ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ ଗ୍ରହ ସ୍ବାତୀ ନକ୍ଷତ୍ରରୁ ବିଶାଖା ନକ୍ଷତ୍ରକୁ ପ୍ରବେଶ କରିବେ। ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବୁଧ ଏହି ନକ୍ଷତ୍ରରେ ରହିବେ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ଏହି ପରିବର୍ତ୍ତନ ବୃଷ, ମିଥୁନ, ସିଂହ, ତୁଳା ଓ ଧନୁ ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିପାରେ।
ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣିଜ୍ୟ, ଯୋଗାଯୋଗ ଓ ବାଣୀର କାରକ ଭାବେ ବିବେଚନା କରାଯାଏ। ସେହିପରି ବିଶାଖା ନକ୍ଷତ୍ରର ସ୍ବାମୀ ଦେବଗୁରୁ ବୃହସ୍ପତି। ତେଣୁ ଗୁରୁଙ୍କ ନକ୍ଷତ୍ରରେ ବୁଧଙ୍କ ପ୍ରବେଶ ଏହି ୫ଟି ରାଶି ପାଇଁ ଆର୍ଥିକ ଲାଭ ଓ କର୍ମକ୍ଷେତ୍ରରେ ଉନ୍ନତିର ସଙ୍କେତ ଦେଇପାରେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ମାନ୍ୟତା ରହିଛି।
ବୃଷ ରାଶିର ଲୋକଙ୍କ ପାଇଁ ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଶୁଭ ଫଳ ଆଣିପାରେ। ଏହି ସମୟରେ ଆର୍ଥିକ ଲାଭର ସୁଯୋଗ ମିଳିପାରେ। କର୍ମକ୍ଷେତ୍ରରେ କରିଥିବା ପରିଶ୍ରମର ଭଲ ଫଳ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ଭଲ ଲାଭ ପାଇପାରନ୍ତି। ନୂଆ ଯୋଜନାରୁ ମଧ୍ୟ ଫାଇଦା ମିଳିପାରେ।
ମିଥୁନ ରାଶି ପାଇଁ ଏହି ଗ୍ରହ ନକ୍ଷତ୍ର ପରିବର୍ତ୍ତନ ଲାଭଦାୟକ ହୋଇପାରେ। ଆୟ ବୃଦ୍ଧିର ଯୋଗ ରହିଥିବା ବେଳେ ରୋଜଗାରର ନୂଆ ଉତ୍ସ ମିଳିପାରେ। ନିବେଶ ପାଇଁ ସମୟ ଅନୁକୂଳ ରହିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି। ତେବେ ଯେକୌଣସି ନିବେଶ ପୂର୍ବରୁ ଆର୍ଥିକ ଦିଗକୁ ଭଲ ଭାବେ ବିଚାର କରିବା ଜରୁରୀ।
ସିଂହ ରାଶିର ଲୋକଙ୍କ ପାଇଁ ବୁଧଙ୍କ ଗୋଚର ସକାରାତ୍ମକ ରହିପାରେ। ଚାକିରି କ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିପାରେ। କାମ ପାଇଁ ଦୂରଯାତ୍ରା କରିବାକୁ ପଡ଼ିପାରେ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବା ସହ ଭବିଷ୍ୟତରେ ଏହାର ଲାଭ ମିଳିପାରେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବାର ଆଶା ରହିଛି।
ତୁଳା ରାଶିର ଲୋକଙ୍କ ପାଇଁ ବୁଧଙ୍କ ବିଶାଖା ନକ୍ଷତ୍ରରେ ପ୍ରବେଶ ଶୁଭ ହୋଇପାରେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ। ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତି ବଢ଼ିପାରେ। ପାରିବାରିକ ସମ୍ପର୍କରେ ମଧ୍ୟ ମଧୁରତା ଆସିବାର ଆଶା ରହିଛି।
ଧନୁ ରାଶି ପାଇଁ ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ। ବ୍ୟବସାୟୀମାନଙ୍କ ପାଇଁ ଉନ୍ନତିର ରାସ୍ତା ଖୋଲିପାରେ। ଆୟ ବୃଦ୍ଧି ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି।