ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ରାତିରେ ଘଟିଛି ଏହି ଛାତିଥରା ଘଟଣା ।
ସୂଚନା ଅନୁସାରେ, ଭିଣୋଇ ଶାଳୀ ମଙ୍ଗୁଳି କାରୁଆଙ୍କ ଘରକୁ ଆସି ୧୦ ହଜାର ଟଙ୍କା ଧାର ମାଗିଥିଲେ । କିନ୍ତୁ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଭିଣୋଇ ରାଗି ଯାଇ ଘରେ ସମସ୍ତେ ଶୋଇଥିବା ସମୟରେ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକେ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିଆଁ ଲାଗି ଖପର ଘର ସହ ଜରୁରୀ ଆସବାବ କାଗଜପତ୍ର ନଗଦ ଟଙ୍କା ପୋଡି ଯାଇଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଘଟଣା ଘଟାଇ ଭିଣୋଇ ଫେରାର ହୋଇଯାଇଛନ୍ତି ।

