Posted inଜାତୀୟ

୨ ସପ୍ତାହ ପର୍ଯ୍ୟନ୍ତ ବୁଲ୍‌ଡୋଜର ବନ୍ଦ, ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୨୧।୪ : ଦୁଇ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀର ଜାହାଙ୍ଗୀରପୁରୀ ବେଆଇନ ଅତିକ୍ରମଣ ଅଞ୍ଚଳରେ ବୁଲଡୋଜର ଆଉ ଚାଲିବ ନାହିଁ। ଗୁରୁବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ(ଏସ୍‌ସି) ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଜାହାଙ୍ଗୀରପୁରରେ ହୋଇଥିବା ହିଂସା ପରେ ବୁଧବାର ସୁପ୍ରିମକୋର୍ଟରେ ଜାମିୟତ୍‌ ଉଲେମା-ଏ-ହିନ୍ଦ ପକ୍ଷରୁ ହାଜର ହୋଇଥିବା ଦୁଶାନ୍ତ ଦବେ ଏହାକୁ ଜାତୀୟ ମହତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଛନ୍ତି। ଏହା ସହିତ ସେ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ କରିଛନ୍ତି।

ଶୁଣାଣିର ଦ୍ୱିତୀୟ ଦିନରେ ଦୁଶାନ୍ତ ଦବେ କହିଛନ୍ତି ଯେ ପୂର୍ବରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ହିନ୍ଦୁ ପକ୍ଷଙ୍କ ବିରୁଦ୍ଧରେ ପୋଲିସ ଏକ ଏଫଆଇଆର ମଧ୍ୟ ଦାଖଲ କରିଛି। କାରଣ ସେମାନେ ବିନା ଅନୁମତିରେ ଶୋଭାଯାତ୍ରା ଆରମ୍ଭ କରିଥିଲେ।

ବିଚାରପତି ଏଲ୍‌.ନାଗେଶ୍ୱର ରାଓ ଏବଂ ବି.ଆର. ଗଓ୍ବଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ସୋଲିସିଟର ଜେନେରାଲ କହିଥିଲେ ଯେ, ପ୍ରତିପକ୍ଷ ମାମଲା ସମ୍ପର୍କିତ ତଥ୍ୟ ପ୍ରଦାନ ଆବଶ୍ୟକ। ଖଣ୍ଡପୀଠଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅତିକ୍ରମଣ ହଟାଇବା ବନ୍ଦ ହୋଇପାରିବ ନାହିଁ। ଏହି କାମ କେବଳ ବୁଲଡୋଜର ଦ୍ୱାରା ହିଁ କରାଯାଇଥାଏ।

ଆଇନଜୀବୀ ଦବେ କହିଛନ୍ତି ଯେ ଆଇନ ଅନୁଯାୟ ୫ ରୁ ୧୫ ଦିନର ନୋଟିସ ଦିଆଯିବା ଉଚିତ୍‌। ଏଭଳି ମାମଲାରେ କୋର୍ଟ ଅନେକ ଥର ନୋଟିସର ଅବଧି ବଢ଼ାଇ ଦେଇଛନ୍ତି। ସେ କହିଥିଲେ ଯେ ଭାଜପା ନେତା ଚିଠି ଲେଖିଲେ ଏବଂ ଲୋକଙ୍କୁ କୌଣସି ସୁଯୋଗ ନ ଦେଇ କାର୍ଯ୍ୟ ଆରମ୍ଭ କରାଯାଇଛି।

ଦିଲ୍ଲୀରେ ୧୭୩୧ ଅନଧିକୃତ ବସ୍ତି ଅଛି। ସେଠାରେ ପ୍ରାୟ ୫୦ ଲକ୍ଷ ଲୋକ ବାସ କରନ୍ତି। କିନ୍ତୁ କେବଳ ଗୋଟିଏ ବସ୍ତିକୁ ଟାର୍ଗେଟ କରାଯାଉଛି। ଦବେ କହିଛନ୍ତି ଯେ ୩୦ ବର୍ଷରୁ ଅଧିକ ପୁରୁଣା ନିର୍ମାଣଗୁଡ଼ିକୁ ହଠାତ୍‌ ଭାଙ୍ଗିବା ଆରମ୍ଭ କରାଯାଇଛି।

ଅପରପକ୍ଷରେ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଅତିକ୍ରମଣ ଏବଂ ବେଆଇନ ନିର୍ମାଣ ସମଗ୍ର ଦେଶର ସମସ୍ୟା। କିନ୍ତୁ ଏହାର ଆଳରେ ସେମାନେ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରୁଛନ୍ତି । ସେ କହିଛନ୍ତି ଯେ ଯଦି ମୁସଲମାନମାନେ ଧାର୍ମିକ ଶୋଭାଯାତ୍ରା ଉପରେ ଆକ୍ରମଣ କରନ୍ତି, ତେବେ ସେମାନଙ୍କୁ ଶାସ୍ତିରେ କୋହଳ ମିଳିବ ନାହିଁ। କିଏ ଏହା ସ୍ଥିର କଲା? ଏହି ନିୟମ କେଉଁଠାରେ ଅଛି? କେତେକ ସ୍ଥାନରେ ସମ୍ପ୍ରଦାୟର ଲୋକମାନେ ନିଜ ଅଞ୍ଚଳରେ କାରାଗାରରେ ଅଛନ୍ତି। ଦେଶରେ ଆଇନର ଏବଂ ନିୟମ ଅଛି ବୋଲି ଏକ ବାର୍ତ୍ତା ଦେବାର ସମୟ ଆସିଛି। ଏହା କୋର୍ଟଙ୍କ କାର୍ଯ୍ୟ ବୋଲି ସିବଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri