ମୋହନା,୧୮।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଭାଉଜଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଦିଅର ତାଙ୍କୁ ବିବାହ ପ୍ରଲୋଭନ ଦେଖାଇଥିଲେ। ଏହାପରେ ତାଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣଙ୍କ ଏନେଇ ମୋହନା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଦିଅରଙ୍କୁ ଗିରଫ କରାଯାଇଛି।


