ଘରୁ ଔଷଧ ଆଣିବାକୁ ବୁଲେଟ୍‌ରେ ବାହାରିଥିଲେ ୨ ଭାଇ, ବୁଲାଣିରେ କାର ସହ ମୁହାଁମୁହିଁ ଧକ୍କା ପରେ ହୁତୁହୁତୁ ହୋଇ..

ଜି.ଉଦୟଗିରି,୩।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଓ ଟିକାବାଲି ଥାନା ଅନ୍ତର୍ଗତ ଡୁଙ୍ଗି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବୁଲେଟ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ବୁଲେଟ୍‌ରେ ଯାତ୍ରା କରୁଥିବା ଦୁଇ ଭାଇ ରାଜେଶ ନାୟକ (୨୨) ଓ ସିପୁ ନାୟକ (୧୯) ଗୁରୁତର ଆହତ ହୋଇଛନ୍ତି।  ଉଭୟ ଟିକାବାଲି ଥାନା ବେଡାସୁଗା ଗ୍ରାମର ବାସିନ୍ଦା ଅଟନ୍ତି। ଦୁହେଁ ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଦୁଇ ଭାଇ ଔଷଧ ଆଣିବା ପାଇଁ ବୁଲେଟ ଯୋଗେ ଭଞ୍ଜନଗର ବ୍ଲକ କୁଲାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଡିଜାୟର କାର ସହ ଡୁଙ୍ଗି ନିକଟରେ ଧକ୍କା ହୋଇଥିଲା। ଧକ୍କା ପରେ କିଛି ସେକେଣ୍ଡ ମଧ୍ୟରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟବଶତଃ କାରରେ ଥିବା ଦମ୍ପତି ନିଆଁ ବ୍ୟାପିବା ପୂର୍ବରୁ ଗାଡ଼ିରୁ ବାହାରି ଆସିଥିବାରୁ ସେମାନଙ୍କ କୌଣସି ଅସୁବିଧା ହୋଇନାହିଁ। ସ୍ଥାନୀୟ ଲୋକେ ଆହତ ଦୁଇ ଭାଇଙ୍କୁ ଉଦ୍ଧାର କରି ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ତା’ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଟିକାବାଲି ପୋଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି। ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ସା ପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ଲିଖିତ ଏତଲା ଦିଆଯାଇ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ବନ୍ଧା ହେଲେ ୩ ଅଭିଯୁକ୍ତ

ବରଗଡ଼,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲି ରାସ୍ତାରେ ଯୁବକ ଚନ୍ଦନ ରାଉତଙ୍କୁ ଅତି ନିର୍ମମ ଭାବେ...

କାମସାରି ଘରକୁ ଫେରୁଥିଲେ: ଗଛରେ ପିଟି ହୋଇ ଚାଲିଗଲା ୨ସାଙ୍ଗଙ୍କ ଜୀବନ

ସନ୍ତ୍ରୀଛକ,୪।୧(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ୨ସାଙ୍ଗଙ୍କ ମୃତ୍ୟୁ ଘଟିଛି।...

ବେଙ୍ଗାଲୁରୁରେ ନାବାଳିକାଙ୍କୁ ଗଣବଳାତ୍କାର: ଗିରଫ ହେଲେ ୩ ଅଭିଯୁକ୍ତ

ବେଙ୍ଗାଲୁରୁ,୪ା୧: କର୍ନାଟକର ହୁବ୍‌ଲିରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ୩ ଜଣ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବୟସ ୧୪ରୁ ୧୫ ବର୍ଷ...

୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ...

ଦେଢ଼ବର୍ଷରେ ଭାଙ୍ଗିଗଲା ସୁନାର ସଂସାର, ଫ୍ୟାନରେ ଶାଢ଼ୀ ଲଗାଇ ଝୁଲି ପଡିଲେ ନବବିବାହିତା

ଉମରକୋଟ,୪।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ଏକ ପରିବାରର ସ୍ୱପ୍ନକୁ ଚୂରମାର୍‌ କରିଦେଇଛି। ଦେଢ଼ ବର୍ଷ ତଳେ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

ନାଇଜେରିଆରେ ବଡ଼ ଆକ୍ରମଣ, ଗୁଳି ମାଡ଼ରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ

ଅବୁଜା,୪।୧ : ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି  । ରିପୋର୍ଟ ଅନୁଯାୟୀ ଅତି କମରେ ୩୦ ଜଣଙ୍କୁ ଗୁଳି କରି...

ଭୟଙ୍କର ଦୁର୍ଘଟଣା: କାର୍‌କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ଶିଶୁକନ୍ୟା ସମେତ ଗୋଟିଏ ପରିବାରର ୩ ମୃତ

ଗଜପତି,୪ା୧(ଗିରିଧାରୀ ପରିଛା): ନୂଆବର୍ଷର ପ୍ରଥମ ରବିବାରରେ ଗୋଟିଏ ପରିବାରରେ ତିନିଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri