ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ।
ରଜ ସମୟରେ ନାବଳିକାଙ୍କ ପରିବାର ଲୋକେ ଘରେ ନ ଥିବା ସୁଯୋଗ ନେଇ ଦାଦା ସିନୁ ମୁର୍ମୁ(୪୦) ତାଙ୍କ ଘରକୁ ଯାଇଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ସମ୍ପର୍କୀୟ ଝିଆରୀଙ୍କୁ ବଳାତ୍କାର କରିଥିଲେ। ଏକଥା ପରିବାର ଲୋକଙ୍କୁ ନ ଜଣାଇବାକୁ ଧମକ ଦେଇଥିଲେ। ନାବାଳିକା ଜଣକ କିଛିଦିନ ଚୁପ୍ ରହିବା ପରେ ପରିବାର ଲୋକେ ଘରକୁ ଫେରିବା ପରେ ଘଟଣା ବିଷୟରେ ଜଣାଇଥିଲେ। ପରିବାର ଲୋକେ ମଙ୍ଗଳବାର ରାତିରେ ଟାଉନ ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ଏନେଇ ମାମଲା (ନଂ. ୪୧୮/୨୬) ରୁଜୁ କରି ଅଭିଯୁକ୍ତ ଦାଦା ସିନୁଙ୍କୁ ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି।