ବଜାରରେ ବିଏସ୍‌ଏଚ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୧।୮: ହୋମ୍‌ ଆପ୍ଲାଏନ୍ସ ଶିଳ୍ପରେ ଏକ ଗ୍ଲୋବାଲ ଲିଡର ବିଏସ୍‌ଏଚ୍‌ ହସ୍‌ଜରେଟ ଜିଏମ୍‌ବିଏଚ୍‌ର ଏକ ସହାୟକ କମ୍ପାନୀ ବିଏସ୍‌ଏଚ୍‌ ହୋମ ଆପ୍ଲାଏନ୍ସେସ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ମେଡ୍‌-ଇନ୍‌-ଇଣ୍ଡିଆ’ ବଶ୍‌ ଏବଂ ସାଇମେନ୍ସ ଫ୍ରଣ୍ଟ-ଲୋଡିଂ ୱାଶିଂ ମେଶିନ ରେଞ୍ଜର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ୯-୧୦ କେଜି ଲୋଡ୍‌କୁ ନିୟନ୍ତ୍ରଣ କରିବାର ଏକ କ୍ଷମତା, ଅତ୍ୟାଧୁନିକ ଶକ୍ତି ଦକ୍ଷତା ଓ ଟେକ୍ନୋଲୋଜି ସହ ଏହି ୱାଶିଂମେଶିନଗୁଡିକୁ ସମସ୍ତ ସଫେଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି। ସେହିଭଳି ସିଲ୍‌ଭର, ଡାର୍କ ଗ୍ରେ ଓ ଡାର୍କ ଲେକ୍‌ ଭଳି ଚମତ୍କାର ରଙ୍ଗରେ ଉପଲବ୍ଧ ଏହି ମେଶିନଗୁଡିକ କେବଳ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରୁନାହାନ୍ତି ବରଂ ଆପଣଙ୍କର ଲଣ୍ଡ୍ରି ସ୍ପେଶ୍‌ରେ ବିଳାସପୂର୍ଣ୍ଣତାର ଏକ ସ୍ପର୍ଶ ଯୋଗ କରୁଛନ୍ତି। ଏହି ନୂଆ ରେଞ୍ଜର ବଶ୍‌ ଏବଂ ସାଇମେନ୍ସ ମେଶିନଗୁଡିକ ଏକ ଅତୁଳନୀୟ ସଫେଇ ଅନୁଭୂତି ପ୍ରଦାନ କରୁଛନ୍ତି, ଉତ୍କୃଷ୍ଟମାନର ପୋଷାକ ଯତ୍ନ ଓ ସୁବିଧାର ପ୍ରତିଶ୍ରୁତି ଦେଉଛନ୍ତି। ଜର୍ମାନ ଷ୍ଟାଣ୍ଡାର୍ଡର ଗୁଣବତ୍ତା ଓ ଡିଜାଇନ ସହ ନିର୍ମିତ ଏହି ‘ମେଡ୍‌ ଇନ୍‌ ଇଣ୍ଡିଆ’ ୱାଶିଂ ମେଶିନଗୁଡିକ ଅନ୍ତର୍ଜାତୀୟ ବେଞ୍ଚମାର୍କ ସହ ମେଳ ଖାଉଥିବା ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତା ସୁନିଶ୍ଚିିତ କରୁଛନ୍ତି। ଏ ସମ୍ପର୍କରେ ବିଏସ୍‌ଏଚ୍‌ ହୋମ୍‌ ଆପ୍ଲାଏନ୍ସେସର ଏମ୍‌ଡି ଓ ସିଇଓ ସୈଫ୍‌ ଖାନ୍‌ କହିଛନ୍ତି, ମେକ୍‌-ଇନ୍‌-ଇଣ୍ଡିଆ-ଫର୍‌-ଇଣ୍ଡିଆ ପ୍ରତି ଆମର ଦୃଢ ପ୍ରତିବଦ୍ଧତାର ଅଂଶ ଭାବେ ଆମେ ଆମର ନୂତନ ରେଞ୍ଜ୍‌ର ଉଚ୍ଚ କ୍ଷମତାସମ୍ପନ୍ନ ଫ୍ରଣ୍ଟ ଲୋଡ୍‌ ୱାଶିଂ ମେଶିନର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବଶ୍‌ ଫ୍ରଣ୍ଟ ଲୋଡିଂ ୱାଶିଂ ମେଶିନର ବଢୁଥିବା ଚାହିଦା ପୂରଣ କରିବା ପାଇଁ ଆମେ ଏକ ୨ୟ ଆସେମ୍ବ୍ଲି ଲାଇନ୍‌ ସହ ଚେନ୍ନାଇ ଫ୍ୟାକ୍ଟ୍ରିରେ ଆମର କ୍ଷମତାକୁ ଦୁଇ ଗୁଣ ବୃଦ୍ଧି କରିଛୁ। ସେହିଭଳି ଆମର ନୂଆ ୯କେଜି ଓ ୧୦କେଜି ବଶ୍‌ ଏବଂ ସାଇମେନ୍ସ ଫ୍ରଣ୍ଟ ଲୋଡ୍‌ ୱାଶିଂ ମେଶିନଗୁଡିକୁ ଭାରତୀୟ ପରିବାରଗୁଡିକର ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯତ୍ନର ସହ ନିର୍ମାଣ କରାଯାଇଛି, ଯାହା କପଡ଼ା ଯତ୍ନକୁ ବୈପ୍ଳବିକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri