Posted inଜାତୀୟ

ଚାଇନା ନିର୍ମିତ ପାକିସ୍ତାନୀ ଡ୍ରୋନକୁ ଗୁଳି ଖସାଇଲେ ବିଏସଏଫ ଯବାନ, ୪ ପ୍ୟାକେଟ ହେରୋଇନ ଜବତ…

ଗୁରୁଦାସପୁର,୧୯।୨ : ପଞ୍ଜାବର ଗୁରୁଦାସପୁରରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛନ୍ତି। ଏଥିରୁ ୪ ପ୍ୟାକେଟ ହେରୋଇନ ଜବତ କରାଯାଇଇଛି। ଶନିବାର ରାତି ୯ ଟା ୧୫ ରେ, ବିଏସଏଫ ଯବାନମାନେ ଭାରତ-ପାକିସ୍ତାନ ସୀମାର ଗୁରୁଦାସପୁର ସୀମାର ଘାନିକେ ବିଓପି ଠାରେ ଏକ ସନ୍ଦିଗ୍ଧ ଡ୍ରୋନର ଗତିବିଧି ଦେଖିଥିଲେ। ଯେତେବେଳେ ଡ୍ରୋନ ଭାରତୀୟ ଅଞ୍ଚଳରେ ପ୍ରବେଶ କଲା, ସେତେବେଳେ ବିଏସଏଫ ଯବାନମାନେ ଏହା ଉପରକୁ ଗୁଳି ଚଳାଇଥିଲେ।

ପାକିସ୍ତାନରୁ ଆସିଥିବା ଡ୍ରୋନ ଚାଇନାରେ ନିର୍ମିତ। ଏହା ୯ କିଲୋଗ୍ରାମ ଓଜନ ଉଠାଇ ଉଡିପାରିବ। ପୁଣି ଥରେ ବିଏସଏଫର ସତର୍କ ଯବାନମାନେ ଚୋରା ଚାଲାଣକାରୀଙ୍କ ଉଦ୍ଦେଶ୍ୟକୁ ପଣ୍ଡ କରିଛନ୍ତି।

ରବିବାର ସକାଳେ ଗୁରୁଦାସପୁର ଜିଲାର ଖାସାୱାଲି ଗ୍ରାମ ନିକଟରେ ବିଏସଏଫର ୧୧୩ ବାଟାଲିୟନ ଯବାନମାନେ ଚୋରା ଚାଲାଣକାରୀଙ୍କ ସନ୍ଦେହଜନକ ଗତିବିଧି ଦେଖିବା ପରେ ଏନକାଉଣ୍ଟର ଆରମ୍ଭ କରିଥିଲେ। ବିଏସଏଫର ଡେପୁଟି ଇନ୍ସପେକ୍ଟର ପ୍ରଭାକର ଯୋଶୀ ଗୁରୁଦାସପୁରରେ ଗଣମାଧ୍ୟମକୁ କହିଛନ୍ତି, ଭୋର ସାଢ଼େ ୫ଟାରେ ବିଏସଏଫର କନଷ୍ଟେବଳ ହେମରାମ ଘନ କୁହୁଡିରେ ପାଟ୍ରୋଲିଂ କରୁଥିବାବେଳେ କିଛି ସନ୍ଦେହଜନକ ଗତିବିଧି ଦେଖିଥିଲେ। ତାହା ଚୋରା ଚାଲାଣକାରୀ ବୋଲି ଜଣାପଡ଼ିଥିଲା। ଏହାପରେ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଚୋରାଚାଲାଣକାରୀମାନେ ପାକିସ୍ତାନ ପାର୍ଶ୍ୱରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ବିଏସଏଫ ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ପରେ ଚୋରା ଚାଲାଣକାରୀମାନେ ଦୌଡି ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri