ଏନ୍‌ଜିଟିରେ ବିଆର୍‌ପିଏଲ୍‌ ମାମଲା:ସାନି ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୮।୭: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍‌ପିଏଲ୍‌) କାରଖାନା ପରିସରରୁ ବାହାରକୁ ବର୍ଜ୍ୟଜଳ ନିର୍ଗତ ଅଭିଯୋଗ ଜଟିଳ ହେବାରେ ଲାଗିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦ୍ୱାରା ଦାଖଲ ହୋଇଥିବା ତଦନ୍ତ ରିପୋର୍ଟକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଅଗ୍ରାହ୍ୟ କରିବା ସହ ସାନି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିର ବିଚାରବିଭାଗୀୟ ସଦସ୍ୟ ବି. ଅମିତ ସ୍ଥାଲେକର ଏବଂ ଶୈବାଳ ଦାସଗୁପ୍ତାଙ୍କ ପୀଠ କାରଖାନା ଚାଲୁଥିବା ସମୟରେ ସାନି ତଦନ୍ତ କରି ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ସୁସ୍ଥ ପରିବେଶ ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଏସ୍‌ପିସିବିର କାରଖାନା ପ୍ରୀତି ଏବେ ପଦାରେ ପଡ଼ିଛି।
ବିଆର୍‌ପିଏଲ୍‌ କାରଖାନାର ବର୍ଜ୍ୟଜଳ ବାହାରକୁ ଛାଡ଼ି ଗଣ୍ଡାନାଳକୁ ପ୍ରଦୂଷଣ କରୁଥିବା ନେଇ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିରେ ଏକ ମାମଲା(ନଂ.୧୪୯/୨୦୧୭/ଇଜେଡ) ରୁଜୁ ହୋଇଥିଲା। ଉକ୍ତ ମାମଲାର ଶୁଣାଣି କରି ୫ା୭ା୨୦୨୧ସୁଦ୍ଧା ଏସ୍‌ପିସିବି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଗତ ମାସ ୧୫ତାରିଖରେ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଗତ ୨୪ତାରିଖରେ ଏସ୍‌ପିସିିବି ପକ୍ଷରୁ ପରିବେଶ ଯନ୍ତ୍ରୀ ହିରଣ୍ୟ କୁମାର ନାୟକ ଓ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ରକ୍ଷଣାବେକ୍ଷଣ ପାଇଁ ଅଚଳ ଥିବା ବିଆର୍‌ପିଏଲ୍‌ ପ୍ଲାଣ୍ଟ ପରିସରକୁ ଯାଇ ନିରୀକ୍ଷଣ କରିଥିଲେ। ଏହାପରେ ଗତ ୧ ତାରିଖରେ ଏସ୍‌ପିସିବି ପକ୍ଷରୁ ଏନଜିଟିରେ ତଦନ୍ତ ରିପୋର୍ଟ ଦାଖଲ ହୋଇଥିଲା। ତେବେ କମ୍ପାନୀ ବନ୍ଦ ଥିବା ସମୟରେ ପ୍ରଦୂଷଣ ସମ୍ପର୍କିତ ତଦନ୍ତ କରାଯିବା ଏବଂ ଏହାର ରିପୋର୍ଟ ବିରୋଧରେ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିରେ ଗତ ୨ତାରିଖରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ବିଆର୍‌ପିଏଲ୍‌ କାରଖାନା ପରିସରରେ ଏସ୍‌ପିସିବି ପକ୍ଷରୁ କରାଯାଇଥିବା ତଦନ୍ତ ସମୟରେ କାରଖାନାର ପରିଚାଳନା ନିର୍ଦ୍ଦେଶକଙ୍କ ଉପସ୍ଥିତି ତଦନ୍ତକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଥିଲା। ଏପରି କି ଅଭିଯୋଗକାରୀ ଯେତେବେଳେ ବର୍ଜ୍ୟଜଳ ନିର୍ଗତ ହେଉଥିବା ସ୍ଥାନକୁ ନିରୀକ୍ଷଣ କରିବାକୁ ଅନୁରୋଧ କରିଥିଲେ ତାଙ୍କ କଥା କେହି ଶୁଣି ନ ଥିଲେ। ଏସ୍‌ପିସିବିର ତଦନ୍ତ ଅଧିକାରୀଙ୍କ ଦ୍ୱାରା ଅନେକ ତ୍ରୁଟିପୂର୍ଣ୍ଣ ନିରୀକ୍ଷଣ ଓ ରିପୋର୍ଟ ପ୍ରତିବାଦରେ ସମିତି ପକ୍ଷରୁ ୨୧ପାରା ସମ୍ବଳିତ ଏନ୍‌ଜିଟିରେ ସତ୍ୟପାଠ ଦାଖଲ ହୋଇଥିଲା। ଉଭୟ ପକ୍ଷରୁ ଦାଖଲ ରିପୋର୍ଟକୁ ଅନୁଧ୍ୟାନ କରି ଏସ୍‌ପିସିବିର ରିପୋର୍ଟ ଉପରେ ଏନ୍‌ଜିଟି କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ଶୁଣାଣି ୩୦ା୭ା୨୦୨୧କୁ ଧାର୍ଯ୍ୟ ହୋଇଛି। ତେବେ ସାନି ତଦନ୍ତ ସମୟରେ ଏସ୍‌ପିସିବି ପକ୍ଷରୁ ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି ସମିତି ପକ୍ଷରୁ ଆଶା କରାଯାଉଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି,ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri