କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର ଚଳନ ଯୋଗୁଁ କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ଫଳ ମିଳୁଥିବା ବେଳେ ଅନ୍ୟ କେତେକ ରାଶି ପାଇଁ ଚ୍ୟାଲେଞ୍ଜ କିମ୍ବା ସମସ୍ୟା ସୃଷ୍ଟି ହୋଇପାରେ। ମଘା ନକ୍ଷତ୍ରର ସ୍ୱାମୀ ହେଉଛନ୍ତି କେତୁ। ଏହି ନକ୍ଷତ୍ରରେ ଗ୍ରହମାନଙ୍କର ପ୍ରବେଶ ଏବଂ ବୁଧ-କେତୁଙ୍କ ପ୍ରଭାବ କେତେକ ରାଶିର  ବାଣୀ, ବ୍ୟବସାୟ ଏବଂ ପାରିବାରିକ ସମ୍ପର୍କରେ ସମସ୍ୟା ଆଣିପାରେ।

ମିଥୁନ ରାଶି (Gemini)

ଏହି ସମୟରେ ମାନସିକ ଚାପ ବୃଦ୍ଧି ପାଇପାରେ। କର୍ମକ୍ଷେତ୍ର କିମ୍ବା ବ୍ୟବସାୟରେ ଅଚାନକ ଆସୁଥିବା ଚ୍ୟାଲେଞ୍ଜ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଦୂର ଯାତ୍ରାକୁ ଏଡ଼ାଇବା ଭଲ ହେବ। ପ୍ରେମ ସମ୍ପର୍କ ଏବଂ ପରିବାର ମଧ୍ୟରେ ପୁରୁଣା କଥାକୁ ନେଇ ଭୁଲ୍ ବୁଝାମଣା କିମ୍ବା ବିବାଦ ଦେଖାଦେଇପାରେ। ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ପରେ ଅସୁବିଧାର କାରଣ ହୋଇପାରେ। ନିୟମିତ ଭାବେ ‘ଓଁ କେଁ କେତବେ ନମଃ’ ମନ୍ତ୍ର ଜପ କରନ୍ତୁ।

କନ୍ୟା ରାଶି (Virgo)

ଆର୍ଥିକ ସ୍ଥିତି ଟିକିଏ ଦୋହଲି ଯାଇପାରେ। ଆଶା ଅନୁସାରେ ଫଳ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅଜଣା କିମ୍ବା ନୂଆ ଲୋକଙ୍କ ସହ ଅଧିକ ମିଶିବା କ୍ଷତିକାରକ ପ୍ରମାଣିତ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଅତିରିକ୍ତ ଚାପ ଅନୁଭବ କରିବେ। କଳା, ମିଡିଆ ଏବଂ ସୃଜନଶୀଳ କ୍ଷେତ୍ର ସହ ଜଡ଼ିତ ଲୋକଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ସୋମବାର ଦିନ କଳା ରାଶି ତେଲ ଦାନ କରନ୍ତୁ।

 ମୀନ ରାଶି (Pisces)

ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ସମସ୍ୟା ବଢ଼ିପାରେ। ଏହି ସମୟରେ ନୂଆ ଚାକିରି ଆରମ୍ଭ କରିବା କିମ୍ବା ନୂଆ ବ୍ୟବସାୟ ଖୋଲିବା ଅନୁକୂଳ ନୁହେଁ। ସ୍ୱାସ୍ଥ୍ୟଗତ ସମସ୍ୟା ମାନସିକ ଚିନ୍ତା ବଢ଼ାଇପାରେ। ଟଙ୍କା ପଇସା କାରବାର ଭାବିଚିନ୍ତି କରନ୍ତୁ ଏବଂ କାହାକୁ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ। ‘ଓଁ ସ୍ରାଂ ସ୍ରୀଂ ସ୍ରୌଂ ସଃ କେତବେ ନମଃ’ ମନ୍ତ୍ର ଜପ କରି ଦିନ ଆରମ୍ଭ କରନ୍ତୁ।

Share