ଯାଯାବର ପରିବାରର ୫ଜଣଙ୍କୁ ନିର୍ମମ ହତ୍ୟା: ଅନୁଗୋଳରୁ ୧୩ଜଣଙ୍କୁ ଉଠାଇ ଆଣିଲା ପୋଲିସ ଟିମ୍‌

ସୁନ୍ଦରଗଡ଼,୩୧।୧୦(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ଥାନା ଅଧୀନ କରମଡିହି ଗୀତାପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ଜଣ ମହିଳାଙ୍କ ସହ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୧୩ଜଣଙ୍କୁ ଆଣି ସଦର ଥାନା ଅଟକ ରଖି ପଚରାଉଚରା କରୁଛି।

ମଳିଥିବା ସୂଚନ ମୁତାବକ, ପୋଲିସର ଏକ ଟିମ୍‌ ଅନୁଗୋଳ ଜିଲା ବଅଁରପାଳ ମୁଣ୍ଡାପଡ଼ାରେ ଚଢାଉ କରି ଯାଯାବର ଶ୍ରେଣୀର ୧୩ଜଣଙ୍କୁ ପୋଲିସ ଉଠାଇ ଆଣି ତଦନ୍ତ କରୁଛି। ସୂଚନା ଯୋଗ୍ୟ, ପରକିୟା ପ୍ରୀତିକୁ ନେଇ ଗୋଟିଏ ଗୋଷ୍ଠୀ ୫ ଜଣଙ୍କୁ ମାରଣାସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆହତମାନଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ସଦରଥାନା ପୋଲିସ ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

ମଙ୍ଗଳବାର ରାତିରେ ଏକ ବଡ଼ ତମ୍ବୁ ଭିତରେ ଏକ ଯାଯାବର ପରିବାର ପ୍ରାୟ ୨୦ ସଦସ୍ୟ ଶୋଇଥିଲେ। ଅନ୍ୟ ଏକ ଯାଯାବର ଗୋଷ୍ଠୀ ୪ଜଣ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। କେହି କିଛି ଭାବିବା ପୂର୍ବରୁ ଅନେକେ ଲହୁଲୁହାଣ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ମୃତକମାନେ ହେଲେ ଛମା ଭୋସଲେ(୨୫), ତାଙ୍କ ଭାଇ ସୁବାସ ପାଓ୍ବାର(୨୩), ଚରଣ କୁମାର(୪୫), ତାଙ୍କ ସ୍ତ୍ରୀ କାଇଲା କୁମାର(୩୫), ଦାଦି କୁଣ୍ଡି ପାଓ୍ବାର। ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଅବିନାଶ ପାଓ୍ବାର(୩୦), ପୀୟୂଷ କୁମାର(୩୦), ମଞ୍ଜୁ ପାଓ୍ବାର(୧୦), ଅନିଶାର କୁମାରୀ(୧୨)। ଆହତଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଏବଂ ଆହତ ସମସ୍ତେ ଗୋଟିଏ ପରିବାରର ଅଟନ୍ତି। ଆକ୍ରମଣ କରିଥିବା ଗୋଷ୍ଠୀ ଜଣେ ମହିଳା ଏବଂ ୨ ଶିଶୁଙ୍କୁ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ସଦର ଥାନା ପୋଲିସ କେସ୍‌ ନଂ. ୩୦୧/୨୪ରେ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି।

ପୋଲିସ ସୂଚନା ମୁତାବକ, ଗତ କିଛି ମାସ ହେଲା ମହାରାଷ୍ଟ୍ର ୱାର୍ଦ୍ଧା ଅଞ୍ଚଳର କେତେଜଣ ଲୋକ ଆସି କରମଡିହି ଗୀତାପଡ଼ାରେ ତମ୍ବୁ ପକାଇ ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅବିନାଶ ପାୱାରଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡ଼ି ଅନ୍ୟ କାହା ସହିତ ଚାଲି ଯାଇଥିଲେ। ଏହା ପରେ ଅବିନାଶ ଆଉ ଜଣେ ମହିଳାଙ୍କୁ ଆଣିଥିଲେ। ପୂର୍ବ ସ୍ତ୍ରୀଙ୍କ ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀଙ୍କ ୨ ଟି ସନ୍ତାନ ରହିଛନ୍ତି। ତେବେ ଦ୍ବିତୀୟ ସ୍ତ୍ରୀଙ୍କୁ ନେଇ ଆଉ ଏକ ଯାଯାବର ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା।

ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍‌ କେତେ ଜଣ ଲୋକ ଆସି ତମ୍ବୁ ଭିତରେ ଶୋଇଥିବା ଲୋକଙ୍କୁ ଭୁଜାଲି, ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବରପାଇ ସଦର ଥାନା ପୋଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇ ପୋଲିସର ୨ଟି ଟିମ୍‌ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri