ବିଏସଏନଏଲ ସେବା ଅଚଳ: ରାଜରାସ୍ତାକୁ ଓହ୍ଲାଇଲେ ଦାସିଙ୍ଗବାଡି ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ସେବା ଅଚଳ ହୋଇପଡିଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଏସଏନଏଲ ବିଭାଗକୁ ଅବଗତ କରାଇଲେ ମଧ୍ୟ ଫଳ ଶୂନ। ଫଳରେ ଦାସିଙ୍ଗବାଡି ପଞ୍ଚାୟତବାସୀ ଏହି ସେବାରୁ ବଞ୍ଚିତ ହୋଇଥିଲେ ଏହାକୁ ନେଇ ଧୀରେ ଧୀରେ ଅସନ୍ତୋଷର ଦାନା ବାନ୍ଧିଥିଲା।

ମଙ୍ଗଳବାର ସକାଳ ୬ଟା ସମୟରୁ ଦାସିଙ୍ଗବାଡି ଅଞ୍ଚଳକୁ ବନ୍ଦ ଡାକରା ଦିଆଯିବା ସହ ଦାରିଙ୍ଗବାଡି -ଗଜପତିର ପାଣିଗଣ୍ଡା ରାସ୍ତାକୁ ଦାସିଙ୍ଗବାଡିର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିବା ସହ ସେଠାରେ ପାଲ ପକାଇ ଲୋକମାନେ ଧାରଣା ଦେଇଥିଲେ। ସେମାନଙ୍କ ଗୋଟିଏ ଦାବି ନିୟମିତ ବିଏସଏନଏଲର ମୋବାଇଲ, ଇଣ୍ଟରନେଟ ସେବା ଯୋଗାଇବାକୁ ଦାବି କରିଥିଲେ। ଖବର ପାଇ ଦାରିଙ୍ଗବାଡି ତହସିଲଦାର ଫାଲଗୁନି କୁମାର, ପୋଲିସ ଏଏସଆଇ ଅର୍ଜୁନ ଶବର ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଭଳି କି ସକାଳ ୬ଟାରୁ ରାସ୍ତା ଉପରେ ବସିଥିବା ଅଞ୍ଚଳବାସୀ ପ୍ରତିଶ୍ରୁତି ପାଇ ମଧ୍ୟାହ୍ନ୧୨ ଟାରେ ଆନ୍ଦୋଳନରୁ ଓହରିଥିଲେ।
ଅଚଳ ବିଏସଏନଏଲ ସେବାକୁ ମରାମତି କରି ତୁରନ୍ତ ସେବା ଯୋଗାଇବା ସହ ବିଳମ୍ବିତ ରାତି ୯ଟା ପର୍ଯ୍ୟନ୍ତ ବିଏସଏନଏଲର କର୍ମଚାରୀମାନେ ଦାସିଙ୍ଗବାଡିରେ ରହି ଏହି ସେବାକୁ ନିୟମିତ ଯୋଗାଇବା ନିଶ୍ଚିତ କରିବା ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରିଥିଲେ। ଖବର ଲେଖିବା ସୁଦ୍ଧା ବିଏସଏନଏଲ ସେବା ମରାମତି ଚାଲିଥିବାବେଳେ ଏହି ସେବା ସ୍ବାଭାବିକ ହୋଇନଥିବା ଓ ଘଟଣାସ୍ଥଳରେ ବିଭାଗର କର୍ମଚାରୀମାନେ ଏହି ସେବା ଯୋଗାଇବା ପାଇଁ ମରାମତି କାର୍ଯ୍ୟ କରୁଥିବା କୁହାଯାଇଛି। ଆଗକୁ ଯଦି ବାରମ୍ବାର ଏହି ସେବା ଅଚଳ ହୁଏ ତେବେ ପୁଣି ଆନ୍ଦୋଳନକୁ ଦୋହରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ପ୍ରାୟ ୬ ଘଣ୍ଟା ଧରି ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ, ଗଦାପୁର, କାଟିଙ୍ଗିଆ, ତାଜୁଙ୍ଗିଆ, ସରାମୁଳିସମେତ ଗଜପତି ଜିଲ୍ଲାର ପାଣିଗଣ୍ଡା, ଅଡବା,ମୋହନା, ବ୍ରହ୍ମପୁର କୁ ସେହି ରାସ୍ତାରେ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ମଧ୍ୟାହ୍ନ ୧୨ଟା ପରଠାରୁ ଗାଡିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri