୮ ମାସ ହେବ ବିଏସଏନଏଲ ସେବା ଅଚଳ: ଆନ୍ଦୋଳନ ପାଇଁ ସଜବାଜ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତରେ ଦୀର୍ଘ ୮ ମାସ ହେଲା ବିଏସଏନଏଲର ମୋବାଇଲ ସେବା ଅଚଳ ହୋଇପଡିଛି। ଫଳରେ ଅଞ୍ଚଳରେ ଉପଭୋକ୍ତାମାନେ ବହୁ ହଇରାଣ ଭୋଗୁଛନ୍ତି। ବିଶେଷ କରି ଆଦିବାସୀ ଅଧ୍ୟ୍ୟୁଷିତ ଉକ୍ତ ପଞ୍ଚାୟତ ଅଞ୍ଚଳର ଉପଭୋକ୍ତାଙ୍କ ହାତରେ କି ପେଡ ମୋବାଇଲ ସେଟ ରହିଛି। ସମସ୍ତଙ୍କ ହାତରେ ସ୍ମାର୍ଟ ମୋବାଇଲ ନ ଥିବା ବେଳେ ପଞ୍ଚାୟତର ଅଧାରୁ ଉର୍ଦ୍ଧ୍ୱ ଉପଭୋକ୍ତା ବିଏସଏନଏଲ ମୋବାଇଲ ସେବା ଉପରେ ନିର୍ଭର କରୁଛନ୍ତି। ଏହି ନେଟୱାର୍କ ବନ୍ଦ ହୋଇଯିବା ପରେ ଆଉ ବିଭାଗ ନା ମରାମତି କରୁଛି ନା କୌଣସି ଅଧିକାରୀ ସିଆଙ୍ଗବାଲି ଆସି ତାକୁ ମରାମତି ପାଇଁ ପଦକ୍ଷେପ ନେଉଛନ୍ତି। ଫଳରେ ଉପଭୋକ୍ତାମାନଙ୍କ କେବଳ ରିଚାର୍ଜ ଭାଉଚର ପକାଇ ବାହାର ପଞ୍ଚାୟତକୁ ଯାଇ ଓଟିପି କିମ୍ବା ଅନ୍ୟ ଲିଙ୍କ ପାଇଁ ବ୍ୟବହାର କରୁଛନ୍ତି। ନିଜ ପଞ୍ଚାୟତରେ ଏହି ସେବା ଚାଲିଥିଲେ। ହୁଏତ ଲୋକମାନେ ଖର୍ଚ୍ଚାନ୍ତ ହୋଇ ନ ଥାନ୍ତେ ଏଣୁ ମଙ୍ଗଳବାର ଉକ୍ତ ପଞ୍ଚାୟତର ଶତାଧିକ ଉପଭୋକ୍ତା ଏକାଠି ହୋଇ ଆଗାମୀ ଦିନରେ ଏହି ସେବା ଯୋଗାଇଦେବା ଦାବିରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, କୋଭିଡ ପୂର୍ବରୁ ଲୋକଙ୍କୁ ମୋବାଇଲ ସେବା ଯୋଗାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ପଞ୍ଚାୟତ ଅଞ୍ଚଳରେ ନଳକୂପ ମରାମତି ପରେ ବାହାରିଥିବା ନଷ୍ଟ ପାଇପଗୁଡିକୁ ଯୋଡି ଟାୱାର ସ୍ଥାପନ କରାଯାଇ ବାଲିଗୁଡା ବିଏସଏନଏଲର ଉପଖଣ୍ଡ କାର୍ଯ୍ୟାଳୟ ସହାୟତରେ ସିଆଙ୍ଗବାଲିକୁ ପ୍ରଥମେ ୨ଜି ଓ ପରେ ୪ଜି ସେବା ଯୋଗାଇ ଦିଆଯାଇଥିଲା। ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସିବା ପରେ କ୍ଷୁଦ୍ର ବ୍ୟାଙ୍କ ସେବା, ମୋ ସେବାକେନ୍ଦ୍ର ଆଦି ଖୋଲି ଲୋକଙ୍କ ସରକାରୀ ଓ ବେସରକାରୀ କାର୍ଯ୍ୟକୁ ସଫଳତାର ସହ କରାଯାଇପାରୁଥିଲା। କୋଭିଡ ସମୟରେ ଛାତ୍ରୀଛାତ୍ର ମାନେ ଅନଲାଇନରେ ପାଠ ପଢୁଥିଲେ ଅନେକ ବିକାଶ ହୋଇପାରିଥିଲା। ଯାହାକି ଏବେ ଏହି ସେବା ବନ୍ଦ ଯୋଗୁ ଅଞ୍ଚଳରେ ସମସ୍ୟା ହିଁ ସମସ୍ୟା ଦେଖାଯାଉଥିବା ଗ୍ରାମର ୱାର୍ଡ ସଭ୍ୟଙ୍କ ସମେତ ଲେଙ୍କା ପ୍ରଧାନ, ପୂରପୁ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ,ଧର୍ମେନ୍ଦ୍ର ପ୍ରଧାନ, ସୁଶୀଳ ପ୍ରଧାନ, ପ୍ରମୁଖ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri