୮ ମାସ ହେବ ବିଏସଏନଏଲ ସେବା ଅଚଳ: ଆନ୍ଦୋଳନ ପାଇଁ ସଜବାଜ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତରେ ଦୀର୍ଘ ୮ ମାସ ହେଲା ବିଏସଏନଏଲର ମୋବାଇଲ ସେବା ଅଚଳ ହୋଇପଡିଛି। ଫଳରେ ଅଞ୍ଚଳରେ ଉପଭୋକ୍ତାମାନେ ବହୁ ହଇରାଣ ଭୋଗୁଛନ୍ତି। ବିଶେଷ କରି ଆଦିବାସୀ ଅଧ୍ୟ୍ୟୁଷିତ ଉକ୍ତ ପଞ୍ଚାୟତ ଅଞ୍ଚଳର ଉପଭୋକ୍ତାଙ୍କ ହାତରେ କି ପେଡ ମୋବାଇଲ ସେଟ ରହିଛି। ସମସ୍ତଙ୍କ ହାତରେ ସ୍ମାର୍ଟ ମୋବାଇଲ ନ ଥିବା ବେଳେ ପଞ୍ଚାୟତର ଅଧାରୁ ଉର୍ଦ୍ଧ୍ୱ ଉପଭୋକ୍ତା ବିଏସଏନଏଲ ମୋବାଇଲ ସେବା ଉପରେ ନିର୍ଭର କରୁଛନ୍ତି। ଏହି ନେଟୱାର୍କ ବନ୍ଦ ହୋଇଯିବା ପରେ ଆଉ ବିଭାଗ ନା ମରାମତି କରୁଛି ନା କୌଣସି ଅଧିକାରୀ ସିଆଙ୍ଗବାଲି ଆସି ତାକୁ ମରାମତି ପାଇଁ ପଦକ୍ଷେପ ନେଉଛନ୍ତି। ଫଳରେ ଉପଭୋକ୍ତାମାନଙ୍କ କେବଳ ରିଚାର୍ଜ ଭାଉଚର ପକାଇ ବାହାର ପଞ୍ଚାୟତକୁ ଯାଇ ଓଟିପି କିମ୍ବା ଅନ୍ୟ ଲିଙ୍କ ପାଇଁ ବ୍ୟବହାର କରୁଛନ୍ତି। ନିଜ ପଞ୍ଚାୟତରେ ଏହି ସେବା ଚାଲିଥିଲେ। ହୁଏତ ଲୋକମାନେ ଖର୍ଚ୍ଚାନ୍ତ ହୋଇ ନ ଥାନ୍ତେ ଏଣୁ ମଙ୍ଗଳବାର ଉକ୍ତ ପଞ୍ଚାୟତର ଶତାଧିକ ଉପଭୋକ୍ତା ଏକାଠି ହୋଇ ଆଗାମୀ ଦିନରେ ଏହି ସେବା ଯୋଗାଇଦେବା ଦାବିରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, କୋଭିଡ ପୂର୍ବରୁ ଲୋକଙ୍କୁ ମୋବାଇଲ ସେବା ଯୋଗାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ପଞ୍ଚାୟତ ଅଞ୍ଚଳରେ ନଳକୂପ ମରାମତି ପରେ ବାହାରିଥିବା ନଷ୍ଟ ପାଇପଗୁଡିକୁ ଯୋଡି ଟାୱାର ସ୍ଥାପନ କରାଯାଇ ବାଲିଗୁଡା ବିଏସଏନଏଲର ଉପଖଣ୍ଡ କାର୍ଯ୍ୟାଳୟ ସହାୟତରେ ସିଆଙ୍ଗବାଲିକୁ ପ୍ରଥମେ ୨ଜି ଓ ପରେ ୪ଜି ସେବା ଯୋଗାଇ ଦିଆଯାଇଥିଲା। ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସିବା ପରେ କ୍ଷୁଦ୍ର ବ୍ୟାଙ୍କ ସେବା, ମୋ ସେବାକେନ୍ଦ୍ର ଆଦି ଖୋଲି ଲୋକଙ୍କ ସରକାରୀ ଓ ବେସରକାରୀ କାର୍ଯ୍ୟକୁ ସଫଳତାର ସହ କରାଯାଇପାରୁଥିଲା। କୋଭିଡ ସମୟରେ ଛାତ୍ରୀଛାତ୍ର ମାନେ ଅନଲାଇନରେ ପାଠ ପଢୁଥିଲେ ଅନେକ ବିକାଶ ହୋଇପାରିଥିଲା। ଯାହାକି ଏବେ ଏହି ସେବା ବନ୍ଦ ଯୋଗୁ ଅଞ୍ଚଳରେ ସମସ୍ୟା ହିଁ ସମସ୍ୟା ଦେଖାଯାଉଥିବା ଗ୍ରାମର ୱାର୍ଡ ସଭ୍ୟଙ୍କ ସମେତ ଲେଙ୍କା ପ୍ରଧାନ, ପୂରପୁ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ,ଧର୍ମେନ୍ଦ୍ର ପ୍ରଧାନ, ସୁଶୀଳ ପ୍ରଧାନ, ପ୍ରମୁଖ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri