ଅସୁରକ୍ଷିତ ହୋଇପଡ଼ିଛି ବୌଦ୍ଧ କୀର୍ତ୍ତିରାଜି ଲାଙ୍ଗୁଡି: ବଢୁଛି ଅସାମାଜିକ କାର୍ଯ୍ୟ

ଧର୍ମଶାଳା ,୧୮।୭(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲାର ବୌଦ୍ଧ କୀର୍ତ୍ତିରାଜି ଲାଙ୍ଗୁଡି ପର୍ଯ୍ୟଟନ ସ୍ଥଳୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ହୋଇପଡିରହିଛି।

ବିଶ୍ୱ ଇତିହାସରେ ବୌଦ୍ଧ କୀର୍ତ୍ତିରାଜିକୁ ନେଇ ଯାଜପୁର ଜିଲା ଏକ ସନ୍ତ୍ରତ ପରିଚୟ ସୃଷ୍ଟି କରୁଥିବା ବେଳେ ସେଥିମଧ୍ୟରୁ ଧର୍ମଶାଳାର ଲାଙ୍ଗୁଡି ପର୍ଯ୍ୟଟନସ୍ଥଳୀ ଅନ୍ୟତମ। ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଏହାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଏହାର କାର୍ଯ୍ୟ ଶେଷ ହେବାର ସମୟ ସୀମା ସରିଯାଇଥିଲେ ବି ରଙ୍ଗଠାରୁ ନେଇ ଅନେକ କାମ ଅଧାରେ ଅଟକି ରହିଛି, ଯାହା ଫଳରେ ଲାଙ୍ଗୁଡି ବୌଦ୍ଧ ବିହାର ସମ୍ମୁଖ ଗେଟରେ ତାଲା ଝୁଲୁଛି। ଡିସେମ୍ବର ମାସ ଆସିଲେ ପର୍ଯ୍ୟଟକମାନଙ୍କ ଭିଡ ଦେଖିବାକୁ ମିଳୁଥିଲା। କିନ୍ତୁ କୁଆଡେ ହଜିଯାଇଛି ସେ ଡିସେମ୍ବର ମାସର ସ୍ମୃତି। କେହି ବି ଆସୁନାହାନ୍ତି ପର୍ଯ୍ୟଟକ। ସ୍ଥାନଟି ଏବେ ସମ୍ପୂର୍ଣ୍ଣ ଶୁନ୍‌ଶାନ ହୋଇଯାଇଛି।
ସେହିପରି ପାହାଡ ଉପର ଭାଗରେ ମଧ୍ୟ ଖନନବେଳେ ମିଳିଥିବା ବୌଦ୍ଧ କୀର୍ତ୍ତିରାଜଗୁଡ଼ିକ ଖୋଲା ଆକାଶ ତଳେ ଅସୁରକ୍ଷିତ ଭାବେ ପଡିରହିଛି। ଖାଲି ଏତିକି ନୁହେଁ, ପାହାଡ଼ ଚତୁଃପାର୍ଶ୍ୱରେ ଲଗା ଯାଇଥିବା ଲୁହାର ଗେଟଗୁଡ଼ିକ ମଧ୍ୟ ଦୃର୍ବୁତ୍ତ ଚୋରି କରି ନେଉଥିବା ବାରମ୍ବାର ଅଭିଯୋଗ ହୋଇ ଥିଲେ ବି ସୁରକ୍ଷାର ଅଭାବ ଦେଖାଦେଇଛି । ଏହାକୁ ସୁରକ୍ଷା ଦେବାକୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ସୁରକ୍ଷା ମଞ୍ଚ ଗଠନ କରାଯାଇଛି। ସେଥିପାଇଁ ଏହା ନିକଟରେ କିଛି ସ୍ଥାନକୁ ଅକ୍ତିଆର କରି ଘର ନିର୍ମାଣ କରା ଯାଇଛି। ଏହି ଘର ନିର୍ମାଣକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଠାରେ କିଛି ଅସାମାଜିକ ଲୋକ ଆଡ୍ଡା ଜମାଉଥିବାବେଳେ ପୋଲିସ ଜାଣି ନ ଜାଣିବାର ବାହାନା କରୁଥିବା ସ୍ଥାନୀୟ ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି। ତେଣୁ ସ୍ଥାନୀୟ ବିଧାୟକ ଓ ପର୍ଯ୍ୟଟନ ବିଭାଗ ଏହା ଉପରେ ତୁତନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri