ବୋମା ଖାଇ ବଳଦ ଆହତ ଘଟଣା: ଶିକାରୀ ଗିରଫ

କେନ୍ଦୁଝର, ୫ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଜଙ୍ଗିରା ସେକ୍ସନ ଅନ୍ତର୍ଗତ ସୋମଗିରି ବାରବାଙ୍କ ସଂରକ୍ଷିତ ଜଙ୍ଗଲ ନିକଟରେ ଗତ ୩ ତାରିଖ ଦିନ ଏକ ବଳଦ ଅଜଣାତରେ ବୋମା ଖାଇ କ୍ଷତାକ୍ତ ହୋଇଥିଲା। ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବାବେଳେ ସୋମବାର ଜଙ୍ଗିରା ଫରେଷ୍ଟର ଶରତ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ସୋମଗିରି ଗ୍ରାମର ନିରଞ୍ଜନ ବାରିକ(୩୫) ଙ୍କୁ ଗିରଫ କରିଛି। ଏହାସହ ଏକ ଅଫୁଟା ବୋମା ମଧ୍ୟ ବନ ବିଭାଗ ଜବତ କରିଛି ।
ଗତ ୩ ତାରିଖ ବଳଦଟି ଜଙ୍ଗଲରେ ଚରୁଥିବାବେଳେ ବାରହା ଶିକାର ପାଇଁ ରଖାଯାଇଥିବା ବୋମାକୁ ଅଜଣାତରେ ଖାଇବା ଦେଇଥିଲା। ଫଳରେ ବୋମାଟି ବଳଦର ପାଟିରେ ଫୁଟି କ୍ଷତାକ୍ତ ହୋଇଥିଲା। ଏହି ଘଟଣାକୁ ନେଇ ବନ ବିଭାଗ ତଦନ୍ତ କରୁଥିଲା।