ପିଏସ୍‌ପି ମାଧ୍ୟମରେ ଶକ୍ତି ସଂରକ୍ଷଣ

ଭୁବନେଶ୍ୱର, ୧୧।୮: ଇଣ୍ଡିଆନ୍‌ ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍‌ଚରର୍ସ ଆସୋସିଏସନ(ଆଇଇଇଏମ୍‌ଏ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଓଡ଼ିଶା ପାୱାର କନ୍‌କ୍ଲେଭ-୨୦୨୪ର ପ୍ରଥମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ସରକାରୀ ଅଧିକାରୀ, ଶିଳ୍ପ ଅଂଶୀଦାର, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପପତିମାନେ ଏକାଠି ହୋଇଥିଲେ। ଏପରିକି ଗ୍ରୀନ୍‌ ହାଇଡ୍ରୋଜେନ୍‌/ଆମୋନିଆ ଉତ୍ପାଦନ ଏବଂ ପମ୍ପେଡ୍‌ ଷ୍ଟୋରେଜ୍‌ ପ୍ଲାଣ୍ଟ (ପିଏସ୍‌ପି) ମାଧ୍ୟମରେ ଶକ୍ତି ସଂରକ୍ଷଣ ସହ ସୌର ଓ ପବନ ଶକ୍ତିର ଉପଯୋଗ ଉପରେ ବିଶେଷ ଗୁରୁତ୍ୱଦେବା ସହ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ହବ୍‌ରେ ପରିଣତ ହେବା ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ଏହି କନ୍‌କ୍ଲେଭ୍‌ ଜରିଆରେ କରାଯାଇଥିଲା। ୨୦୩୦ ସୁଦ୍ଧା ରାଜ୍ୟରେ ୧୦,୦୦୦ ମେଗାୱାଟ୍‌ ଅକ୍ଷୟ ଶକ୍ତିର କ୍ଷମତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଉଦ୍‌ଘାଟନୀ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାଞ୍ଚଳରେ ଆଇଇଇଏମ୍‌ଏର ପ୍ରୟାସକୁ ସ୍ବୀକୃତିଦେବା ସହ ପ୍ରଥମ ଥର ପାଇଁ ଓଡ଼ିଶା ପାୱାର କନ୍‌କ୍ଲେଭ୍‌ ଆୟୋଜନ କରିଥିବାରୁ ଆଇଇଇଏମ୍‌ଏକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଘୋଷଣା ସହ ସାରା ରାଜ୍ୟରେ ଶକ୍ତିକ୍ଷେତ୍ରର ସମ୍ପ୍ରସାରଣ ଏବଂ ତାଲିମପ୍ରାପ୍ତ କର୍ମଚାରୀମାନେ ସମ୍ଭାବନାର ଉପଯୋଗ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri