ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର ସାଢେ ଦଶଟା ରାତିରେ ଏକ ବୁଲେଟ ଗାଡି କୌଣସି କାରଣରୁ ଦୁର୍ଘଟଣା ହେବାରୁ ଶୋଚନୀୟ ଭାବେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ଚାଳକଙ୍କର ନାମ ମଣ୍ଟୁ ଘଡେଇ ପାତ୍ର (୪୨) ।
ସୂଚନା ଅନୁସାରେ, ସେ ଓଡି୨୦ସି୪୫୧୯ନମ୍ବର ବିଶିଷ୍ଟ ବୁଲେଟ ଗାଡିରେ ଦ୍ରୁତଗତିରେ ଯାଉଥିବା ସମୟରେ ଆର୍. ସୀତାପୂର ଗ୍ରାମ ନିକସ୍ଥ ଏକ ବୁଲାଣିଆ ରାସ୍ତାରେ ଦୁର୍ଘଟଣା ଘଟିଥିବାର ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ମଣ୍ଟୁ ନିଜ ସାଙ୍ଗଙ୍କ ଦେହ ଖରାପ ହୋଇଥିବାରୁ ସେ ତାଙ୍କ ସାଙ୍ଗଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ସେ ରାତି ଦଶଟା ସମୟରେ ନିଜ ଗ୍ରାମ ଆର୍.ଉଦୟଗିରି ଅଭିମୁଖେ ଯାଉଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିବାର ଜଣାପଡିଛି । ଘଟଣାସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

