ରାସ୍ତା କାମ ଅଧାରୁ ଛାଡ଼ି ଠିକାଦାର ଛୁ’

ପାଣିକୋଇଲି,୧୯ା୫(ବିକାଶ ମଲ୍ଲିକ)ଅମୃତିଆଠାରୁ ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତା ଏବେ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ପୂର୍ବରୁ ପାଣିକୋଇଲି ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ ଅମୃତିଆ ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ୨୦୨୩ରେ ଏହି ରାସ୍ତାକୁ ବଢ଼ାଯାଇ ଅମୃତିଆଠାରେ ଯୋର ଉପରେ ସେତୁ ନିର୍ମାଣ କରାଯିବା ସହ ରାସ୍ତାକୁ ଷଠିପୁର ବରୁଣ୍ଡାଇ ରାସ୍ତାରେ ସଂଯୋଗୀକରଣ କରାଯାଇଥିଲା। ଅମୃତିଆ ଗ୍ରାମ ପର୍ଯ୍ୟନ୍ତ ପିଚୁ କରାଯିବା ସହ ଅମୃତିଆ ପୋଲଠାରୁ ଷଠିପୁର ବରୁଣ୍ଡାଇ ରାସ୍ତା ପର୍ଯ୍ୟନ୍ତ ପେଭର ଇଟାରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ତଦନୁଯାୟୀ କାର୍ଯ୍ୟାରମ୍ଭ ହୋଇଥିଲା। ମାତ୍ର ନିମ୍ନମାନର କାମ ଯୋଗୁ ଅନେକ ସମୟରେ ପେଭର ଇଟାର ୱାଲ ଭାଙ୍ଗିଯାଇଥିଲା। ଅମୃତିଆ ପୋଲଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଫେବର ଇଟା ପକାଯାଇଛି। ହେଲେ ପଞ୍ଚାୟତ ଅଫିସଠାରୁ ଷଠିପୁର ବରୁଣ୍ଡାଇ ରାସ୍ତା ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟରେ ସିମେଣ୍ଟ୍‌ ୱାଲ ହୋଇ କାମ ବନ୍ଦ ରହିଛି। ଏହି ମଧ୍ୟରେ ଅନେକ ସ୍ଥାନରେ ବାଲି ଇଟା ଓ ଚିପ୍‌ସ ପଡି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ହେଲେ ଠିକାଦାର କାମ ବନ୍ଦ କରି ଛୁ ମାରିଛନ୍ତି। ଫଳରେ ସିମେଣ୍ଟ୍‌ ୱାଲ ଥିବାରୁ ଗାଡ଼ି ଯାତାୟାତ ଅସମ୍ଭବ ହୋଇପଡ଼ିଛି। ଯଦି ଏହି ରାସ୍ତାରେ ଅଜାଣତରେ କେହି ଗାଡ଼ି ପୂରାଇ ଦେଇଛି ଅନ୍ୟ ପକ୍ଷରୁ ଯଦି ଗାଡି ଆସିଯାଇଛି ତାହେଲେ ଏହାକୁ ବାହାର କରିବା ପାଇଁ ଘଣ୍ଟାଘଣ୍ଟା ସମୟ ଲାଗୁଛି।

ଏହି ରାସ୍ତା ଉପରେ ପାଣିକୋଇଲି ଆସିବା ପାଇଁ ଅମୃତିଆ, ମକୁନ୍ଦପୁର, ବନ୍ଦାଳୋ, ବରୁଣ୍ଡାଇ, ତାରାକୋଟ, ଗୌରପୁର ଓ ରଣପୁର ଆଦି ପଞ୍ଚାୟତର ଅଧିବାସୀମାନେ ନିର୍ଭର କରୁଛନ୍ତି। ହେଲେ ରାସ୍ତା କାମ ଅଧାରୁ ବନ୍ଦ ରହିବା ଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେଉଁ କାରଣରୁ ଓ କି ଉଦ୍ଦେଶ୍ୟରେ ଠିକାଦାର କାମ ଛାଡ଼ି ଚାଲିଯାଇଛନ୍ତି ତାହା ସମସ୍ତଙ୍କୁ ଅଗୋଚର ରହିଛି। ଏଦିଗରେ ବିଭାଗୀୟ ଅଧିକାରୀ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଅତ୍ୟନ୍ତ ଜରୁରୀ ସେବା ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଆସିବା ବି ବନ୍ଦ ହୋଇଛି। ଜିଲାପାଳ ଏଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅମୃତିଆ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri