Categories: ଭଦ୍ରକ

ଷଣ୍ଢ ଚୋରା ଚାଲାଣ ବେଳେ ଧରିଲେ ଲୋକେ: ଗୋଟିଏ ମୃତ, ୯ ଉଦ୍ଧାର

ପଦ୍ମପୁର,୫ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଧୁଆଁ ଛକଠାରେ ଏକ ଷଣ୍ଢ ବୋଝେଇ ପିକ୍‌ଅପ୍‌କୁ ସ୍ଥାନୀୟ ଲୋକ ଧରି ପୋଲିସ ଜିମା ଦେଇଛନ୍ତି। ଗାଡ଼ିଟି ବାସୁଦେବପୁର ଆଡୁ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାରେ କିଛି ବାଇକ ଆରୋହୀଙ୍କୁ ସାଇଡ୍‌ ମାରିଥିଲା। ଭଣ୍ଡାରିଆ ଛକ ଠାରେ ଲୋକମାନେ ଗାଡ଼ି ଅଟଇବାରୁ ସେଥିରେ ୧୦ଟି ଷଣ୍ଢ ବୋଝେଇ ହୋଇଥିବା ବେଳେ ଗୋଟିଏ ଷଣ୍ଢ ମରିଯାଇଥିଲା। ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସହ ଷଣ୍ଢମାନଙ୍କୁ ଉଦ୍ଧାର କରିଛି। ଗାଡ଼ିର ଚାଳକ ଫେରାର ବେଳେ ସହଯୋଗୀଙ୍କୁ ଅଟକ ରଖାଯାଇଛି।