ରକ୍ତ ଦେଇ ୨ ଗର୍ଭବତୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ବିଏସ୍‌ଏଫ୍‌ ଯବାନ

ମାଲକାନଗିରି,୬ା୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ୨୪ଟି ବିଏସ୍‌ଏଫ୍‌ କ୍ୟାମ୍ପରେ ଥିବା ଯବାନମାନେ ମାଓବାଦୀ କାର୍ଯ୍ୟକଳାପ ଦମନ ସହ ଜିଲାର ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ଏକ୍ଷେତ୍ରରେ ସେମାନେ କେବେ ନିଜ କତ୍ତର୍ର୍ବ୍ୟରେ ଅବହେଳା କରିନାହାନ୍ତି। ଏଥିସହ ସେମାନେ ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏପରି ନଜୀର ପୂର୍ବରୁ ମଧ୍ୟ ରହିଛି। ଶୁକ୍ରବାର ୨ଜଣ ଗର୍ଭବତୀଙ୍କୁ ବିଏସ୍‌ଏଫ୍‌ ଯବାନ ରକ୍ତ ଦେଇ ବଞ୍ଚାଇ ଦେଇଛନ୍ତି। ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲି ପଞ୍ଚାୟତ କୈକିଗୁଡା ଗ୍ରାମର ଗର୍ଭବତୀ ଥିବା ମୁୟେ ସୋଡିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ତାଙ୍କର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଏଠାରେ ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। କରୋନା ଯୋଗୁ ରକ୍ତଦାନ ଶିବିର ଓ ରକ୍ତସଂଗ୍ରହ ହୋଇପାରୁ ନ ଥିବାରୁ ଗତ କିଛିମାସ ଧରି ଜିଲା ରକ୍ତଭଣ୍ଡାରରେ ରକ୍ତର ଅଭାବଜନିତ ପରିସ୍ଥିତି ସୃଷ୍ଟି ହେଉଛି। ଏ ସମ୍ପର୍କରେ ଏମ୍‌ଭି-୩ସ୍ଥିତ ୧୬୦ ବିଏସ୍‌ଏଫ୍‌ ବାଟାଲିୟନର ଯବାନ ରବିନ୍ଦ୍ର କୁମାର ନାୟକ ଜାଣିବା ପରେ ସେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ରବିନ୍ଦ୍ର ଏ ପଜିଟିଭ୍‌ ରକ୍ତ ଦେଇ ମୁୟେଙ୍କ ଜୀବନ ବଞ୍ଚାଇଥିଲେ। ସେହିପରି ମାଥିଲି ବ୍ଲକ ଟେମୁରୁପାଲି ପଞ୍ଚାୟତ କଂସାରିପୁଟ ଗ୍ରାମର ଗର୍ଭବତୀ ମହିଳା ଛବି ନାୟକଙ୍କୁ ମଧ୍ୟ ୨ୟୁନିଟ ରକ୍ତ ଦରକାର ପଡିବାରୁ ବିଏସ୍‌ଏଫ୍‌ର ସନ୍ଦୀପ କୁମାର ଓ ଇନ୍ଦ୍ରଜିତ ସିଂ ନାମକ ଦୁଇଜଣ ଯବାନ ଡାକ୍ତରଖାନା ଆସି ଛବିଙ୍କୁ ରକ୍ତଦାନ କରିଥିଲେ। ଫଳରେ ୨ ମହିଳାଙ୍କ ଜୀବନ ବଞ୍ଚତ୍ୟାଇଛି। ୩ ଯବାନଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।