ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ମହୋତ୍ସବ ଆରମ୍ଭ

ଦିଗପହଣ୍ଡି,୨୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଶାରଦୀୟ ମହୋତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ମହାସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି ସୋମବାର ଶୁଭାରମ୍ଭ ହୋଇଛି। ଏଥିପାଇଁ ସହର ଉତ୍ସବ ମୁଖର ହୋଇଛି। ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଓ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ସେବାୟତ ଆଦିତ୍ୟ ପାତ୍ର, ଶମ୍ଭୁନାଥ ପାତ୍ର, ସୋମନାଥ ପାତ୍ର, ପ୍ରଫୁଲ୍ଲ ପାତ୍ର, ତାରିଣୀ ପାତ୍ର ପ୍ରଚଳିତ ରୀତି ନୀତି ଅନୁଯାୟୀ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମହାସ୍ନାନ, ମାଜଣା, ସେବାପୂଜା କରିଥିଲେ। ଗନ୍ଧ, ପୁଷ୍ପ, ଧୂପ ଦୀପ ନୈବେଦ୍ୟ ଓ ମହା ଆଳତି, ବନ୍ଦାପନା ପରେ ମା’ଙ୍କୁ ଅସ୍ଥାୟୀ ଯାତ୍ରାପୀଠକୁ ଯିବାପାଇଁ ନିମନ୍ତ୍ରଣ କରାଯାଇଥିଲା। ମା’ଙ୍କ ମସ୍ତକରୁ ଫୁଲମଣ୍ଡା ଖସିବା ପରେ ଯାତ୍ରା ନିମନ୍ତେ ଆଜ୍ଞାମାଳ ଆସିଥିଲା। ଫୁଲମଣ୍ଡାକୁ ସୁସଜ୍ଜିତ ଚାଙ୍ଗୁଡ଼ି ତାଟକୁ ସେବାୟତଙ୍କ ମସ୍ତକରେ ସ୍ଥାନିତ କରାଯିବା ପରେ ଆତସବାଜି ରୋଷଣୀ, ନୃତ୍ୟ, ଗୀତରେ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଗୁଣ୍ଡିଚା ମନ୍ଦିର ଛକ ବଜାର ସାହି ମଧ୍ୟ ଦେଇ ଅସ୍ଥାୟୀ ଯାତ୍ରା ପୀଠରେ ବିଜେ କରିଥିଲେ। ପୂଜା ମଣ୍ଡପରେ ମା’ଙ୍କ ମୁଖ୍ୟ ଘଟ ଓ ପାର୍ଶ୍ୱଘଟଗୁଡ଼ିକୁ ସଂସ୍ଥାପନ କରାଯାଇ ମହାଷ୍ଟମୀ ପୂଜା ଭୋଗ ଲାଗି ପରେ ପହଡ଼ ବିଜେ ନୀତି ହୋଇଥିଲା। ଯାତ୍ରା ପରିଚାଳନା କମିଟି ସଭାପତି ବିକାଶ ପଶୁପାଳକ, ଉପସଭାପତି ଆଲୁ. ସୁଶାନ୍ତ, ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ, ସହ ସମ୍ପାଦକ ତଥା କାଉନସିଲର ଦୀପକ ମିଶ୍ର, କୋଷାଧ୍ୟକ୍ଷ ଆଶିଷ ପଟ୍ଟନାୟକ, ସହ କୋଷାଧ୍ୟକ୍ଷ କେ. ରାଜେନ୍ଦ୍ର, ଉପଦେଷ୍ଟା ତଥା ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ନୀଳମାଧବ ଗୌଡ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ମା’ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି। ଯାତ୍ରାରେ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଯାତ୍ରା କମିଟି ପକ୍ଷରୁ ସ୍ବେଚ୍ଛାସେବୀ ଓ ଦିଗପହଣ୍ଡି ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଛି। ପ୍ରତ୍ୟେହ ସନ୍ଧ୍ୟାରେ ଯାତ୍ରା ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ, ଅପେରା, ଥିଏଟର ପରିବେଷଣ ହେବ। ଅକ୍ଟୋବର ୭ରେ ଯାତ୍ରା ମହୋତ୍ସବ ଉଦ୍‌ଯାପିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri