ବିଏସ୍‌ଏନ୍‌ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍‌, ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ,୨୪।୮: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଆଜି ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଘରୋଇ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ମହଙ୍ଗା ହେବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଘରୋଇ କମ୍ପାନୀଗୁଡିକ କିଛି ଦିନ ପୂର୍ବରୁ ସେମାନଙ୍କ ଯୋଜନାକୁ ୬୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବିଏସ୍‌ଏନ୍‌ଲ ଏକ ଯୋଜନା ଆରମ୍ଭ କରିଛି, ଯାହା ଘରୋଇ କମ୍ପାନୀ ତୁଳନାରେ ବହୁତ ଶସ୍ତା ଏବଂ ଏଥିରେ ଗୋଟିଏ ବର୍ଷ ପାଇଁ ପ୍ରତିଦିନ ୩ ଜିବି ଡାଟା ଉପଲବ୍ଧ।
ବିଏସ୍‌ଏନ୍‌ଲର ଏହି ଯୋଜନାର ମୂଲ୍ୟ ୨,୯୯୯ ଟଙ୍କା ରଖାଯାଇଛି। ଏହି ଯୋଜନାରେ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ପାଇବେ। ଏଥିରେ ରୋମିଂ ମାଗଣା କଲିଂ ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବିଏସ୍‌ଏନ୍‌ଲର ଏହି ଯୋଜନା ପ୍ରତିଦିନ ୩ ଜିବି ହାଇ ସ୍ପିଡ ଡାଟା ସହିତ ଆସିଥାଏ।
ଦୈନିକ ଡାଟା ଶେଷ ହେବା ପରେ, ଏହାର ସ୍ପିଡ୍‌ ୪୦କେବିପିଏସ୍‌ ହେବ। ଏହି ଯୋଜନାରେ, ପ୍ରତିଦିନ ୧୦୦ଟି ମାଗଣା SMS ଉପଲବ୍ଧ ଏବଂ ବୈଧତା ହେଉଛି ୩୬୫ ଦିନ। ୩ ଜିବି ପ୍ଲାନ୍‌ରର ପ୍ରାରମ୍ଭିକ ମୂଲ୍ୟ ୧୧ ଟଙ୍କା ଏବଂ ସବୁଠାରୁ ମହଙ୍ଗା ଯୋଜନାର ମୂଲ୍ୟ ୩୦୦୦ ଟଙ୍କା।
ନିକଟରେ ବିଏସ୍‌ଏନ୍‌ଲ ୬୬୬ ଟଙ୍କା ଯୋଜନା ପ୍ରସ୍ତୁତ କରିଛି,ଯେଉଁଥିରେ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ଉପଲବ୍ଧ। ଏହା ବ୍ୟତୀତ ୧୦୫ ଦିନର ମୋଟ ବୈଧତା ଉପଲବ୍ଧ। ବିଏସ୍‌ଏନ୍‌ଲର ଏହି ଯୋଜନା ପ୍ରତିଦିନ ୨ଜିବି ଡାଟା ସହିତ ଆସିଥାଏ। ୨୧୦ ଜିବି ଡାଟା ପାଇବେ। ଡାଟା ସରିଯିବା ପରେ ଇଣ୍ଟରନେଟ ସ୍ପିଡ ୪୦କେବିପିଏସ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri