ବିକାଶ ଖୋଜୁଛି ବୁଦ୍ଧେଶ୍ୱର ପୀଠ

ଭୁବନ, ୩୧।୧(ଡି.ଏନ.ଏ.) ଇତିହାସ ଏବଂ କିମ୍ବଦନ୍ତୀକୁ ନେଇ ସମୃଦ୍ଧ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ମିଳିଛି। ଅନୁଦାନ ଆସୁଛି। ଶ୍ରଦ୍ଧାଳୁ ଦେଉଛନ୍ତି ଲକ୍ଷାଧିକ ଟଙ୍କା ଦାନ। ହେଲେ ଅର୍ଥର ସଦ୍‌ବିନିଯୋଗ ହୋଇପାରୁ ନ ଥିବାରୁ ଐତିହାସିକ ବୁଦ୍ଧେଶ୍ୱର ଶୈବପୀଠର ବିକାଶ ଅଟକିଛି। ଅବଧି ସରିଯାଇଥିବାବେଳେ ପରିଚାଳନା କମିଟି ପୁନର୍ଗଠନ ଲାଗି ଦେବୋତ୍ତର ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ, ଯାହାକୁ ନେଇ ବୁଦ୍ଧିଜୀବୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଅବସ୍ଥିତ ଦ୍ୱାଦଶ ଶତାବ୍ଦୀର ଐତିହ୍ୟସମ୍ପନ୍ନ ବୁଦ୍ଧେଶ୍ୱର ଶୈବପୀଠ। ୮ ଏକର ଜମି ଉପରେ ପରିବ୍ୟାପ୍ତ ଏହି ମନ୍ଦିରକୁ ୨୦୦୮ରେ ମିଳିଛି ପର୍ଯ୍ୟଟନସ୍ଥଳୀର ମାନ୍ୟତା। ଜିଲା ପର୍ଯ୍ୟଟନ ତାଲିକାରେ ୯ ଏବଂ ରାଜ୍ୟସ୍ତରରେ ୩୦୭ ନମ୍ବରରେ ରହିଛି ଏହି ପ୍ରାଚୀନ ମନ୍ଦିର। ମୁଖ୍ୟମନ୍ଦିରକୁ ବାଦ୍‌ ଦେଲେ ଏହାର ଚାରିପଟେ ପାର୍ବତୀ ମନ୍ଦିର, ଶନି ମନ୍ଦିର, ହନୁମାନ ମନ୍ଦିର, ଗଣେଶ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ଏବଂ ତ୍ରିନାଥ ମନ୍ଦିର ରହିଛି। ମହାଶିବରାତ୍ରି, ବଡ଼ଓଷା, ଗଣେଶ ପୂଜା, ହନୁମାନ ଜୟନ୍ତୀ ଭଳି ପର୍ବପର୍ବାଣି ଏଠାରେ ଜାକଜମକର ସହ ପାଳିତ ହୋଇଥାଏ। ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ, ମାନସିକଧାରୀ, ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ମନ୍ଦିରର ଆନୁଷଙ୍ଗିକ ବିକାଶ କାର୍ଯ୍ୟ ଯେଉଁ ଭଳି ହେବା କଥା ତାହା ହେଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ମନ୍ଦିର ସୁପରିଚାଳନା ଲାଗି ସ୍ଥାନୀୟ ଲୋକଙ୍କୁ ନେଇ ପ୍ରତି ଦୁଇବର୍ଷରେ ଥରେ କମିଟି ଗଠନ କରାଯାଇଥାଏ। ୨୦୧୮ ଜାନୁୟାରୀ ୧୮ରେ ଶେଷଥର ପାଇଁ କମିଟି ଗଠନ ହୋଇଥିଲା। ଅବଧି ଶେଷ ହୋଇଯାଇଥିବାବେଳେ କମିଟି ପୁନର୍ଗଠନ ଲାଗି ଆନ୍ତରିକତା ପ୍ରକାଶ ପାଉନାହିଁ। ସେହିପରି ରାଜସ୍ବ ଆଦାୟ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ୪ ଦୋକାନ ଘର ନିର୍ମାଣ କରାଯାଇଛି। ବର୍ଷିକିଆ ଭିତ୍ତିରେ ଏଗୁଡ଼ିକ ନିଲାମ ଦିଆଯାଇଥାଏ। ହେଲେ ଅବଧି ପୂରିଯାଇଥିଲେ ମଧ୍ୟ ଏହାର ନିଲାମ ହୋଇପାରିନାହିଁ। ମନ୍ଦିରରେ କାର୍ଯ୍ୟରତ ୫ ପୂଜକଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ସେଭଳି କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଉ ନ ଥିବାରୁ ସେମାନଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୀଠ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଶାଖା ବୁଦ୍ଧେଶ୍ୱର ନାଳ ପୁନରୁଦ୍ଧାର, ସନ୍ତରଣ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା, କଲ୍ୟାଣ ମଣ୍ଡପ, ଶିବମନ୍ଦିରରୁ ବ୍ରାହ୍ମଣୀ ନଦୀ ଦେଇ ଦଲାର ପାହାଡ଼କୁ ରୋପଓ୍ବେ ଏବଂ ପ୍ରମୋଦ ଉଦ୍ୟାନ ନିର୍ମାଣ ଲାଗି ବିଭିନ୍ନ ସମୟରେ ପ୍ରସ୍ତାବ ଦିଆଯାଇଛି। ସେହିପରି ଜଗନ୍ନାଥ ମନ୍ଦିର-ବୁଦ୍ଧେଶ୍ୱର ପୀଠ-ହିଙ୍ଗୁଳା ପୀଠ-ରଗଡ଼ି ଅଷ୍ଟଶମ୍ଭୁ ମନ୍ଦିରକୁ ନେଇ ପର୍ଯ୍ୟଟନ କରିଡ଼ର କରିବା ସହ ଗମନାଗମନ ସୁବିଧା ଲାଗି ଉନ୍ନତମାନର ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିରର ମୁଖ୍ୟଫାଟକ, ଶୌଚାଳୟ ନିର୍ମାଣ ହୋଇଛି। ହେଲେ ଅନ୍ୟାନ୍ୟ କାର୍ଯ୍ୟ କେବଳ ଦାବି ଏବଂ ପ୍ରସ୍ତାବରେ ଅଟକି ରହିଛି। ପୀଠ ଚାରିପଟେ ପାଚେରି ନ ଥିବାରୁ ଶତାଧିକ ବାଲି ବୋଝେଇ ଭାରିଯାନ ଏହାର ନିକଟ ଦେଇ ଦୈନନ୍ଦିନ ଯାତାୟାତ କରୁଛି। ଫଳରେ ପ୍ରମୁଖ ଆକର୍ଷଣ ବକୁଳବନ, ମନ୍ଦିର ପରିବେଶ ଏବଂ ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ମନ୍ଦିର ପରିଚାଳନା କମିଟି ପୁନର୍ଗଠନ ଏବଂ ଅନ୍ୟାନ୍ୟ ଦାବି ପୂରଣ ଲାଗି ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଛନ୍ତି। ଏହାର ସମାଧାନ ଲାଗି ଉଦ୍ୟମ କରାଯାଉଛି। ଜିଲା ପ୍ରଶାସନ ସହିତ ଆଲୋଚନା କରି ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ। ଏ ନେଇ ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, କରୋନା ପାଇଁ କମିଟି ଗଠନ ହୋଇପାରିନାହିଁ। ଦୋକାନ ନିଲାମ ବିଳମ୍ବ ହୋଇଛି। ଖୁବ୍‌ଶୀଘ୍ର ଏହା ହେବ। ପୀଠର ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯିବ।

ଦାବି ଉପସ୍ଥାପନା କରାଯାଇଛି
ମନ୍ଦିର ପରିଚାଳନା କମିଟି ଅବଧି ସରିଯାଇଛି। ଏହାର ପୁନର୍ଗଠନ କରିବା ଲାଗି ବହୁବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଲେ ବୁଦ୍ଧେଶ୍ୱର ଶୈବପୀଠ ଜିଲାର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା।
-ନନ୍ଦକିଶୋର ସାହୁ, ମନ୍ଦିର ପରିଚାଳନା କମିଟି ସଭାପତି

ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି
ଐତିହାସିକ ବୁଦ୍ଧେଶ୍ୱର ଶୈବପୀଠର ମହାତ୍ମ୍ୟ ସୁଦୂରପ୍ରସାରୀ ହେବାରେ ଲାଗିଛି। ବର୍ଷତମାମ ଏଠାରେ ହେଉଥିବା ପର୍ବପର୍ବାଣି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି। ଏହାର ବିକାଶ ଲାଗି ଅନେକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ସେଗୁଡ଼ିକ ପୂରଣ କରାଗଲେ ସମସ୍ୟା ଦୂର ହୋଇପାରନ୍ତା।
-କୁଞ୍ଜବିହାରୀ ଚିନ୍ନରା, ଆଇନଜୀବୀ

ନୂତନ ପରିଚାଳନା କମିଟି ଗଢ଼ାଯାଉ
ନୂଆ ଭୁବନଠାରୁ ବୁଦ୍ଧେଶ୍ୱର ଶୈବପୀଠକୁ ରାସ୍ତା ନିର୍ମାଣ କରାଯାଇଛି। ନୂଆ ଭୁବନ ଛକରେ ଏକ ମୁଖଶାଳା କରାଗଲେ ଏହା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବ। ନୂତନ ମନ୍ଦିର ପରିଚାଳନା କମିଟି ଗଠନ କରିବା ସହ ପୀଠ ଚାରିପଟେ ସୁରକ୍ଷା ପାଚେରି ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି।
-ନାରାୟଣ ସାହୁ, ବରିଷ୍ଠ ଚିତ୍ରଶିଳ୍ପୀ

ଉନ୍ନତୀକରଣ ହେଲେ ବଢ଼ିବ ଗୌରବ
ବୁଦ୍ଧେଶ୍ୱର ଶୈବପୀଠ ଭୁବନର ପରିଚୟ। ଏହାର ଉନ୍ନତୀକରଣ ହେଲେ ଅଞ୍ଚଳର ଗୌରବ ବଢ଼ିବ। ବିଶେଷ କରି ବ୍ରାହ୍ମଣୀ ନଦୀରୁ ମନ୍ଦିର ଯାଏ କଂକ୍ରିଟ ରାସ୍ତା ନିର୍ମାଣ ଏବଂ ବନ ବିଭାଗ ପକ୍ଷରୁ ନଦୀପଠାରେ କରାଯାଇଥିବା ବନୀକରଣ ଅଞ୍ଚଳର ବିକାଶ କରାଗଲେ ପୀଠ ପରିସର ଅଧିକ ଆକର୍ଷଣୀୟ ହେବ।
-ବାସନ୍ତୀ ପୃଷ୍ଟି, ଗ୍ରାମବାସୀ

ଦୀର୍ଘଦିନରୁ ଅବହେଳିତ ହୋଇ ରହିଛୁ
ଠାକୁରଙ୍କ ସେବା କରି ବାର୍ଦ୍ଧକ୍ୟରେ ପହଞ୍ଚତ୍ଲୁଣି। ଶ୍ରଦ୍ଧାଳୁଙ୍କ ଦକ୍ଷିଣାରେ ପରିବାର ପ୍ରତିପୋଷଣ ହେଉଥିଲା। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ଦେବୋତ୍ତର ବିଭାଗ ଦାୟିତ୍ୱ ଦେଇଛି। ହେଲେ ୫ ପୂଜକ ଅବହେଳିତ ହୋଇ ରହିଛୁ। ଆମ ସୁଖସୁବିଧା କେହି ବୁଝୁନାହାନ୍ତି।
-ମହେଶ୍ୱର ମିଶ୍ର, ନିତ୍ୟ ପୂଜକ


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri