ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ବୁଧ ଯେତେବେଳେ ସିଂହ ରାଶି ଅର୍ଥାତ୍ ସୂର୍ଯ୍ୟଙ୍କ ରାଶିରେ ରହିବେ, ସେତେବେଳେ ଏହାର ପ୍ରଭାବ ୧୨ଟି ରାଶି ଉପରେ ଭିନ୍ନ ଭିନ୍ନ ଭାବେ ଦେଖିବାକୁ ମିଳିବ। କେଉଁ ରାଶିକୁ ଲାଭ ମିଳିବ, କେଉଁ ରାଶି ପାଇଁ ଏହି ଗୋଚର ସମସ୍ୟା ଆଣିପାରେ ଏବଂ କେଉଁ ରାଶିର ବ୍ୟକ୍ତିମାନେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ୍, ସେ ବିଷୟରେ ଆସନ୍ତୁ ଜାଣିବା।
୧୨ଟି ରାଶି ଉପରେ ବୁଧ ଗୋଚରର ପ୍ରଭାବ
ମେଷ ରାଶି (Aries)
ମେଷ ରାଶିର ପଞ୍ଚମ ଭାବରେ ବୁଧଙ୍କର ଏହି ଗୋଚର ହେବ। ମେଷ ରାଶିର ବ୍ୟକ୍ତିମାନଙ୍କୁ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ। ଆପଣ ଯେଉଁ ଯୋଜନା କରୁଛନ୍ତି, ତାହା ସଫଳ ହେବ। ନୂଆ ଟ୍ରେନିଂ କିମ୍ବା ଶିକ୍ଷା ଗ୍ରହଣ କରୁଥିଲେ ଭଲ ପରିଣାମ ମିଳିବ। AI କିମ୍ବା ନୂଆ ଟେକ୍ନୋଲୋଜି ବ୍ୟବହାର କରୁଥିବା ଲୋକଙ୍କୁ ବିଶେଷ ଲାଭ ହେବ। ଏହି ଗୋଚର ଶୁଭ ଏବଂ ଧନଲାଭ କରାଇବା ସହ ସନ୍ତାନର ଉନ୍ନତି ଆଣିଦେବ। ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ଏବଂ ବେସନ ଲଡୁ ଭୋଗ ଚଢ଼ାଇ ପ୍ରସାଦ ବାଣ୍ଟନ୍ତୁ।
ବୃଷ ରାଶି (Taurus)
ବୃଷ ରାଶିର ଚତୁର୍ଥ ଭାବରେ ଏହି ଗୋଚର ହେବ। ପରିବାରରେ ସୁଖ-ଶାନ୍ତି ବୃଦ୍ଧି ପାଇବ। ଘର କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ନିଷ୍ପତ୍ତି ପରିବାରର ସହମତିରେ ନେଲେ ଲାଭ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ ଏବଂ ପରିଶ୍ରମର ଫଳ ମିଳିବ।
ପ୍ରତ୍ୟେକ ବୁଧବାର ଗାଈକୁ ସବୁଜ ଘାସ/ଚୋକଡ଼ ଖାଇବାକୁ ଦିଅନ୍ତୁ।
ମିଥୁନ ରାଶି (Gemini)
ତୃତୀୟ ଭାବରେ ଏହି ଗୋଚର ଯୋଗୁଁ ଆପଣଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ମାର୍କେଟିଂ, ଟିଚିଂ, ଓକିଲାତି କିମ୍ବା ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ବିଶେଷ ଫାଇଦା ହେବ। ଦୂର ଯାତ୍ରାରୁ ଲାଭ ମିଳିବ ଏବଂ ଅଟକି ରହିଥିବା କାମ ପୂରଣ ହେବ। ବ୍ୟବସାୟରେ ନୂଆ ଟେକ୍ନୋଲୋଜି ପ୍ରୟୋଗ କରିବା ପାଇଁ ଏହା ଅନୁକୂଳ ସମୟ। ପ୍ରତ୍ୟେକ ବୁଧବାର ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ।
କର୍କଟ ରାଶି (Cancer)
ଦ୍ୱିତୀୟ ଭାବରେ ଗୋଚର ହେତୁ ସମ୍ମାନ ବୃଦ୍ଧି ପାଇବ। ଧନ ରୋଜଗାର ପାଇଁ କରୁଥିବା ଉଦ୍ୟମ ସଫଳ ହେବ। ବେକାରୀଙ୍କୁ ଚାକିରି ମିଳିବାର ଯୋଗ ରହିଛି ଏବଂ ଫସି ରହିଥିବା ଟଙ୍କା ପୁଣି ମିଳିପାରେ। ପରିବାରରେ ସୁଖ-ସମୃଦ୍ଧି ବଢ଼ିବ। ବୁଧବାର ଦିନ ଗଣେଶଙ୍କ ମନ୍ଦିରରେ ଦୂବ ମାଳ ଚଢ଼ାନ୍ତୁ।
ସିଂହ ରାଶି (Leo)
ସିଂହ ରାଶିରେ ବୁଧଙ୍କ ଗୋଚର ହେଉଥିବାରୁ ଆପଣଙ୍କ ଆନାଲିଟିକାଲ୍ ଏବିଲିଟି (ବିଶ୍ଳେଷଣ କ୍ଷମତା) ବୃଦ୍ଧି ପାଇବ। ସମାଜରେ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ଧନଲାଭ ହେବ ଏବଂ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ପ୍ରତ୍ୟେକ ବୁଧବାର ଭଗବାନ ଗଣେଶଙ୍କ ମନ୍ଦିରରେ ଧୂପ/ଦୂବ ଅର୍ପଣ କରନ୍ତୁ।
କନ୍ୟା ରାଶି (Virgo)
ଦ୍ୱାଦଶ ଭାବରେ ଏହି ଗୋଚର ହେବ। ନିଜ ଜନ୍ମସ୍ଥାନରୁ ଦୂରରେ ଚାକିରି କିମ୍ବା ଆମଦାନୀ-ରପ୍ତାନି (Import-Export) ବ୍ୟବସାୟ କରୁଥିବା ଲୋକଙ୍କୁ ସଫଳତା ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି। ତେବେ ଖର୍ଚ୍ଚ ବୃଦ୍ଧି ପାଇବ, ସେଥିପାଇଁ ନିୟନ୍ତ୍ରଣ ରଖନ୍ତୁ ଏବଂ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ‘ଓଁ ବୁଂ ବୁଧାୟ ନମଃ’ ମନ୍ତ୍ର ଜପ କରନ୍ତୁ।
ତୁଳା ରାଶି (Libra)
ଏକାଦଶ (ଲାଭ) ଭାବରେ ବୁଧଙ୍କ ସ୍ଥିତି ଆପଣଙ୍କ ଆୟର ନୂଆ ବାଟ ଖୋଲିବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ସହକର୍ମୀଙ୍କ ସାହାଯ୍ୟରେ କଠିନ କାମ ସହଜରେ ପୂରଣ ହେବ ଏବଂ ଆର୍ଥିକ ପକ୍ଷ ମଜବୁତ୍ ହେବ। ଗଣେଶଙ୍କୁ ଦୂବ ଚଢ଼ାନ୍ତୁ।
ବିଛା ରାଶି (Scorpio)
ଦଶମ ଭାବରେ ବୁଧଙ୍କ ଗୋଚର ଯୋଗୁଁ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ। ବ୍ୟବସାୟର ଅଟକି ରହିଥିବା ଟଙ୍କା ଫେରିମିଳିବାର ସମ୍ଭାବନା ରହିଛି। ବୁଧବାର ଦିନ ସବୁଜ ଜିନିଷ ଦାନ କରନ୍ତୁ।
ଧନୁ ରାଶି (Sagittarius)
ନବମ (ଭାଗ୍ୟ) ଭାବରେ ବୁଧଙ୍କ ଗୋଚର ଯୋଗୁଁ ପାଠପଢ଼ାରେ ରୁଚି ବଢ଼ିବ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଧାର୍ମିକ ଯାତ୍ରା କିମ୍ବା ପୂଜାପାଠର ସୁଯୋଗ ମିଳିବ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ ଏବଂ ବେକାରୀଙ୍କୁ ନୂଆ ଚାକିରି ମିଳିପାରେ।ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ମକର ରାଶି (Capricorn)
ଅଷ୍ଟମ ଭାବରେ ଗୋଚର ଯୋଗୁଁ ଗବେଷଣା, M.Phil କିମ୍ବା Ph.D କରୁଥିବା ଛାତ୍ରଙ୍କୁ ସଫଳତା ମିଳିବ। ବିଦେଶ ଚାକିରି ଆବେଦନ କରିଥିଲେ ଶୁଭ ଖବର ମିଳିପାରେ। ତେବେ ନିଷ୍ପତ୍ତି ନେବାରେ ତରବରିଆ ହୁଅନ୍ତୁ ନାହିଁ ଏବଂ ସମ୍ପର୍କଗୁଡ଼ିକୁ ଯତ୍ନର ସହ ସମ୍ଭାଳନ୍ତୁ।ବୁଧବାର ଦିନ ଗଣପତିଙ୍କୁ ମୋଦକ କିମ୍ବା ଲଡୁ ଭୋଗ ଲଗାନ୍ତୁ।
କୁମ୍ଭ ରାଶି (Aquarius)
ସପ୍ତମ ଭାବରେ ବୁଧଙ୍କ ସ୍ଥିତି ଯୋଗୁଁ Partnership ବ୍ୟବସାୟରେ ଲାଭ ହେବ। ଜୀବନସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ବ୍ୟାପାରରେ ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଶୁଭ ସମୟ। ପକ୍ଷୀଙ୍କୁ ଶସ୍ୟ ଦାନ କରନ୍ତୁ।
ମୀନ ରାଶି (Pisces)
ଷଷ୍ଠ ଭାବରେ ବୁଧଙ୍କ ପ୍ରଭାବ ଯୋଗୁଁ କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ପ୍ରତିଯୋଗୀମାନେ ପରାସ୍ତ ହେବେ। କୋର୍ଟ-କଚେରୀ କାମରେ ସଫଳତା ମିଳିବ, ତେବେ ସ୍ୱାସ୍ଥ୍ୟ ନେଇ ସଚେତନ ରହିବା ଆବଶ୍ୟକ। ଗାଈକୁ ସବୁଜ ପନିପରିବା କିମ୍ବା ଘାସ ଖାଇବାକୁ ଦିଅନ୍ତୁ।