହା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟରେ ଶେଷ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ଦେଶର ପ୍ରଥମ ବୁଲେଟ ଟ୍ରେନ୍‌ ଚଳାଚଳ କରିବା ଯୋଜନା ରହିଛି। ୨୦୨୩ରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ଏବେ ଏହା ୨୦୨୮ରେ ଶେଷ ହେବା ସମ୍ଭାବନା ରହିଛି। ସେହିପରି ଜାପାନର କେତେକ କମ୍ପାନୀ ବୁଲେଟ ଟ୍ରେନ୍‌ ପ୍ରକଳ୍ପରେ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ୫୦୮ କି.ମି. ରେଳପଥ ମଧ୍ୟରୁ ମାଟି ତଳେ ସୁଡ଼ଙ୍ଗରେ ୨୧ କି.ମି.ର ରେଳଲାଇନ୍‌ ବିଛାଯିବ। ସେଥିମଧ୍ୟରେ ମୁମ୍ବାଇର ସମୁଦ୍ର ତଳେ ୭ କି.ମି.ର ସୁଡ଼ଙ୍ଗ ପଥ ବି ରହିଛି। ସୁଡ଼ଙ୍ଗରେ ରେଳଲାଇନ୍‌ ବିଛାଯିବା ପାଇଁ ୬୦ ମାସ ସମୟ ଲାଗିବ ବୋଲି କୁହାଯାଉଛି। ମହାରାଷ୍ଟ୍ରରେ ଏହିପରି ଯୋଜନା ପାଇଁ ୪୩୦ ହେକ୍ଟର ଜମି ଆବଶ୍ୟକ। ସେଥିମଧ୍ୟରୁ ସରକାର ୧୦୦ ହେକ୍ଟର ଜମି ଅଧିଗ୍ରହଣ କରି ସାରିଛନ୍ତି। ସେହିପରି ଗୁଜରାଟରେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ବର୍ଷ ଶେଷ ସୁଦ୍ଧା ୧୦୦୦ ହେକ୍ଟର ଜମି ଅଧିଗ୍ରହଣ ଶେଷ ହେବା ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ସରକାର ୩୪୫ କି.ମି.ରେଳପଥ ପାଇଁ ଜମି ଅଧିଗ୍ରହଣ କରି ସାରିଛନ୍ତି। ଏହି ପ୍ରକଳ୍ପ ପାଇଁ ଜାପାନ ଇଣ୍ଟରନ୍ୟାଶନାଲ୍‌ କୋଅପରେଶନ୍‌ ଏଜେନ୍ସି (ଜାଇକା) ପକ୍ଷରୁ ମୋଟ ୧ ଲକ୍ଷ କୋଟି ବ୍ୟୟ ଅଟକଳର ୮୦ ପ୍ରତିଶତ ଟଙ୍କାର ଋଣ ୦.୧ ପ୍ରତିଶତ ସୁଧହାରରେ ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri