Categories: Video

ବଜେଟ ୨୦୨୧- ୨୨

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧ -୨୨ ବର୍ଷ ପାଇଁ ବଜେଟ୍ ଘୋଷଣା କରିଛନ୍ତି ମନ୍ତ୍ରୀ । ପ୍ରଥମ ଥର ପାଇଁ ଏଥର ପେପରଲେସ୍ ବଜେଟ୍ ଉପସ୍ଥାପିତ ହୋଇଛି । କୋଭିଡ ମହାମାରୀ ପରେ ରାଜ୍ୟର ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ ବଜେଟ୍‌ରେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି । କରୋନା ଲକଡାଉନ୍ , ସଟ୍ ଡାଉନ ପରେ ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯାଇଛି ।