ବିଏସ୍‌ଏଫ୍‌ ଓ ପୋଲିସ ଜବତ କଲେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ

ମାଲକାନଗିରି,୨୯।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅନ୍ତର୍ଗତ କୁସୁମପୁଟ ଗ୍ରାମ ନିକଟ ଜଙ୍ଗଲରୁ ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି। ତଥ୍ୟ ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଗତ କିଛିଦିନ ହେଲା ବିଏସ୍‌ଏଫ୍‌ ଓ ପୋଲିସ ମିଳିତ ଭାବେ କୋମ୍ବିଂ ଅପରେଶନ କରୁଥିଲେ। ତେବେ ଶୁକ୍ରବାର ସନ୍ଧ୍ୟାରେ ଜଡ଼ାମ୍ବ ଥାନା ଅନ୍ତର୍ଗତ କୁସୁମପୁଟ ଗ୍ରାମ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଏହି ମାଓ ସାମଗ୍ରୀ ମଧ୍ୟରୁ ଦୁଇଗୋଟି ୩୦୩ ରାଇଫଲ, ଦୁଇଗୋଟି ଗ୍ୟାସ ଗନ୍‌, ଚାରିଗୋଟି କଂଟ୍ରି ମେଡ ଗନ୍‌, ଦୁଇଟି ଟିଫିନ୍‌ ବୋମା, ଗୋଟିଏ ହେଚ୍‌.ଇ. ଗ୍ରାନେଡ୍‌, ୨୦ଟି ଡିଟୋନେଟର, ଗୋଟିଏ କ୍ୟାମେରାଫ୍ଲାସ୍‌, ଗୋଟିଏ ପ୍ରିଣ୍ଟର, ଗୋଟିଏ ଲାପଟପ୍‌ ବ୍ୟାଟେରି, ଗୋଟିଏ ସୋଲାର ପାନେଲ, ୭ ମିଟର ବିଦ୍ୟୁତ୍‌ ତାର, ୧୦୦ ମିଟର କଡେକ୍ସ ତାର, ୯୭୦ଟି ଜିଲଟିନ୍‌ ଷ୍ଟିକ୍‌, ଦେଢ଼ ମିଟର ବିଶିଷ୍ଟ ଛଅଗୋଟି ରଙ୍ଗ କପଡ଼ା, ଗୋଟିଏ ଟର୍ଚ୍ଚ ଲାଇଟ, ଗୋଟିଏ ହଳ ମାଓ କପଡ଼ା, ଗୋଟିଏ ହଳ ଚପଲ, ଗୋଟିଏ ଛତା, ଗୋଟିଏ ପାଣି ଜାର ଅନ୍ତର୍ଭୁକ୍ତ। ଏ ସମ୍ବନ୍ଧରେ ଆଜି ବିଏସ୍‌ଏଫ୍‌ ଆଇଜି ଡି.କେ. ଶର୍ମା ମାଲକାନଗିରି ସଦର ମହକୁମା ଗସ୍ତ କରି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପ୍ରକାଶ କରିଥିଲେ ଯେ, ବର୍ତ୍ତମାନ ମାଓବାଦୀମାନେ ପ୍ରାୟ ମାଲକାନଗିରି ଜିଲାରୁ ମୂଳପୋଛ ହୋଇଥିଲେ ସୁଦ୍ଧା କେଉଁଠି ନା କେଉଁଠି ତାଙ୍କର ଦବ୍‌ଦବା ଅଛି। ବିଏସ୍‌ଏଫ୍‌ ଓ ପୋଲିସ ମିଳିତ ବାବେ ବିଭିନ୍ନ ସ୍ଥାନରେ କୁମ୍ବିଂ ଅପରେଶନ କରୁଥିଲେ ମଧ୍ୟ ମାଲକାନଗିରି ଜିଲାରୁ ସମ୍ପୂର୍ଣ୍ଣ ଭାବେ ମାଓବାଦୀଙ୍କ ସମସ୍ୟା ଦୂର ହୋଇଛି ବୋଲି କହି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri