ଏନ୍‌ଜିଟିରେ ବିଆର୍‌ପିଏଲ୍‌ ମାମଲା:ସାନି ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୮।୭: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍‌ପିଏଲ୍‌) କାରଖାନା ପରିସରରୁ ବାହାରକୁ ବର୍ଜ୍ୟଜଳ ନିର୍ଗତ ଅଭିଯୋଗ ଜଟିଳ ହେବାରେ ଲାଗିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦ୍ୱାରା ଦାଖଲ ହୋଇଥିବା ତଦନ୍ତ ରିପୋର୍ଟକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଅଗ୍ରାହ୍ୟ କରିବା ସହ ସାନି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିର ବିଚାରବିଭାଗୀୟ ସଦସ୍ୟ ବି. ଅମିତ ସ୍ଥାଲେକର ଏବଂ ଶୈବାଳ ଦାସଗୁପ୍ତାଙ୍କ ପୀଠ କାରଖାନା ଚାଲୁଥିବା ସମୟରେ ସାନି ତଦନ୍ତ କରି ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ସୁସ୍ଥ ପରିବେଶ ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଏସ୍‌ପିସିବିର କାରଖାନା ପ୍ରୀତି ଏବେ ପଦାରେ ପଡ଼ିଛି।
ବିଆର୍‌ପିଏଲ୍‌ କାରଖାନାର ବର୍ଜ୍ୟଜଳ ବାହାରକୁ ଛାଡ଼ି ଗଣ୍ଡାନାଳକୁ ପ୍ରଦୂଷଣ କରୁଥିବା ନେଇ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିରେ ଏକ ମାମଲା(ନଂ.୧୪୯/୨୦୧୭/ଇଜେଡ) ରୁଜୁ ହୋଇଥିଲା। ଉକ୍ତ ମାମଲାର ଶୁଣାଣି କରି ୫ା୭ା୨୦୨୧ସୁଦ୍ଧା ଏସ୍‌ପିସିବି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଗତ ମାସ ୧୫ତାରିଖରେ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଗତ ୨୪ତାରିଖରେ ଏସ୍‌ପିସିିବି ପକ୍ଷରୁ ପରିବେଶ ଯନ୍ତ୍ରୀ ହିରଣ୍ୟ କୁମାର ନାୟକ ଓ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ରକ୍ଷଣାବେକ୍ଷଣ ପାଇଁ ଅଚଳ ଥିବା ବିଆର୍‌ପିଏଲ୍‌ ପ୍ଲାଣ୍ଟ ପରିସରକୁ ଯାଇ ନିରୀକ୍ଷଣ କରିଥିଲେ। ଏହାପରେ ଗତ ୧ ତାରିଖରେ ଏସ୍‌ପିସିବି ପକ୍ଷରୁ ଏନଜିଟିରେ ତଦନ୍ତ ରିପୋର୍ଟ ଦାଖଲ ହୋଇଥିଲା। ତେବେ କମ୍ପାନୀ ବନ୍ଦ ଥିବା ସମୟରେ ପ୍ରଦୂଷଣ ସମ୍ପର୍କିତ ତଦନ୍ତ କରାଯିବା ଏବଂ ଏହାର ରିପୋର୍ଟ ବିରୋଧରେ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିରେ ଗତ ୨ତାରିଖରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ବିଆର୍‌ପିଏଲ୍‌ କାରଖାନା ପରିସରରେ ଏସ୍‌ପିସିବି ପକ୍ଷରୁ କରାଯାଇଥିବା ତଦନ୍ତ ସମୟରେ କାରଖାନାର ପରିଚାଳନା ନିର୍ଦ୍ଦେଶକଙ୍କ ଉପସ୍ଥିତି ତଦନ୍ତକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଥିଲା। ଏପରି କି ଅଭିଯୋଗକାରୀ ଯେତେବେଳେ ବର୍ଜ୍ୟଜଳ ନିର୍ଗତ ହେଉଥିବା ସ୍ଥାନକୁ ନିରୀକ୍ଷଣ କରିବାକୁ ଅନୁରୋଧ କରିଥିଲେ ତାଙ୍କ କଥା କେହି ଶୁଣି ନ ଥିଲେ। ଏସ୍‌ପିସିବିର ତଦନ୍ତ ଅଧିକାରୀଙ୍କ ଦ୍ୱାରା ଅନେକ ତ୍ରୁଟିପୂର୍ଣ୍ଣ ନିରୀକ୍ଷଣ ଓ ରିପୋର୍ଟ ପ୍ରତିବାଦରେ ସମିତି ପକ୍ଷରୁ ୨୧ପାରା ସମ୍ବଳିତ ଏନ୍‌ଜିଟିରେ ସତ୍ୟପାଠ ଦାଖଲ ହୋଇଥିଲା। ଉଭୟ ପକ୍ଷରୁ ଦାଖଲ ରିପୋର୍ଟକୁ ଅନୁଧ୍ୟାନ କରି ଏସ୍‌ପିସିବିର ରିପୋର୍ଟ ଉପରେ ଏନ୍‌ଜିଟି କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ଶୁଣାଣି ୩୦ା୭ା୨୦୨୧କୁ ଧାର୍ଯ୍ୟ ହୋଇଛି। ତେବେ ସାନି ତଦନ୍ତ ସମୟରେ ଏସ୍‌ପିସିବି ପକ୍ଷରୁ ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି ସମିତି ପକ୍ଷରୁ ଆଶା କରାଯାଉଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି,ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri