୧୨ରୁ ନୂତନ ବଜେଟ ଆଲୋଚନା

ଭୁବନେଶ୍ୱର,୮ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ଲାଗି ନୂତନ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। କେଉଁଦିନ କେଉଁ ବିଭାଗର ବଜେଟ ଆଲୋଚନା ହେବ ସେନେଇ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ ଡି.କେ. ଜେନା ଜାନୁଆରୀ ୬ରେ ସମସ୍ତ ବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି।
ସୂଚନା ଅନୁଯାୟୀ, ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୧୨ରେ ଅନୁଷ୍ଠିତ ହେବାକୁଥିବା ପ୍ରାକ୍‌ ବଜେଟ ଆଲୋଚନାରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଓ ସଂପୃକ୍ତ ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଏହି ପ୍ରକ୍ରିୟାରେ ୧୨ ତାରିଖ ପୂର୍ୱାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୪ଟା ମଧ୍ୟରେ ୧୨ଟି ବିଭାଗର ବଜେଟ ପ୍ରସ୍ତାବ ଆଲୋଚନା ରହିଛି। ସେଥିମଧ୍ୟରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, ମହିଳା ଓ ଶିଶୁ କଲ୍ୟାଣ, ଜଳସମ୍ପଦ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି, ଶକ୍ତି, ମତ୍ସ୍ୟ ଓ ପଶୁସମ୍ପଦ, ବାଣିଜ୍ୟ ଓ ପରିବହନ, ନଗର ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ସମବାୟ ଏବଂ ପର୍ଯ୍ୟଟନ ବିଭାଗ ରହିଛି। ସେହିପରି ୧୩ ତାରିଖରେ ହେବାକୁଥିବା ବଜେଟ ଆଲୋଚନାରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ମିଶନ ଶକ୍ତି, କୃଷି, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି, ଗୃହ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ରହିଛି।
ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ବଜେଟ ଅଧିବେଶନ ଅନୁଷ୍ଠିତ ହେବ। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିକଟରେ ସବୁ ବିଭାଗର ସଚିବଙ୍କଠାରୁ ୫ଟି ଲେଖାଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଲୋଡ଼ିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଆସନ୍ତା ଆର୍ଥିକବର୍ଷ ପାଇଁ ହେବାକୁଥିବା ବଜେଟ କିଭଳି ଏକ ଯୁଗାନ୍ତକାରୀ ଓ ଲୋକକଲ୍ୟାଣମୂଳକ ହୋଇପାରିବ, ସେଥିପାଇଁ ଜୋର୍‌ ଦିଆଯାଇଛି। ଏହି କ୍ରମରେ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ ଜେନା ଜନସାଧାରଣଙ୍କଠାରୁ ସୁଚିନ୍ତିତ ପ୍ରସ୍ତାବ ଓ ମତାମତ ଲୋଡ଼ିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମେଲ୍‌ ଆଇଡି, ହ୍ୱାଟ୍‌ସଆପ୍‌ ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମତ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

ଶଗଡରେ ବିବାହ ପାଇଁ ଶାଶୁଘରକୁ ଆସିଲେ କନ୍ୟା: ରାତି ଅନିଦ୍ରା ହୋଇ ଶଗଡକୁ ସଜାଇଥିଲେ ବର

କବିସୂର୍ଯ୍ୟନଗର, ୨୮।୨(କୃପାସିନ୍ଧୁ ସ୍ବାଇଁ): ସମୟ ଥିଲା ବାହାଘର ପାଇଁ ଶଗଡ ବ୍ୟବହାର ହେଉଥିଲା। ଶଗଡରେ କନ୍ୟା ଆସୁଥିଲେ ବରଘରକୁ ଏବଂ ବାହାଘର ହେଉଥିଲା। ବାଲ୍ୟ ବିବାହ ସମୟରେ…

Sahara Refund: ଆଉ ୫୦ ହଜାର ନୁହେଁ, ଏବେ ୧୦ ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇଁ କରନ୍ତୁ ଆବେଦନ,୪୫ ଦିନରେ ଆସିବ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ…

ପୂର୍ବଶତ୍ରୁତାରୁ ଛୁରା ମାଡ଼ ଘଟଣା: ଛୁରି ଜବତ, ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଆଇଆଇସି…

ମହିଳା ଆଥଲେଟ୍‌ଙ୍କ ହେବ ଏସ୍‌ଆରଓ୍ବାଇ ଜେନେ ଟେଷ୍ଟ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭ା୨: ଜାତୀୟସ୍ତର ମହିଳା ପ୍ରତିଯୋଗିତାଗୁଡ଼ିକରେ ଯେପରି କେବଳ ବାୟୋଲଜିକାଲ ମହିଳାମାନେ ଅଂଶଗ୍ରହଣ କରିପାରିବେ ତାହାକୁ ନଜରରେ ରଖି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଚଳିତବର୍ଷ…

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri