୧୨ ମାସ ପରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ବଦଳାଇବେ ବୁଧ, ନୂଆ ଚାକିରି ସାଙ୍ଗକୁ ପ୍ରଚୁର ଧନଲାଭର ଯୋଗ…

ବୈଦିକ ଜ୍ୟୋତିଷ ଅନୁସାରେ ବୁଧ ଗ୍ରହ ପ୍ରାୟ ୧ ମାସ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ବିଶେଷକରି ବ୍ୟବସାୟ, ଶେୟାର ବଜାର ଏବଂ ଅର୍ଥବ୍ୟବସ୍ଥା ଉପରେ ଦେଖିବାକୁ ମିଳିଥାଏ। ଆସନ୍ତା ଅଗଷ୍ଟ ୩୦ରେ ବୁଧ ସିଂହ ରାଶିକୁ ଗୋଚର କରିବେ, ଏହାଦ୍ୱାରା ୩ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଚମକିବ। ଏଥିସହ ବୁଧଙ୍କ ବିଶେଷ କୃପା ଯୋଗୁ ସେମାନଙ୍କ ଆୟରେ ବୃଦ୍ଧି,ଚାକିରିରେ ପ୍ରମୋଶନର ଯୋଗ ରହିଛି। ଆସନ୍ତୁ ଜାଣିବା:

ଧନୁ ରାଶି: ବୁଧ ଗ୍ରହର ରାଶି ପରିବର୍ତ୍ତନ ଧନୁ ରାଶିର ଜାତକଧାରୀଙ୍କ ପାଇଁ ଅନୁକୂଳ ରହିବ। କାରଣ ଏହି ଗୋଚର ଆପଣଙ୍କ ରାଶିର ନବମ ସ୍ଥାନରେ ରହିବ। ଏଥିଲାଗି ଏହି ସମୟରେ ଆପଣଙ୍କ ଭାଗ୍ୟ ବଦଳିପାରେ। ଦେଶ ବିଦେଶର ଯାତ୍ରା କରିପାରନ୍ତି। ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କୁ ସଫଳତା ହାସଲ କରିପାରନ୍ତି। ଆର୍ଥିକ ଭାବେ ଏହି ସମୟ କଳା ନଚେତ ଟେକ୍ନୋଲୋଜି କ୍ଷେତ୍ର ସମୟ ଜଡ଼ିତ କ୍ଷେତ୍ରରେ ନିବେଶ ଲାଗି ଭଲ। ଧର୍ମକର୍ମରେ ଆପଣଙ୍କ ରୁଚି ବଢ଼ିବ।

ମିଥୁନ ରାଶି: ଆପଣଙ୍କ ଲାଗି ବୁଧ ଗ୍ରହର ରାଶି ପରିବର୍ତ୍ତନ ଅନୁକୂଳ ସାବ୍ୟସ୍ତ ହୋଇପାରେ। କାରଣ ବୁଧ ଆପଣଙ୍କ ରାଶିରେ ଧନ ଏବଂ ବାଣୀ ସ୍ଥାନରେ ଚୋଚର କରିବେ। ଏଥିଲାଗି କିଛି ସମୟ ବ୍ୟବଧାନରେ ଆକସ୍ମିକ ଧନଲାଭର ସୁଯୋଗ ରହିଛି। ଟେଲିକମ୍‌ ନଚେତ ଗଣମାଧ୍ୟମ ସହ ଜଡ଼ିତ ଲୋକଙ୍କ ପାଇଁ ଏହି ସମୟ ବିଶେଷ ଭାବେ ଭଲ ରହିବ। ସେହିଭଳି ବୁଧ ଆପଣଙ୍କ ରାଶିର ଲଗ୍ନ ତଥା ଚତୁର୍ଥ ସ୍ଥାନର ସ୍ବାମୀ ହୋଇଥିବା ହେତୁ ଯାନବାହନ ନଚେତ ସମ୍ପତ୍ତି କିଣିପାରନ୍ତି।

କନ୍ୟା ରାଶି: ବୁଧ ଗ୍ରହର ରାଶି ପରିବର୍ତ୍ତନ କନ୍ୟା ରାଶି ପାଇଁ ଲାଭଦାୟକ ରହିବ। କାରଣ ବୁଧ ଗ୍ରହ ଆପଣଙ୍କ ରାଶିର ୧୨ତମ ସ୍ଥାନରେ ଗୋଚର କରିବାକୁ ଯାଉଛନ୍ତି। ଏଥିଲାଗି ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ। ଚାକିରି କ୍ଷେତ୍ରରେ ଅଫିସ ଟଙ୍କାରେ ଦୂର ଯାତ୍ରା କରିବାର ସୁଯୋଗ ମିଳିପାରେ। କାମ ପାଇଁ ଏହି ଯାତ୍ରା ହୋଇଥିଲେ ହେଁ ବହୁତ କିଛି ଶିଖିବାକୁ ମିଳିବ। ଭାବିଥିବା ଯୋଜନା ସଫଲ ହେବ। ସଞ୍ଚୟ କରିବାରେ ସଫଳ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri